
କେନ୍ଦ୍ରାପଡା,୧୭ା୪: ତରାଣ୍ଡୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ୟୁଥ୍ ଏବଂ ୟୁକୋ କ୍ଲବର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆନ୍ଦୋଳନ କରାଯାଇଥିଲା । ଏଥିରେ ବିଶିଷ୍ଟ ସମାଜସେବୀ, ପରିବେଶବିତ୍ ତଥା ଆଇନଜୀବୀ ପ୍ରଦୀପ କୁମାର ଦାଶ ଓ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ସୁନାମଧନ୍ୟ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ପରିବେଶର ସୁରକ୍ଷା ଓ ବିଜ୍ଞାନର ବହୁ ଉପାଦେୟତା ତଥ୍ୟ ବିଷୟରେ ଆଲୋକପାତ କରିଥିଲେ । ତତ୍ପଶ୍ଚାତ୍ ଏହି ବିଦ୍ୟାଳୟର ଶିକ୍ଷକ ଚକ୍ରଧନ ସାମନ୍ତରାୟଙ୍କ ଦ୍ୱାରା ପରିବେଶର ସୁରକ୍ଷା ପାଇଁ ଶପଥପାଠ କରାଯାଇଥିଲା । ୟୁଥ୍ ଏବଂ ଇକୋ କ୍ଲବ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ପ୍ରଭାସିନୀ ସାହୁ ଏହି କ୍ଲବ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କ୍ଲବ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ପିଲାମାନଙ୍କୁ ଫିଲ୍ଡ ଭିଜିଟ୍ କରାଇ ବିଭିନ୍ନ କୀଟପତଙ୍ଗ, ପକ୍ଷୀ ଓ ବୃକ୍ଷଲତା ଉପରେ ଜ୍ଞାନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ରବିନ୍ଦ୍ର କୁମାର ସ୍ୱାଇଁ, ଗୌରାଙ୍ଗ ଚରଣ ରାଉତ, ସନ୍ଧ୍ୟା କାନୁନ୍ଗୋ, ମାନସ ରଞ୍ଜନ ମୁଦ୍ରା, ନିରୋଜ ନଳିନୀ ମହାନ୍ତି, ସିମାଦ୍ରି ନାୟକ, ସୁଶ୍ରୀ ସରିତା ବେହେରା, ସ୍ୱଲେହା ବେଗମ୍, ମଧୁସ୍ମିତା ସାହୁ, ମାନସ ରଞ୍ଜନ ସାହୁ, ମନୋଜ କୁମାର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ ।
