ଉତ୍ତମ ଶିକ୍ଷା ଓ କ୍ରୀଡା ଛାତ୍ରୀଛାତ୍ରଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଦେଇଥାଏ

 ପଟ୍ଟାମୁଣ୍ଡାଇ କଲେଜ ୫୫ତମ ବାର୍ଷିକ କ୍ରୀଡା ଉଦଯାପିତ

 

blank

ପଟ୍ଟାମୁଣ୍ଡାଇ ୨୦/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ୫୫ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି।ଏହି କ୍ରୀଡା ମହୋତ୍ସବ ତିନି ଦିନ ଧରି ଚାଲିଥିବା ବେଳେ ୧୦୦,୨୦୦,୪୦୦ ଓ ୮୦୦ ମିଟର ଦୌଡ ପ୍ରତିଯୋଗିତା ସହ ,ଲମ୍ବଡିଆଁ, ସଟପୁଟ,ଡିସକସ ଥ୍ରୋ, ଡାଭେଲିନ ଥ୍ରୋ, ଲଙ୍ଗଜଂପ, ହାଇଜଂପ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସମସ୍ତ କୃତୀ ଛାତ୍ରୀଛାତ୍ରଙ୍କୁ କପ ଓ ପୁରସ୍କାର ବିତରଣ କରାଯାଇଥିଲା

ପଟ୍ଟାମୁଣ୍ଡାଇ କଲେଜ କ୍ରୀଡା ସଂସଦ ଉପସଭାପତି ଅଧ୍ୟାପକ ଡ଼. ଅରବିନ୍ଦ ପାଣ୍ଡବ ଓ ଅଧ୍ୟାପକ ଡ଼ ମାନସ ନାୟକ ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ ଅଧ୍ୟାପିକା ରଶ୍ମିତା ପାଣିଗ୍ରାହୀ, ଦେବସ୍ମିତା ତ୍ରିପାଠୀ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତ ୧୮ରୁ ଅନୁଷ୍ଠିତ ପ୍ରତିଯୋଗିତା  ଶନିବାର ଉଦଯାପିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ରଞ୍ଜି ଟ୍ରଫି ଖେଳାଳି ତଥା ବ୍ରହ୍ମଗିରି ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉତମ ଶିକ୍ଷା ଓ କ୍ରୀଡା ଛାତ୍ରୀଛାତ୍ରଙ୍କୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଦେଇଥାଏ ବୋଲି ମତ ପ୍ରକାଶ କରିବା ସହିତ +୨ବାଳକ ଚମ୍ପିୟାନ କରନ କୁମାର ଖୁଂଟିଆ, +୨ ବାଳିକା ଚମ୍ପିୟାନ ଶୁଭଶ୍ରୀ ଜେନା, +୩ ବାଳକ ଚମ୍ପିୟାନ ଦୁଷ୍ମନ୍ତ ମଲ୍ଲିକ ଓ ବାଳିକା ଚମ୍ପିୟାନ ମାଣ୍ଡୁଇ ସୋଇଙ୍କୁ ଚମ୍ପିୟାନ ଟ୍ରଫି ସହ ପୁରସ୍କାର ବିତରଣ କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ପାତ୍ର ସ୍ୱାଗତ ଭାଷଣ ଓ ଡ଼. ପାଣ୍ଡବ ଅତିଥିପରିଚୟ ପ୍ରଦାନ କରିଥିଲେ । କ୍ରୀଡା ସଂସଦ ଅନ୍ୟତମ ଉପସଭାପତି ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ ବିବରଣୀ ପାଠ କରିଥିଲେ । ଶେଷରେ ଅଧ୍ୟାପିକା ଦେବସ୍ମିତା ତ୍ରିପାଠୀ ଧନ୍ୟବାଦ ଦେଇଥିଲେ । ଏହି କ୍ରୀଡା ପ୍ରତିଯୋଗିତାକୁ ପ୍ରାଧ୍ୟାପକ ଡ଼ ରମେଶ କୁମାର ସାହୁ,କ୍ୟାପଟେନ ମନୋଜ ପରିଡା, ପ୍ରମୋଦ ସ୍ୱାଇଁ ସର୍ବେଶ୍ୱର ସାହୁ, ଅଧ୍ୟାପକ ପିଂଟୁ ପଟେଲ ପ୍ରମୁଖ ପରିଚାଳନା କରିଥିବାବେଳେ ଅଧ୍ୟାପକ ପୃଥ୍ୱୀରାଜ ବିଶ୍ୱାଳ, ଅମିତ ସାହୁ ରୋହିତ ବଗର୍ତି ଓ ଅଧ୍ୟାପିକା ନିବେଦିତା ପ୍ରଧାନ ଓ ସୀମାଙ୍ଗିନୀ ଦାସ ପରିଚାଳନାରେ ସହଯୋଗ କରିଥିଲେ ।

Next Post

ଶ୍ରୀନିବାସ ରାମାନୁଜନ ଗଣିତକୁ ସହଜ କରିଥିଲେ

Mon Dec 22 , 2025
ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ମହାସମାରୋହରେ ପାଳିତ   ପଟ୍ଟାମୁଣ୍ଡାଇ ୨୨/୧୨ – ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ତରଫରୁ ଜାତୀୟ ଗଣିତ ଦିବସ ୨୦୨୫ ଓ ଗାଣିତିକ ଶ୍ରୀନିବାସ ରାମାନୁଜନଙ୍କର ୧୩୮ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତରେ ଅନୁଷ୍ଠିତ ସଭାରେ ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading