ବରିଷ୍ଠ ନାଗରିକ ମଞ୍ଚର ତ୍ରିରଙ୍ଗା ଶୋଭାଯାତ୍ରା

blank
କେନ୍ଦ୍ରାପଡ଼ା,୨୦ା୮:ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ହରଘର ତ୍ରିରଙ୍ଗା ଓ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୈାରାଞ୍ଚଳ ଅନ୍ତର୍ଗତ ଖଡିଅଙ୍ଗ କାର୍ଯ୍ୟାଳୟରେ ଶତାଧିକ ସଦସ୍ୟ ଓ ସଦସ୍ୟାମାନଙ୍କ ଉପସ୍ଥିତିରେ ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କାର୍ଯ୍ୟକାରୀ ସଭାପତି ଫକୀର ଚରଣ ଖଟୁଆ, ଉପସଭାପତି ସୟଦ ଅକମଲ ଅଲ୍ଲୀ ଓ ପ୍ରହଲ୍ଲାଦ ମଲ୍ଲ, ସାଧାରଣ ସମ୍ପାଦକ ନରୋତ୍ତମ ଜେନା, ଯୁଗ୍ମସମ୍ପାଦକ ଅକ୍ଷୟ କୁମାର ନାୟକ, ଅର୍ଥ ସମ୍ପାଦକ ରବିନ୍ଦ୍ର ନାଥ ବାରିକ ଓ ବରିଷ୍ଠ ସଦସ୍ୟ ନିତ୍ୟାନନ୍ଦ ସୁଆରଙ୍କ ନେତୃତ୍ୱରେ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟାଳୟରୁ ବାହାରି ହାଇସ୍କୁଲ ଛକ, କୋର୍ଟ ଛକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଦେଇ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ଏହି ଶୋଭାଯାତ୍ରାରେ ବରିଷ୍ଠ ନାଗରିକ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ଜୁବୁଲି ପାଠାଗାର ସମ୍ମୁଖରେ ଥିବା ବରପୁତ୍ରମାନଙ୍କୁ ବରିଷ୍ଠ ଉପଦେଷ୍ଟା ଡା. ବିଶ୍ୱପ୍ରକାଶ କାନୁନଗୋ, ସଭାପତି ଶ୍ରୀ ମହାନ୍ତି, ଡା. ଶରତ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀଙ୍କ ସମେତ ଅନ୍ୟମାନେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଦୈତ କୁମାର ଦାସ,ନୁରୁଲ ଅମିନ, ଜଗମୋହନ ହୋତା, ଗଗନବିହାରୀ ସ୍ୱାଇଁ, ଗଗନବିହାରୀ ମନ୍ତ୍ରୀ, ବୈଷ୍ଣବ ଚରଣ ପ୍ରଧାନ, କିଶୋର ଚନ୍ଦ୍ର ପରିଡା, ପ୍ରଦ୍ୟୁମ୍ନ ବେହେରା, ଭୁବନବିହାରୀ ମହାନ୍ତି, ଗୋଲେଖ ପରିଡା, ନିରଞ୍ଜନ ପରିଡା, ଗୁରୁଚରଣ ବାରିକ, ବିଜୟ କୁମାର ସ୍ୱାଇଁ,ରାଜେନ୍ଦ୍ର କୁମାର ସ୍ୱାଇଁ, ନରୋତ୍ତମ ପରିଡା, ବଳରାମ ଦାସ, ଅଞ୍ଜନ ଶତପଥୀ, ଅଲେଖ ଚନ୍ଦ୍ର ଦାସ, ପ୍ରଶନ୍ନ କୁମାର ବେହେରା, ରଞ୍ଜିତ କୁମାର ସିଂ, ତାପସରଞ୍ଜନ ମହାନ୍ତି, ଅଦୈତ କୁମାର ଜେନା, ଘନଶ୍ୟାମ ପଣ୍ଡା, ଜଗବନ୍ଧୁ ସ୍ୱାଇଁ, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବକ୍ତବ୍ୟ ରଖିଥିଲେ। ଶେଷରେ ସଂଯୋଜକ ବସନ୍ତ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Next Post

ଜିଲ୍ଲାର ୨ଲକ୍ଷ ୫୧ହଜାର ଲୋକ ବନ୍ୟା ପ୍ରଭାବିତ

Thu Aug 20 , 2026
କେନ୍ଦ୍ରାପଡ଼ା,୨୦ା୮:କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ସ୍ଥାନାନ୍ତରଣ, ରିଲିଫ୍ ଓ ଅତ୍ୟାବଶ୍ୟକ ସେବା ଯୋଗାଣ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି।ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ଜିଲ୍ଲାର ୫ଟି ବ୍ଲକ ଯଥା ଆଳି, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର, ରାଜକନିକା ଏବଂ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୨ଟି ୱାର୍ଡ ବନ୍ୟା ପ୍ରଭାବିତ ହୋଇଛି। ମୋଟ ୬୬ଟି ଗ୍ରାମ ପଞ୍ଚାୟତ ଓ ୧୬୪ଟି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading