କେନ୍ଦ୍ରାପଡା ଉପକାରାଗାରରେ ଯୋଗଶିକ୍ଷା ଆରମ୍ଭ

blankକେନ୍ଦ୍ରାପଡ଼ା,୫ା୧୨:ବାରିମୂଳସ୍ଥିତ କେନ୍ଦ୍ରାପଡ଼ା ଉପ କାରାଗାରରେ ଆଜିଠାରୁ ଯୋଗଶିକ୍ଷା ଆରମ୍ଭ ହୋଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟାର ଏବଂ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଏହି ଶିବିରକୁ ଉଦଘାଟନ କରିଛନ୍ତି। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସହକାରୀ ରେଜିଷ୍ଟାର ଅଜୟ କୁମାର ରାଉତ ଏହି ଶିବିରରେ ଯୋଗଶିକ୍ଷା ପ୍ରଦାନ କରିଥିଲେ। ଏହି ଯୋଗଶିକ୍ଷା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ଦ୍ୱାରା ଅନ୍ତେବାସୀଙ୍କ ମନରେ ଉଭୟ ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ଏକ ନୂତନ ପରିବର୍ତ୍ତନ ଆସିବ ବୋଲି ଅତିଥି ମାନେ ମତପୋଷଣ କରିଥିଲେ। କାରାଗାର ଅଧୀକ୍ଷକ ସୁନିଲ କୁମାର ପାତ୍ର, କାରାପାଳ ଶୁଭେନ୍ଦୁ ଭୂୟାଁ, ସହକାରାପାଳ ସୁକାନ୍ତ ରାଉତ ଓ ପ୍ରହ୍ଲାଦ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ।

Next Post

କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ

Fri Dec 5 , 2025
କେନ୍ଦ୍ରାପଡ଼ା,୫ା୧୨:ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପ୍ରାୟୋଜିତରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ) ପକ୍ଷରୁ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ -୨୦୨୫ ଆୟୋଜିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର. ଆୟାର ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା,କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା, ଜିଲ୍ଲା ସଂସ୍କୃତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading