ସଫଳ ଛାତ୍ରଛାତ୍ରୀ କଲେଜ ପ୍ରତିଷ୍ଠା ଉଦେଶ୍ୟ ପୂରଣ କରିପାରିବେ

ପଟ୍ଟାମୁଣ୍ଡାଇ କଲେଜର ୫୫ତମ ସ୍ୱନକ୍ଷତ୍ର ଦିବସ

blank

ପଟ୍ଟାମୁଣ୍ଡାଇ ତା ୬/୭- ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରି ଛାତ୍ରଛାତ୍ରୀମନେ ନିଜ ନିଜକୁ ସୁନାରରିକ ଭାବେ ଗଢି ତୋଳିବା ସହିତ ସାମାଜିକ ପରିବର୍ତନର ସୂତ୍ରଧାର ହୋଇପାରିଲେ କଲେଜ ପ୍ରତିଷ୍ଠାର ଲକ୍ଷ୍ୟ ଓ ଉଦେଶ୍ୟ ପୂରଣ ହୋଇପାରିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାର ୨ୟ ବୃହତମ ନାକ ସ୍ୱୀକୃତିପ୍ରାପ୍ତ ପଟ୍ଟାମୁଣ୍ଡାଇ କଲେଜର ୫୫ତମ ସ୍ୱନକ୍ଷତ୍ର ଉତ୍ସବରେ ଯୋଗ ଦେଇ ବରଣ୍ୟ ଅତିଥିମନେ ପ୍ରକାଶ କରିଛନ୍ତି ।

