୨୦ ହଜାର ଲାଞ୍ଚ ମାମଲାରେ ତହସିଲଦାର ଭିଜିଲାନ୍ସ ଦ୍ୱାରା ଗିରଫ

blank
କେନ୍ଦ୍ରାପଡ଼ା,୨୩ା୯:ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକ ଦୁନୀତି ନିବାରଣ ବିଭାଗ ଦ୍ୱାରା ମଙ୍ଗଳବାର ଗିରଫ ହୋଇଛନ୍ତି। ଶ୍ରୀ ମଲ୍ଲିକଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କେନ୍ଦ୍ରାପଡ଼ା ଦୁର୍ନୀତି ନିବାରଣ କାର୍ଯ୍ୟାଳୟକୁ ନେଇଥିଲେ। ପରେ ତାଙ୍କୁ କଟକସ୍ଥିତ ଦୁର୍ନୀତି ନିବାରଣ ବିଭାଗ ମୁଖ୍ୟାଳୟକୁ ନେଇଥିଲେ। ଶ୍ରୀ ମଲ୍ଲିକଙ୍କୁ ଗିରଫ ପରେ ସେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ତାଙ୍କର ଡେରାବିଶ ବ୍ଲକ ଅନ୍ତର୍ଗତ କାଉପଡ଼ା ପଞ୍ଚାୟତର ବାଘିିଲୋ ବାବନପୁରରେ ଥିବା ପୈତୃକ ବାସଭବନ, କଟକ ଜିଲ୍ଲାର ଡେଲାଙ୍ଗ ପ୍ରଭୃତି ୬ଟି ସ୍ଥାନରେ ଚଢାଉ ଚାଲିଛି। ମିଳିଥିବା ତଥ୍ୟ ଅନୁଯାୟୀ ବରକନ୍ଦା ପଞ୍ଚାୟତର ଗୋଜାବନ୍ଧ ଗ୍ରାମର ପିତାମ୍ବର ସ୍ୱାଇଁଙ୍କ ଘର ସମ୍ମୁଖରେ ଏକ ସରକାରୀ ଜମି ଥିଲା। ତାହାକୁ ଜଣେ ସ୍ଥାନୀୟ ବ୍ୟକ୍ତି ଜବରଦଖଲ କରିନେଇଥିଲେ। ଏହି ଜବରଦଖଲ ଉଚ୍ଛେଦ କରିବା ପାଇଁ ପିତାମ୍ବର ଅନେକ ଥର ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ତହସିଲଦାର ଏ କଥାକୁ ଗୁରୁତ୍ୱ ଦେଉ ନଥିଲେ। ଫଳରେ ଏଥି ନିମନ୍ତେ ପିତାମ୍ବର ପାଟକୁରାସ୍ଥିତ କିଣିଲୋ ପଦ୍ମପୁର ଗ୍ରାମର ତାଙ୍କ ଜ୍ୱାଇଁ ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କୁ ଦାୟିତ୍ୱ ଦେଇଥିଲେ। ଅନ୍ତର୍ଯ୍ୟାମୀ ଏ ନେଇ ତହସିଲଦାର ଶିବ ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ। ଏହି ଜବରଦଖଲକୁ ଉଚ୍ଛେଦ କରିବା ପାଇଁ ତହସିଲଦାର ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ଅନ୍ତର୍ଯ୍ୟାମୀ ଏ ନେଇ ଦୁର୍ନୀତି ନିବାରଣ ବିଭାଗରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଅନ୍ତର୍ଯ୍ୟାମୀ ତହସିଲଦାର ଶିବ ମଲ୍ଲିକଙ୍କୁ ତାଙ୍କ ସରକାରୀ ବାସ ଭବନରେ ୨୦ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ପ୍ରଥମେ କାବୁ କରିନେଇ ଗିରଫ କରିଥିଲେ। ତହସିଲଦାର ଶ୍ରୀ ମଲ୍ଲିକଙ୍କ ନାମରେ କଟକ ଭିଜିଲାନ୍ସ ଥାନାରେ ୨୯/୨୦୨୫ ରେ ଏକ ମାମଲା ରୁଜୁ କରାଯାଇଛି। ଜଣେ କିରାଣୀରୁ ଶ୍ରୀ ମଲ୍ଲିକ ସରକାରୀ ଚାକିରୀ ଆରମ୍ଭ କରିଥିଲେ। ଏହାପରେ ସେ ଓ.ଆର.ଏସ୍‌. ଏବଂ ପରେ ଓ.ଏ.ଏସ୍‌.କୁ ପଦୋନ୍ନତି ପାଇଥିଲେ। ସେ ପ୍ରଥମେ କେନ୍ଦ୍ରାପଡ଼ାର ଅତିରିକ୍ତ ତହସିଲଦାର ପରେ କେନ୍ଦ୍ରାପଡା ସବରେଜିଷ୍ଟ୍ରାରଥିଲେ। ଏହାପରେ ସେ ଓ.ଏ.ଏସ.ପାଇବା ପରେ ସାଲେପୁର ତହସିଲଦାର, କନ୍ଧମାଳ ଜିଲ୍ଲାର ଚକାପାଦ ତହସିଲଦାର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ତହସିଲଦାର ଭାବେ ନିଯୁକ୍ତି ପାଇଥିଲେ।

Next Post

ମାଇଁ ଏନ ସି ସି ଆଲୁମିନି ଆସୋସିଏସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

Wed Sep 24 , 2025
କେନ୍ଦ୍ରାପଡ଼ା, ୨୪ା୯: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମାଇଁ ଏନ ସି ସି ଆଲୁମନି ଆସୋସିଏସନ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଓ ଏନ ସି ସି ବାଳକ ବିଭାଗର ଏଏନଓ ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ ଉଦଘାଟନ କରିଥିଲେ । ଏହି କାଯ୍ର‌୍ୟକ୍ରମ ଜିଲ୍ଲାପାଳଙ୍କ ଅନୁମତିରେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହଯୋଗରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading