କୁତରଙ୍ଗ ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ

blank
କେନ୍ଦ୍ରାପଡ଼ା,୨ା୮:କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟାର ମଙ୍ଗଳବାର କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କୁତରଙ୍ଗ ଗ୍ରାମପଞ୍ଚାୟତର ପଲ୍ଲୀ ଶିକ୍ଷାଶ୍ରମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢାଇଛନ୍ତି। ଜିଲ୍ଲାପାଳ ପିଲାମାନଙ୍କୁ ସାଧାରଣ ଜ୍ଞାନ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏଥିସହ ପିଲାମାନଙ୍କୁ ସାଧାରଣ ଜ୍ଞାନ ବିଷୟରେ ପ୍ରତିଦିନ ଶିକ୍ଷା ଦେବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଗିଦ କରିଦେଇଥିଲେ। ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ସହ ସାଧାରଣ ଜ୍ଞାନ ପଢିବା ନିହାତି ଆବଶ୍ୟକ। ସାଧାରଣ ଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ବେଶ ସହାୟକ ହେବ। ସାଧାରଣ ଜ୍ଞାନ ବିଷୟରେ ଶିଶୁ ବାଟିକା ଓ ବିଦ୍ୟାଳୟ ସ୍ତରରୁ ଶିକ୍ଷାଦାନ ଦିଆଗଲେ ପିଲାଙ୍କ ମଧ୍ୟରେ ପିଲାଟି ଦିନରୁ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ହେବ। ଫଳରେ ସେମାନେ ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଏହି ସାଧାରଣ ଜ୍ଞାନ ବେଶ ସହାୟକ ହେବ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାପାଳ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଥିଲେ। ଏହାସହ ନିଜେ କେତେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ପିଲାମାନଙ୍କୁ ପାଠ ପଢାଇ ସାରିବା ପରେ ଜିଲ୍ଲାପାଳ ଦୁଇଟି ବିଦ୍ୟାଳୟ ପରିସରରେ ପାନୀୟ ଜଳ ବ୍ୟବସ୍ଥା ଅଛି କି ନାହିଁ ତାହା ଯାଞ୍ଚ କରିଥିଲେ। କେଉଁ ଉତ୍ସରୁ ପିଲାମାନଙ୍କୁ ପାନୀୟ ଜଳ ପିଇବାକୁ ଦିଆଯାଉଛି ତାହା ସୁରକ୍ଷିତ ଅଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ କରିଥିଲେ। ପିଲାମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କହିଥିଲେ। ସେହିପରି ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଉଛି କି ନିମ୍ନମାନର ରନ୍ଧା ଖାଦ୍ୟ ଦିଆଯାଉଛି ତାହା ଜିଲ୍ଲାପାଳ ନିଜେ ପରୀକ୍ଷା କରିଥିଲେ। ପିଲାମାନଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟରୁ ଜିଲ୍ଲାପାଳ କିଛି ଖାଇ ତାହାର ମାନ ପରୀକ୍ଷା କରିଥିଲେ। ସେହିପରି ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ରକ୍ଷା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଗିଦ କରିଦେଇଥିଲେ। ପିଲାମାନେ ଆଗାମୀ କାଲିର ଭବିଷ୍ୟତ। ତେଣୁ ଆମ ଭବିଷ୍ୟତ ପୀଢି ଯେପରି କୌଣସି ସମସ୍ୟାରେ ନ ପଡନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Next Post

ଜିଲ୍ଲାପାଳଙ୍କ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

Tue Sep 2 , 2025
କେନ୍ଦ୍ରାପଡ଼ା,୨ା୯:କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟାର ମଙ୍ଗଳବାର ପୂର୍ବାହ୍ନରେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତ କରି ମେଡିକାଲ ଅଧିକାରୀଙ୍କ ସହିତ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହିତ ଜିଲ୍ଲାପାଳ ଇଣ୍ଡୋର ଓ ଆଉଟ୍ ଡୋର ରୋଗୀ ମାନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ପରେ ଜିଲ୍ଲାପାଳ ବିଭିନ୍ନ ରେଜିଷ୍ଟର ଏବଂ ଔଷଧ ଗୁଡିକ ଯାଞ୍ଚ କରିଥିଲେ। ରୋଗୀ ମାନେ ଯେପରି ସର୍ବଦା ଉତ୍ତମ ଚିକିତ୍ସା ସେବା ପାଇପାରିବେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading