ପରିବେଶ ହିଁ ଆମର ଅମୂଲ୍ୟ ସମ୍ପତି,ତା’ର ସୁରକ୍ଷା ପ୍ରତ୍ୟେକଙ୍କର ଦାୟିତ୍ୱ

ପୁସ୍ତକ ଗଛ ସହ କଥା ହେବା ଉନ୍ମୋଚିତ

blank
ପଟ୍ଟାମୁଣ୍ଡାଇ ୧୨/୧୧ – ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ କବି ଡାଃ ମନୋରଞ୍ଜନ ଦାଶଙ୍କ ଦଶମ କବିତା ସଂକଳନ” ଗଛ ସହ କଥା ହେବା ” ବୁଧବାର ସଂନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି। ଉକ୍ତ ଉନ୍ମୋଚନ ଉତ୍ସବରେ କଥାକାର ତଥା ପ୍ରାବନ୍ଧିକ ଅଧ୍ୟାପକ ଡ଼ଃ ନୀଳମଣି ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ହିଁ ଆମର ଅମୂଲ୍ୟ ସମ୍ପତି,ତା’ର ସୁରକ୍ଷା ପ୍ରତି ପ୍ରତ୍ୟେକଙ୍କର ଦାୟିତ୍ୱ । ସଂପ୍ରତି ପାଣିପାଗ ପରିବର୍ତନ ଓ ପରିବେଶ ପ୍ରଦୂଷଣ ଉତ୍କଟ ସ୍ଥିତିରେ ପହଁଚିଛି। ଏଣୁ ସମାଜର ପ୍ରତ୍ୟେକ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସନ୍ତୁ। ପ୍ରାରମ୍ଭରେ ବିଭିନ୍ନ ସମସ୍ୟା ଉପୁଜିପାରେ। କିନ୍ତୁ ଭବିଷ୍ୟତରେ ଏହା ଦୈନନ୍ଦିନ କାର୍ଯ୍ୟରେ ପରିଣତ ହୋଇଯିବ। ଆଗାମୀ ପିଢ଼ିକୁ ଏକ ସୁସ୍ଥ, ସୁନ୍ଦର ତଥା ସବୁଜ ପରିବେଶ ଭେଟି ଦେବାକୁ ହେଲେ ଆମକୁ ପରିବେଶ ସୁରକ୍ଷା ଦିଗରେ ବ୍ରତୀ ହେବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ପରିବେଶବିତ୍ ରମେଶ ଚନ୍ଦ୍ର ମାଝି ଯୋଗଦାନକରି ପୃଥିବୀ ଉପରେ ଅନେକ ପ୍ରାଣୀ, ଉଦ୍ଭିଦ, ଗଛ-ଗଛାଳି ଓ ମାନବ ବସୁଛନ୍ତି । ଏହି ମଧ୍ୟରୁ ଗଛ ହେଉଛି ପ୍ରକୃତିର ସବୁଠୁ ବଡ଼ ଉପହାର ଓ ଆମର ନିଜ ବନ୍ଧୁ । ଗଛ ଆମକୁ ଶୁଦ୍ଧ ବାୟୁ, ଛାୟା, ଫଳ, କାଠ ଓ ଔଷଧ ଦିଏ । ଗଛ ବିନା ପୃଥିବୀରେ କୌଣସି ଜୀବ ରହିପାରିବ ନାହିଁ । ତେଣୁ ଗଛକୁ ଆମେ ପ୍ରାଣ ଭଳି ମାନିବା ଉଚିତ ବୋଲି କହିଥିଲେ । କବି ଗୈାରହରି ବିଶ୍ୱାଳ ଯୋଗଦେଇ ଗଛ କେବଳ ଏକ ଉଦ୍ଭିଦ ନୁହେଁ ଏହା ଏକ ଜୀବନ ଓ ଦାୟିତ୍ୱ । ଗଛକୁ ଆମ ଜୀବନର ସାଥୀ ଓ ବନ୍ଧୁ ଭାବେ ଗ୍ରହଣ କରି ଗଛ ଲଗାଇବା ଓ ପାଳନ କରିବା ଆମର କର୍ତବ୍ୟ ଭାବିଲେ ଗଛ ବନ୍ଧୁକୁ ଆମେ ଆଦର କରି ରକ୍ଷା କରିପାରିବା। ଯେଉଁ ଦିନ ଆମେ ଗଛକୁ ମାନବ ଜୀବନର ଅଂଶ ଭାବେ ଦେଖିବୁ, ସେବେ ଠାରୁ ପୃଥିବୀ ଖୁସି, ଶାନ୍ତି ଓ ସମୃଦ୍ଧିର ଦିଗରେ ଆଗକୁ ବଢ଼ିବ । ସେହିପରି ଗଛ ସହ ଆତ୍ମୀୟତା ଯୋଡ଼ି ଦେଇ କବି ଡାଃ ଦାଶଙ୍କ ଭଳି ଗଛ ସହ କଥା ହେବାକୁ ପଡିବ ବୋଲି ସେ ଭାବାତ୍ମକ ଓ ମାର୍ମିକ ମତବ୍ୟକ୍ତ କରିଥିଲେ । ପରିବେଶବିତ୍ ଗୀତାଞଳୀ ଦାଶ କବିଙ୍କର ପୁସ୍ତକ “ଗଛ ସହ କଥା ହେବା ” କୁ ସମୀକ୍ଷା କରିଥିଲେ ।ଏହାପରେ ପରିବେଶ ଭିତିକ ଏକ ମନୋଜ୍ଞ କବିତା ପାଠୋତ୍ସବରେ କବି ସମ୍ବିତ ମହାପାତ୍ର, ଆକାଶ ପଟ୍ଟନାୟକ, ଅଧ୍ୟାପିକା ରାଜଶ୍ରୀ ପାଲ୍ ଓ ବିଶ୍ୱରଞନ ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଅଭିରାମ ରାୟ ସ୍ୱାଗତ ସୂଚନା ଓ ଶ୍ୟାମସୁନ୍ଦର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

ବକ୍ତାରପୁର ନୋଡାଲ ୟୁପି ସ୍କୁଲ ଶିକ୍ଷକ ବଦଳି ପ୍ରତିବାଦରେ ଧାରଣା

Thu Nov 13 , 2025
ପଟ୍ଟାମୁଣ୍ଡାଇ ୧୩/୧୧ -ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବକ୍ତାରପୁର ନୋଡାଲ ଉ. ପ୍ରା. ସ୍କୁଲର ଶିକ୍ଷକ ବଦଳି ପ୍ରତିବାଦରେ ଗୁରୁବାର ସ୍କୁଲ ସମ୍ମୁଖରେ ଛାତ୍ର ଅଭିଭାବକ ଓ ସ୍କୁଲ କମିଟି ସଦସ୍ୟମାନେ ଧାରଣା ଦେଇଥିଲେ । ଏଥି ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ନୋଡାଲ ୟୁପି ସ୍କୁଲ ଏକ ଖ୍ୟାତ ନାମା ସ୍କୁଲ ଭାବେ ସ୍ଥାନୀୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading