ବାଲିପାଟଣା ଉଚ୍ଚ ବିଦ୍ୟାଳୟ ୧୯୯୫ ବ୍ୟାଚର “ମହା ବନ୍ଧୁ ମିଳନ’

blank
କେନ୍ଦ୍ରାପଡ଼ା,୨୯ା୬: କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ବାଲିପାଟଣା ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ଓ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ପୁରାତନ ଛାତ୍ର ତଥା ଯୁବ ସମାଜସେବୀ ଅକ୍ଷୟ ତରାଇଙ୍କ ସଂଯୋଜନାରେ ଅନୁଷ୍ଠିିତ ସଭାରେ ପୁରାତନ ଛାତ୍ର ମାନଙ୍କ ଦ୍ୱାରା ପ୍ରଧାନ ଶିକ୍ଷୟତ୍ରୀ ବିଦୁଲତା ମଲିକ, ସ୍କୁଲ ପରିଚାଳନା ସମିତିର ସୈାମେନ୍ଦ୍ର ନାୟକ, ପଞ୍ଚସଖା ଶିକ୍ଷାସେତୁ ଅଧ୍ୟକ୍ଷ ସଞ୍ଜୀବ ଜେନା, ଉପାଧ୍ୟକ୍ଷା ସବିତା ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଇତ୍ୟବସରରେ ଧୋୟାଞ୍ଚଳ ର ଏହି ଗରିମାମୟ ଶିକ୍ଷାନୁଷ୍ଠାନର ସାମଗ୍ରୀକ୍ ବିକାଶ ପାଇଁ ଉଦ୍ୟମ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଦୀର୍ଘ ତିରିଶ ବର୍ଷ ପରେ ସହପାଠୀ ମାନେ ପରସ୍ପରକୁ ନିକଟରେ ପାଇ ଭାବବିହ୍ୱଳ ହୋଇପଡ଼ିଥିଲେ। ସ୍କୁଲର ରଙ୍ଗ ବଦଳିଛି ସତ କିନ୍ତୁ ସ୍ମୃତି ଯେମିତି ସତେଜ ହୋଇ ରହିଥିବାରୁ ଉପସ୍ଥିତ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପାଇଁ ସମ୍ମଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। ଶେଷରେ ଛାତ୍ରମାନଙ୍କ ଦ୍ୱାରା ଛାତ୍ରୀ ମାନଙ୍କୁ “ରଜ ” ଉପଲକ୍ଷେ ଏକ ଉପହାର ଦିଆଯାଇ ଥିଲା। ସମାଜର ବିଭିନ୍ନ ବିଭାଗରେ ନିୟୋଜିତ ହୋଇଥିବା ବନ୍ଧୁମାନଙ୍କ ମଧ୍ୟରେ ଦିବ୍ୟ ରଞ୍ଜନ ସାହୁ, ସଂଜିତ ନାୟକ, କଲ୍ୟାଣୀ ବିଶ୍ୱାଳ, ପ୍ରଜ୍ଞାପାରମିତା ତରାଇ, ରୀତୁସ୍ମିତା ମଲ୍ଲିକ, ପ୍ରିୟଦର୍ଶୀ ନାୟକ, ସତ୍ୟରଞ୍ଜନ ନାୟକ, ବସନ୍ତ ତରାଇ, ନିହାର ରଞ୍ଜନ ମଲ୍ଲିକ, ସିତାଂଶୁ ସାହୁ, ଆଶିଷ ଜେନା, ତପସ୍ୱିନୀ ମଲ୍ଲିକ, ନିହାରିକା ନାୟକ, ଲିଲୁଲତା ନାୟକ, ବିକାଶ ତରାଇ, ତପସ୍ୱିନୀ ମଲ୍ଲିକ, ବୈଜୟନ୍ତି ସାହୁ, ଲିଲିମାରାଣୀ ଦାସ, ଜୟନ୍ତୀ ସେଠୀ, ମିନନ୍ତି ମଲ୍ଲିକ, ମୁଟୁରୀ ମଲ୍ଲିକ, ରାନୁ ପରିଡ଼ା,ମମତା ପରିଡା, ଅଶୋକ ନାୟକ, ରଶ୍ମିତା ନାୟକ, ପ୍ରଦୀପ ନାୟକ, ବାବୀ ନାୟକ, ଅକ୍ଷୟ ପରିଡ଼ା, ମମତା ନାୟକ, ପ୍ରଣ୍ୱ ମକ୍ଲିକ୍‌, ମାନସୀ ନନ୍ଦ, ନଳିନୀପ୍ରଭା ବିଶ୍ୱାଳ, ପ୍ରଦୀପ ଜେନା, ଅଞ୍ଜୁସ୍ୱରି ବିଶ୍ୱାଳ, ହରେନ୍ ତରାଇ, କପିଳେନ୍ଦ୍ର ତରାଇ, ହିଂମାଶୁ ନାୟକ, ମନୋଜ ନାୟକ ଆଦି ଉକ୍ତ “ମହା ବନ୍ଧୁମିଳନ” ଉତ୍ସବରେ ଉପସ୍ଥିତ ଥିଲେ।

Next Post

ପଟ୍ଟାମୁଣ୍ଡାଇରେ ଦେବସ୍ନାନ ପୂର୍ଣ୍ଣିମା

Mon Jun 29 , 2026
ପଟ୍ଟାମୁଣ୍ଡାଇ ୨୯/୬ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପତିତ ପାବନ ମନ୍ଦିର ସମେତ “ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ସମାରୋହ ଭକ୍ତି ଓ ଆଡ଼ମ୍ବରର ସହ ପାଳିତ ହୋଇଛି। ଏହି ଅବସରରେ ଦେବଦେବୀଙ୍କୁ ପବିତ୍ର ଜଳ, ପଂଚାମୃତ ଓ ସୁଗନ୍ଧିତ ଦ୍ରବ୍ୟରେ ସ୍ନାନ କରାଯାଇ ସ୍ୱତନ୍ତ୍ର ବେଶରେ ସଜ୍ଜିତ କରାଯାଇଥିଲା। ମନ୍ଦିରଗୁଡ଼ିକରେ ବିଶେଷ ପୂଜାର୍ଚ୍ଚନା, ଭଜନ, କୀର୍ତନ ଓ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading