କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ରାଜ୍ୟ ସ୍ତରରେ ପୁରସ୍କୃତ

blank
କେନ୍ଦ୍ରାପଡ଼ା,୧୯ା୧୧:କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଆର୍ଥିକ ପ୍ରତିଷ୍ଠାନ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛି। ରାଜ୍ୟ ସମବାୟ ୟୁନିଅନ ଆନୁକୂଲ୍ୟରେ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କକୁ ସମବାୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସେବା ପାଇଁ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଅତୀତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏହି ବ୍ୟାଙ୍କ ଏଫ.ଏସ.ଡବ୍ଲୁ. ଏମ. ର ମାନ୍ୟତା ପାଇଥିଲା। ଏହି ଉତ୍ସବରେ ଅତିଥି ଭାବେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କକୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଛନ୍ତି। ଉତ୍ସବରେ ଅର୍ବାନ ବ୍ୟାଙ୍କ ସଭାପତି ଗୁରୁ ପ୍ରସାଦ ମହାନ୍ତି ଓ ମୁଖ୍ୟ ନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ପଣ୍ଡା ଯୋଗଦେଇ ସମବାୟ ମନ୍ତ୍ରୀଙ୍କ ଠାରୁ ଟ୍ରଫି ଓ ମାନପତ୍ର ଗ୍ରହଣ କରିଥିଲେ। ଏହି ପୁରସ୍କାର ଆଗାମୀ ଦିନରେ ସମବାୟ ଆନ୍ଦୋଳନକୁ ଆଗେଇ ନେବା ପାଇଁ ପ୍ରୋତ୍ସାହିତ କରିବ ବୋଲି ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

Next Post

ଜିଲ୍ଲା କଂଗ୍ରେସ ପକ୍ଷରୁ ଇନ୍ଦିରାଗାନ୍ଧୀଙ୍କ ଜୟନ୍ତୀ ପାଳିତ

Wed Nov 19 , 2025
କେନ୍ଦ୍ରାପଡ଼ା,୧୯ା୧୧:କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ୧୦୯ତମ ଜୟନ୍ତୀ ପାଳିତ ହୋଇଯାଇଛି। କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ରାଜକନିକା ବ୍ଲକ ସଭାପତି ରବିନାରାୟଣ ବେହେରା, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଭାଗିରଥୀ ଜେନା, ଆଳି ବ୍ଲକ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading