ବରିଷ୍ଠ ନାଗରିକ ମଞ୍ଚ ର ସ୍ବାଧୀନତା ଦିବସ ପାଳନ

ପଟ୍ଟାମୁଣ୍ଡାଇ ୧୫/୮-ଆର୍ଯ୍ୟଭୂମି ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସାହସ ଓ ଅତୁଳନୀୟ ବଳିଦାନକୁ ସ୍ମରଣ କରି ଶନିବାର ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଭାରତର ୮୦ ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି।ମଞ୍ଚ ର କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୂଖ୍ୟ ଅତିଥିଭାବେ ପ୍ରଫେସର ଦୁର୍ଯ୍ୟୋଧନ ପରିଡ଼ା ଯୋଗ ଦେଇଥିଲେ ପ୍ରଥମେ ସମ୍ମାନର ସହିତ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହାପରେ ମଂଚର ଚିତ ବିନୋଦନ ଭବନ ପରିସରରେ ଏକ ବିଶେଷ ସଭା ଆୟୋଜିତ ହୋଇଥିଲା। ଏଥିରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବରିଷ୍ଠ ନାଗରିକ ଯୋଗଦେଇ ଦେଶର ମାଟି ପାଇଁ ଆତ୍ମବଳିଦାନ ଦେଇଥିବା ବିର ପୁତ୍ରମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ସ୍ୱାଧୀନତା ଆମ ଜନ୍ମଗତ ଅଧିକାର ଶୀର୍ଷକ ଆଲୋଚନା ଚକ୍ର କବିତା ପାଠ୍ୟତ୍ସବ ଅନୁଷ୍ଠିତ ହୋଇଥିଲା। ସଭାରେ ଉପସ୍ଥିତ ବକ୍ତାମାନେ ନିଜ ନିଜର ବକ୍ତବ୍ୟ ରଖି କହିଥିଲେ ଯେ, “ଆମ ସ୍ୱାଧୀନତା କେବଳ ଏକ ଐତିହାସିକ ଘଟଣା ନୁହେଁ, ବରଂ ଏହା ଲକ୍ଷ ଲକ୍ଷ ଦେଶଭକ୍ତଙ୍କ ଆତ୍ମତ୍ୟାଗର ପ୍ରତୀକ। ଅଖଣ୍ଡ ଭାରତର ଆତ୍ମା ଆମ ଜାତୀୟ ପତାକା ଆଗରେ ସଦା ସର୍ବଦା ଜାଜ୍ୱଲ୍ୟମାନ।’ ବକ୍ତାମାନେ ଆହୁରି ମଧ୍ୟ ପ୍ରକାଶ କରିଥିଲେ ଯେ, ଆଜିର ଏହି ପବିତ୍ର ଦିନରେ ଆମ ସମସ୍ତଙ୍କୁ ଜାତୀୟ ଏକତା, ଅଖଣ୍ଡତା ଓ ଭାଇଚାରାର ପରିଚୟ ଦେବାକୁ ହେବ। କାତି, ଧର୍ମ, ଓ ବର୍ଣ୍ଣର ଭେଦଭାବ ଭୁଲି ତିରଙ୍ଗା ତଳେ ଏକାଠି ହେବା ଏବଂ ଦେଶର ପ୍ରଗତିରେ ନିଜ ନିଜର ଯୋଗଦାନ ଦେବା ହିଁ ବୀର ସଂଗ୍ରାମୀମାନଙ୍କ ପ୍ରତି ସତ୍ୟ ଶ୍ରଦ୍ଧାଞ୍ଜଳି ହେବ। ଏହି କାର୍ଯ୍ୟକ୍ରମରେ ପ୍ରଫେସର ରମେଶ ଚନ୍ଦ୍ର ଜେନା, ଡ. କେଳୁଚରଣ ସ୍ୱାଇଁ । କଥାକାର ପ୍ରଦୀପ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ସଭାରେ କବି ବ୍ରଜବନ୍ଧୁ ଦାଶ, ପ୍ରସନ୍ନ କୁମାର ବେହୁରା, ଗୌରାଙ୍ଗ ଚରଣ ମହାନ୍ତି, ବୈଷ୍ଣବ ଚରଣ ମଳିକ ଦେଶାତ୍ମକ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ନରହରି ଲେଙ୍କା, ପ୍ରଫେସର କୈଳାସ ଚନ୍ଦ୍ର ପାତ୍ର, ବିଜୟ କୁମାର ରାଉତ, ପ୍ରଦୀପ୍ତ କୁମାର ରଥ, ଇଂ ତପନ କୁମାର ପାତ୍ର, ଇଂ . ଗୁଣଧର ସାମଲ, ପ୍ରମୋଦ କୁମାର ନାୟକ, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ନ୍ରୁସିଂହ ପ୍ରସାଦ ଚୌଧୁରୀ, ରାଜେନ୍ଦ୍ର ପ୍ରସାଦ ସିଂ, ଭୂପତି ପ୍ରସାଦ ନାୟକ, ଚତୁର୍ଭୂଜ ରାଉଳ, ବଂଶୀଧର ନାୟକ, ଜଗନ୍ନାଥ ନାୟକ, ଖଗେଶ୍ୱର ଖଣ୍ଡାଇ ପ୍ରମୁଖ ଯୋଗଦାନ କରି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