blank

ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଡ଼ ଦୁଃଶାସନ ପରିଡାଙ୍କ ପୌରହିତ୍ୟ ଓ ଅଧ୍ୟାପକ ଚିନ୍ମୟ ସାମଲଙ୍କ ସଂଯୋଜନାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସମ୍ମାନିତଅତିଥି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ ସାମଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।କଲେଜ ଅଧ୍ୟକ୍ଷ  ସ୍ୱାଗତଭାଷଣ ଦେଇ କଲେଜର ବିଭିନ୍ନ ସମସ୍ୟା ଓ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଧ୍ୟାପିକା ଡ଼ ଅଞ୍ଜଳି ଦାଶ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ଡ଼ ପ୍ରେମଲତା ରାଉତ, ପ୍ରାଧ୍ୟାପକ ରଂଜିତ କେଶରୀ ସେନାପତି ପ୍ରାଧ୍ୟାପକ ଉମାକାନ୍ତ ପାତ୍ର,ପ୍ରାକ୍ତନ ଡେମନଷ୍ଟ୍ରେଟର ବିଶ୍ୱନାଥ ଦାଶ ଓ ଗଣେଶ୍ୱର ଦାଶ, କଲେଜ ପ୍ରତିଷ୍ଠା ତା ସ୍ବର୍ଗତ ବୃନ୍ଦାବନ ତ୍ରିପାଠୀଙ୍କ ପୁତ୍ର ଶ୍ରୀକାନ୍ତ ତ୍ରିପାଠୀ, ଅନ୍ୟତମ ପ୍ରତିଷ୍ଠାତା ସ୍ବର୍ଗତ ଡ଼ା ପଦ୍ମନାଭ ତ୍ରିପାଠୀଙ୍କ ନାତି ଦେବୀ ପ୍ରସନ୍ନ ତ୍ରିପାଠୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ +୩କଳା ଛାତ୍ର ଜଗନ ନାୟକ+୩ ବିଜ୍ଞାନ ଛାତ୍ରୀ ସଂଗୀତା ସାହୁ,+୩ ବାଣିଜ୍ୟ ଛାତ୍ରୀ ମଧୁସ୍ମିତା ସିଂହ,+୨କଳା ଛାତ୍ରୀ ମନିଷା ଆଚାର୍ଯ୍ୟ,+୨ ବିଜ୍ଞାନ ଛାତ୍ରୀ ଦୀପିକା ବେହେରା ଓ +୨ ବାଣିଜ୍ୟ ଛାତ୍ରୀ ରୀତିକା ଦାଶ ଓ କ୍ରୀଡା କ୍ଷେତ୍ରରେ ସଫଳତା ପାଇଁ+୩ କଳା ଛାତ୍ରୀ ଶର୍ମିଷ୍ଠା ମହାପାତ୍ରଙ୍କୁ ପୁରସ୍କୃତ ଓ ସମ୍ମାନିତ କରାଯାଇ ଥିଲା । ଏଥି ସହିତ ଶ୍ରେଷ୍ଠ ଛାତ୍ରୀ ଭାବେ +୩ ବିଜ୍ଞାନ ଛାତ୍ରୀ ସଂଗୀତା ସାହୁଙ୍କୁ ମାନଗୋବିନ୍ଦ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ଅଧକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ସର୍ବଶ୍ରୀ ପ୍ରଫେସର ପ୍ରଭାକର ରାଉତ ପ୍ରଫେସର ଅଧିକାରୀ ଲଷ୍ମୀ ନାରାୟଣ ଦାଶ, ପ୍ରଫେସର ଦେବବ୍ରତ ପ୍ରଧାନ,ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ପ୍ରଫେସର ରମେଶ ଚନ୍ଦ୍ର ଜେନା, ପ୍ରଫେସର କୈଳାଶ ପାତ୍ର, ପ୍ରଫେସର ଦୁର୍ଯ୍ୟୋଧନ ପରିଡା,ପ୍ରଫେସର ଭରତ ଚନ୍ଦ୍ର ପାତ୍ର,ପ୍ରାଧ୍ୟାପକ ରବୀନ୍ଦ୍ର ପଣ୍ଡା, ପ୍ରାଧ୍ୟାପକ କ୍ୟାପଟେନ ମନୋଜ ପରିଡା, ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ପ୍ରାଧ୍ୟାପକ ଡ଼ ରମେଶ ସାହୁ ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁ, ପ୍ରାଧ୍ୟାପକ ଅମୀୟ ଦାସ, ପ୍ରାଧ୍ୟାପକ ସର୍ବେଶ୍ୱର ସାହୁ ପ୍ରାଧ୍ୟାପକ ଡ଼ ଫକୀର ପ୍ରଧାନ ପ୍ରମୁଖ ବହୁ ପ୍ରାଧ୍ୟାପକ ଅଧ୍ୟାପକ ଅଧ୍ୟାପିକା, ମାନ୍ୟଗଣ୍ୟ ବ୍ୟକ୍ତି ଓ ପୁରାତନ ଛାତ୍ରସଂସଦ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମନେ ଯୋଗ ଦେଇଥିଲେ । ଶେଷରେ ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ରଞ୍ଜନ ବେହୁରା, ରଞ୍ଜନ ଗାହାଣ, ଅରବିନ୍ଦ ପାଣ୍ଡଵ,ସୁଭାଶିଷ ମିଶ୍ର, ଆଲୋକ ସାହୁ, ପ୍ରଦ୍ୟୁମ୍ନ ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସରୋଜ ନାୟକ, ଜିତେନ୍ଦ୍ର ମଲ୍ଲିକ ଅଧ୍ୟାପିକା ସରୋଜିନୀ ମିଶ୍ର ନିବେଦିତା ପ୍ରଧାନ,ଦେବସ୍ମିତା ତ୍ରିପାଠୀ, ସୋନାଲି ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Next Post

ବଡ଼ମୂଳବସନ୍ତ ୟୁ କେ ବ୍ୟାଙ୍କରୁ ଚୋରୀ,ସାଇଣ୍ଟିଫିକ ଟିମ ସହ ପୋଲିସ ତଦନ୍ତ ଜାରି

Sun Jul 6 , 2025
ପଟ୍ଟାମୁଣ୍ଡାଇ ତା ୬/୭- ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡ଼ମୂଳବସନ୍ତ ୟୁ କେ ବ୍ୟାଙ୍କରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଛି । ଗତକାଲି ରାତି ପ୍ରାୟ ୨ଟା ସମୟରେ ଚୋରମାନେ ବ୍ୟାଙ୍କ ସଟର ଓ ଗ୍ରିଲ ତାଲା ଭାଙ୍ଗି ବ୍ୟାଙ୍କ ମଧ୍ୟରେ ପ୍ରବେଶ କରି ବିଭିନ୍ନ ଲକର ଓ ତାଲା ଭାଙ୍ଗି କାଗଜପତ୍ର ଓ ଆସବାବପତ୍ର ନଷ୍ଟ କରି ଦେଇଥିଲେ । ମୁଖ୍ୟ ଲକର ଭାଙ୍ଗିବା ପାଇଁ ଉଦ୍ୟମ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading