ଅଗଷ୍ଟ ୯ କ୍ରାନ୍ତୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

blank
କେନ୍ଦ୍ରାପଡ଼ା,୫ା୮: ଚଳିତ ବର୍ଷ ଅଗଷ୍ଟ ୯ କ୍ରାନ୍ତୀ ଦିବସ ତିନିମୁହାଣୀସ୍ଥିତ ଗାନ୍ଧୀସ୍ମାରକୀ ପୀଠରେ ପାଳନ କରାଯିବ। ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ଗାନ୍ଧୀଭବନରେ ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।୧୯୪୨ମସିହା ଅଗଷ୍ଟମାସ ୯ତାରିଖ ଭାରତ ଇତିହାସରେ ଏକ ଅବିସ୍ମରଣୀୟ ଦିନ। ଏହିଦିନ ଭାରତକୁ ପରାଧୀନତାର ବେଡିରୁ ମୁକୁଳାଇବା ପାଇଁ ଇଂରେଜମାନଙ୍କୁ ମହାତ୍ମାଗାନ୍ଧୀ ଆହ୍ୱାନ ଦେଇଥିଲେ ଭାରତଛାଡ । ସେହି ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ପ୍ରତିବର୍ଷ ଭଳି ତିନିମୁହାଣୀ ଠାରେ ଅଗଷ୍ଟ କ୍ରାନ୍ତୀ ଦିବସ ପାଳନ କରାଯିବ। ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପ୍ରଫୁଲ୍ଲ ଦାସ, ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ସତ୍ୟପ୍ରିୟ ସାମଲ, ପ୍ରଦୀପ ନାୟକ, ଆଦିକନ୍ଦ ରାଉଳ, ପ୍ରଭାଶିଷ ପଣ୍ଡା, ଦେବେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ସ୍ୱାଧୀନୋତ୍ତର ଭାରତବର୍ଷର ଉତ୍ତରପୀଢିର ଦାୟାଦ ମାନେ ଏଥିରେ ସାମିଲ ହେବାକୁ ନିବେଦନ କରିଥିଲେ। ସ୍ମୃତି ସଂସଦର ସମ୍ପାଦକ ରାଜେଶ ପଣ୍ଡା ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Leave a Reply

Next Post

ବେଲତଳ ଗ୍ରାମରେ ଚୋରୀ ଥାନାରେ ଏତଲା

Wed Aug 5 , 2026
ପଟ୍ଟାମୁଣ୍ଡାଇ ତା ୫/୮- ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବେଲତଳ ବନ୍ଧପଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଥିବା ନେଇ ଥାନାରେ ଲିଖିତ ଏତଲା ଦିଆଯାଇଛି । ସ୍ଥାନୀୟ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ହୋଇଥିବା ଏତଲା ଅନୁଯାୟୀ ବେଲତଳ ବନ୍ଧପଡା ଗ୍ରାମର ସ୍ବର୍ଗତ ଗୋପୀନାଥ ଦାଶ ଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଚୋର ମାନେ ଘର ଝରକା […]
blank

ଲୋକମତ

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading