ପଟ୍ଟାମୁଣ୍ଡାଇ ଛାତ୍ରୀ ଅପମୃତ୍ୟୁ ଘଟଣା ପାଇଁ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଦାୟୀ : ସିପିଆଇ(ଏମ)

blank
କେନ୍ଦ୍ରାପଡ଼ା,୮ା୮:ଗତ ୬ରିଖରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ କାଠିଆପଡ଼ା ଗ୍ରାମ ବାସିନ୍ଦା ବଡ଼ପଡ଼ା କଲେଜରେ ପଢ଼ୁଥିବା +୩ ଶେଷ ବର୍ଷର ଛାତ୍ରୀ ପି.ଡ଼ି. ସଙ୍ଗୀତାଙ୍କର ଅପମୃତ୍ୟୁ ପାଇଁ ପୋଲିସ ପ୍ରଶାସନ ଓ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ। ଛାତ୍ରୀଙ୍କର ଜଣେ ପୁରୁଷ ବନ୍ଧୁ ତାଙ୍କର ନଗ୍ନଚିତ୍ର ଭାଇରାଲ କରିବା ଘଟଣାକୁ ନେଇ ସୁଶ୍ରୀ ସଙ୍ଗୀତା ଗତ ୬ମାସ ପୂର୍ବେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ଆଣିବା ସତ୍ତ୍ୱେ ସେଥିପ୍ରତି ପୋଲିସ କିମ୍ବା ପ୍ରଶାସନ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ବରଂ ତାଙ୍କୁ ନିରୁତ୍ସାହିତ ଓ ଅପମାନ ଦେଲା ଭଳି କାର୍ଯ୍ୟ କଲେ। ଏଥିରେ ଛାତ୍ରୀ ଜଣକ ନିରାଶ ହୋଇ ପ୍ରାଣ ହରାଇଲା। ଓଡ଼ିଶାର ଅସ୍ମିତା, ନାରୀ ସୁରକ୍ଷା ପାଇଁ ଦିନରାତି ପ୍ରଚାର କରୁଥିବା ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟର ଏହାହିଁ ବାସ୍ତବ ଚିତ୍ର। ଏଥିପାଇଁ ଦାୟୀ ପୋଲିସ ଅଫିସର, ଉଚ୍ଚ ପୋଲିସ କର୍ତ୍ତୃପକ୍ଷ ଓ ପ୍ରଶାସନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ନାରୀ ସୁରକ୍ଷା ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଇସ୍ତଫା ପ୍ରଦାନ କରିବା ଆବଶ୍ୟକ। ଏହି ଅପମୃତ୍ୟୁ ଘଟଣାକୁ ଜଣେ ମହିଳା ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ କରି ଦୋଷୀମାନଙ୍କୁ ଏବଂ ଏଥିସହ ସଂପୃକ୍ତ ଅଧିକାରୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ସହ ପୀଡ଼ିତା ପରିବାରକୁ କ୍ଷତିପୂରଣ ଦେବା ପାଇଁ ସି.ପି.ଆଇ.(ଏମ୍‌) କେନ୍ଦ୍ରାପଡା ଜିଲ୍ଲା କମିଟି ଦୃଢ ଦାବି କରିଛି। ଏଭଳି ମହିଳାମାନଙ୍କ ଉପରେ ଆକ୍ରମଣ, ମର୍ଯ୍ୟାଦା ହାନି ବିରୁଦ୍ଧରେ ତଥା ରାଜ୍ୟ ସରକାରଙ୍କ ଅପାରଗତାର ଦୃଢ ପ୍ରତିବାଦ କରିବା ପାଇଁ ବିଭିନ୍ନ ସ୍ଥାନରେ ଗଣତନ୍ତ୍ର ପ୍ରେମୀ ଜନଗଣ ଆଗେଇ ଆସିବା ସହିତ ଓଡ଼ିଶାର ନିକମା ମୋହନ ସରକାର ଗାଦି ଛାଡ଼ିବା ପାଇଁ ଦାବି କରିବାକୁ ସି.ପି.ଆଇ.(ଏମ୍‌) ଆହ୍ୱାନ କରୁଛି। ସି.ପି.ଆଇ.(ଏମ୍‌) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ସମ୍ପାଦକ ଗୟାଧର ଧଳ,ବରିଷ୍ଠ ନେତା ଜଗତଜୀବନ ଦାଶ, ନରୋତ୍ତମ ପାର୍ଥସାରଥୀ, କାଳୀପ୍ରସଦ ନାୟକ, ମାଧବ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଦାବିପତ୍ର ଗ୍ରହଣ କରିଥିଲେ।

Next Post

ବଡପଡା ଛାତ୍ରୀ ପୋଡି ଘଟଣା ; ତଦନ୍ତକୁ ତ୍ୱରାନ୍ୱିତ କରିଛି ପୋଲିସ ,ପୋଷ୍ଟମଟମ ରିପୋର୍ଟରୁ ରହସ୍ୟ ଉନ୍ମୋଚିତ ହେବ: ଏସ ପି

Fri Aug 8 , 2025
  ଚେନ୍ନାଇରୁ ଧରାପଡିଲେ ପୁରୁଷବନ୍ଧୁ ପ୍ରମୋଦ ଘଟଣାସ୍ଥଳରେ ଫରେନସିକଟିମର ପୁର୍ନବାର ଯାଂଚ   ପଟ୍ଟାମୁଣ୍ଡାଇ ୮/୮ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା କାଠିଅପଡା ଗ୍ରାମର ଛାତ୍ରୀ ସଂଗିତା ପରିଡାଙ୍କ ପୋଡିଘଟଣାର ତଦନ୍ତ ତ୍ୱରାନ୍ୱିତ ହୋଇଛି । ଜିଲା ପୋଲିସର ଏକ ସ୍ୱତନ୍ତ୍ର ଟିମ ଚେନ୍ନାଇ ଯାଇ ପୁରୁଷବନ୍ଧୁ ବିଲିକଣା ପଂଚାୟତ ତେରୋହୀ ଗ୍ରାମର ପ୍ରମୋଦ ବେହେରାଙ୍କୁ ଧରିଛି । ସେଠାରୁ ପ୍ରମୋଦଙ୍କୁ ଅଣାଯାଇ ଏକ ଅଜଣା ସ୍ଥାନରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading