
ପଟ୍ଟାମୁଣ୍ଡାଇ ତା ୨୫/୧୨- ଚାନ୍ଦବାଲି ଅଂଚଳରେ ଜନୈକା ଦିବ୍ୟାଙ୍ଗ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏହି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ଆଜି ସନ୍ଧ୍ୟାରେ ମଶାଲ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ ସମ୍ପାଦକ ଗୋପୀନାଥ ତ୍ରିପାଠୀ ଦଳିତ ସଂଘ ପୂର୍ବତନ ସଭାପତି ବାରେଣୀ ସେଠୀ,ଇଂ ତପନ ପାତ୍ର, ଉମାବଲ୍ଲଭ ନାୟକ, ଦଶରଥ ରାଉତ, ନବକିଶୋର ପଣ୍ଡା, ଗୋବିନ୍ଦ ସେଠୀ, ରାଜେନ୍ଦ୍ର ଦାଶ, କୃପାସିନ୍ଧୁ ନାୟକ, ମଳୟ ମଲିକ ପ୍ରମୁଖ ସାମିଲ ହୋଇ ମୃତା ଛାତ୍ରୀଙ୍କୁ ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ନ୍ୟାୟ ପ୍ରଦାନ ପାଇଁ ସରକାରଙ୍କ ନିକଟରେ ଦାବୀ କରିଥିଲେ ।
