
ପଟ୍ଟାମୁଣ୍ଡାଇ ତା ୨୭/୮-ଚଳିତ ବ୍ରାହ୍ମଣୀ ନଦୀର ୩ୟ ବନ୍ୟା ରେ ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର ପଂଚାୟତ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ଏହି ପଂଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଦୀର୍ଘ ୧୫ଦିନ ହେବ ଜଳବନ୍ଦୀ ହୋଇରହିଛି । ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ଶ୍ରୀରାମପୁର ପଂଚାୟତ ସ୍ଥିତି ଅଧିକ ସଂଗୀନ ହୋଇଛି । ଏହି ପଂଚାୟତର ପ୍ରାୟ କୃଷିଜୀବି । ବାରମ୍ବାର ବନ୍ୟା ଯୋଗୁଁ ବ୍ୟାପକ ଫସଲହାନି ଘଟିଛି । ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବନ୍ୟାରେ ବହୁ ଲୋକଙ୍କ ଘର ଭାଙ୍ଗି ଥିବାରୁ ବାସହରା ହୋଇ ବିଭିନ୍ନ ସ୍ଥାନରେ ମୁଣ୍ଡ ଗୁଞ୍ଜିଛନ୍ତି । ରାଜନଗର ବିଧାୟକ ଚଳିତ ବନ୍ୟା ରେ ଶ୍ରୀରାମପୁର ପଂଚାୟତ ଯାଇ ଥିବାବେଳେ ସମ୍ପ୍ରତି ବ୍ରାହ୍ମଣୀ ନଦୀର ୩ୟ ବନ୍ୟାରେ ଶ୍ରୀରାମପୁର ପଂଚାୟତର ସ୍ଥିତି ଅଧିକ ସଂଗୀନ ହୋଇଥିବା ଖବର ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ସହିତ ଏହି ପଂଚାୟତକୁ ଯାଇ ସ୍ଥିତି ପରଖିବା ସହିତ ରିଲିଫ ବଣ୍ଟନ କରିଥିଲେ । ଶ୍ରୀରାମପୁର ପଂଚାୟତର ସମସ୍ତ ବନ୍ୟା ବିପନ୍ନମାନଙ୍କୁ ୧୫ଦିନ ରିଲିଫ ରନ୍ଧା ଖାଦ୍ୟ ପାଲ, ପର୍ଯ୍ୟାପ୍ତ ଗୋଖାଦ୍ୟ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି । ବିଧାୟକ ଓ ବ୍ଲକ ଅଧକ୍ଷଙ୍କ ସହିତ ବରିଷ୍ଠ ନେତା କ୍ଷୀରୋଦ ସାମନ୍ତରାୟ ଶ୍ରୀରାମ ଫାଉଣ୍ଡେସନ ଅଧକ୍ଷ ଉତ୍ତମ ଖୁଣ୍ଟିଆ,ସରପଞ୍ଚ ସସ୍ମିତା ସେଠୀ, ଯୁବନେତା ପ୍ରତାପ ସେଠୀ ଶିକ୍ଷାବିତ ନଟବର ସେଠୀ ଦଳିତ ନେତା ପ୍ରେମାନନ୍ଦ ସେଠୀ ପ୍ରମୁଖ ବିପନ୍ନଙ୍କ ସ୍ଥିତି ପରଖିବା ସହିତ ରିଲିଫ ବଣ୍ଟନରେ ସହଯୋଗ କରିଥିଲେ ।
