ଶ୍ରୀ ସ୍ୱୟଂପ୍ରଭା ଗଣବିବାହ ସେବା ସମିତି ପକ୍ଷରୁ ଆଦର୍ଶ ବିବାହ ଆୟୋଜନ

blank
ପଟ୍ଟାମୁଣ୍ଡାଇ ୧୦/୩ – ଓଡ଼ିଶା ସରକାର କନ୍ୟା ବିବାହ ଯୋଜନା ଅଧୀନରେ ବିବାହ ପାଇଁ ଆର୍ôଥକ ସହାୟତା ଯୋଗାଇ ଦେଉଛନ୍ତି। ଏଥିନେଇ କନ୍ୟାକୁ ୫୧ ହଜାର ସହାୟତା ରାଶି ସିଧାସଳଖ ବ୍ୟାଙ୍କଖାତାକୁ ପ୍ରଦାନ କରାଯାଉଛି। ହେଲେ ପଟ୍ଟାମୁଣ୍ଡାଇ ଅଂଚଳର ଏକ ସାମାଜିକ ଅନୁଷ୍ଠାନ ଶ୍ରୀ ସ୍ୱୟଂ ପ୍ରଭା ଗଣବିବାହ ସେବା ସମିତି ପକ୍ଷରୁ ଗରିବ ପୁଅ-ଝିଅଙ୍କ ବିବାହ ପାଇଁ ଆର୍ôଥକ ଓ ସାମଗ୍ରୀକ ସହାୟତା ପ୍ରଦାନ କରି ବିବାହ ଆୟୋଜନ, ଆର୍ôଥକ ସହାୟତା ଦେଇ ବର-କନ୍ୟାଙ୍କୁ ବିଦାୟୀ ଦେଇଥିବାରୁ ସ୍ଥାନୀୟ ଅଂଚଳବାସୀ ପ୍ରଶଂସା କରିବା ସହିତ ସଂଗଠନକୁ ଧନ୍ୟବାଦ ଦେଇଛନ୍ତି ।
ପଟ୍ଟାମୁଣ୍ଡାଇ ରାଧାରମଣ ମଠ ଠାରେ ରବିବାର ଶ୍ରୀ ସ୍ୱୟଂ ପ୍ରଭା ଗଣବିବାହ ସେବା ସମିତି ପକ୍ଷରୁ ଏକ ଆଦର୍ଶ ବିବାହ ଆୟୋଜନ କରାଯାଇଥିଲା । ଏଥିରେ ରାଜନଗର ଥାନା ଦାଣ୍ଡି ଗ୍ରାମର ବାବାଜୀ ସେଠୀଙ୍କ ପୁତ୍ର ଅଶୋକ ସେଠୀଙ୍କ ସହିତ ଆଳି ଥାନା ନରେନ୍ଦ୍ରପୁର ଗ୍ରାମର ସର୍ବେଶ୍ୱର ସେଠୀଙ୍କ ଝିଅ ସସ୍ମିତା ସେଠୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଶ୍ରୀ ସ୍ୱୟଂପ୍ରଭା ଗଣ ବିବାହ ସେବା ସମିତି ସଭାପତି ସଞ୍ଜୟ ସ୍ୱାଇଁ ଓ ସମ୍ପାଦକ ମିଟୁ ମନୋଜ ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଆଦର୍ଶ ବିବାହକୁ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜ ବିବାହ ଶୁଭାରମ୍ବ କରିଥିଲେ । ଶ୍ରୀ ସ୍ୱୟଂପ୍ରଭା ଗଣ ବିବାହ ସେବା ସମିତି ପକ୍ଷରୁ ବର କନ୍ୟାଙ୍କୁ ସମସ୍ତ ଜିନିଷ ପ୍ରଦାନ କରାଯିବା ସହିତ ଉଭୟ ପକ୍ଷରୁ ୪ଶହ ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଏହି ଆଦର୍ଶ ବିବାହ ଉତ୍ସବରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର, ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ, ପୂର୍ତ ବିଭାଗ ସହନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡା,ପୌରପରିଷଦ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ସାମଲ , ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ ଓ ଉପାଧ୍ୟକ୍ଷ ସୁଶାନ୍ତ ଦାସ, ୧୫ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସରକାରୀ ପଦାଧିକାରୀ, ବୁଦ୍ଧିଜୀବୀମାନେ ଯୋଗ ଦେଇ ବର କନ୍ୟାଙ୍କୁ ଆଶୀର୍ବାଦ କରିଥିଲେ ।

Next Post

ଏମଏନ ହାଇସ୍କୁଲ ୧୯୯୦ ବ୍ୟାଚ ବିଦ୍ୟାର୍ଥୀଙ୍କ ଗୁରୁ ପୂଜନ ବନ୍ଧୁ ମିଳନ

Tue Mar 10 , 2026
ପଟ୍ଟାମୁଣ୍ଡାଇ ୧୦/୩ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ୧୯୯୦ ମାଟ୍ରିକ ବ୍ୟାଚ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଗୁରୁପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ରଞ୍ଜନ ନାୟକ ଏବଂ ଦେବାଶିଷ ଦାସଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ଶିକ୍ଷକ ଖଗେଶ୍ୱର ପରିଡା, କୃଷ୍ଣ ଚନ୍ଦ୍ର ପଣ୍ଡା, ପରୀକ୍ଷିତ ରାୟ ସଂଯୁକ୍ତା କୁଣ୍ଡ, ବଳରାମ ବିଶ୍ୱାଳ, ରବୀନ୍ଦ୍ର ସାହୁ, ଚତୃର୍ଭୁଜ ରାଉଳ ପ୍ରମୁଖ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading