ଉଷାରଣୀ ଗୀତିନାଟ୍ୟ ପରିଷଦର କାର୍ଯ୍ୟକ୍ରମ

blank
କେନ୍ଦ୍ରାପଡ଼ା,୧୬/୬- ସରକାରଙ୍କ ତରଫରୁ ଆୟୋଜିତ ହୋଇଥିବା ବିକାଶ ମେଳାର ତୃତୀୟ ସନ୍ଧ୍ୟାରେ କେନ୍ଦ୍ରାପଡର ଅଗ୍ରଣୀ ଅନୁଷ୍ଠାନ ଉଷାରାଣୀ ଗୀତିନାଟ୍ୟ ପରିଷଦ ଓ ସଙ୍ଗିତ ସଦନ ଅଂଶଗ୍ରହଣ କରି ବିଭିନ୍ନ ନୃତ୍ୟ କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶାରୁ ଲିଭିଯାଇଥିବା ପାରମ୍ପରିକ ନୃତ୍ୟ ଯଥା ଧୁଡୁକୀ, ବାରମାସୀ, ଦେମତା, ସମ୍ବଲପୁରୀ ଓ ଝାମୁ ଡାଳି ଇତ୍ୟାଦି ଚିତାକର୍ଶକ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏହି ନୃତ୍ୟକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଦର୍ଶକ ଆସିଥିଲେ । ଏଥିରେ ଗୁରୁ ପ୍ରଭାତ କୁମାର ସିଂହଙ୍କ ତତ୍ୱାବଧାନରେ ମିଲନ, ପୂଜା, ସିଲନ, ନିବେଦିତା, ରୋଜା, ଅଳକା, ଗେହ୍ଲି, କରିଶ୍ମା, ମଧୂଜା, ବର୍ଷା, ବୈଷାଖି, ଓମ,ସିତ, ମାମୁନି, ମାନସୀ କଳାକାରମାନେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ ।

Next Post

ଭରତପୁରରେ ଜିିଲ୍ଲାସ୍ତରୀୟ ରଜ ପର୍ବ ଉଦ୍‌ଯାପିତ

Mon Jun 16 , 2025
କେନ୍ଦ୍ରାପଡ଼ା,୧୬/୬- କେନ୍ଦ୍ରାପଡା ସହର ଉପକଣ୍ଠସ୍ଥ ଭରତପୁର ଗ୍ରାମର ମା ଦକ୍ଷିଣକାଳୀ ମନ୍ଦିର ପରିସରରେ ଥିବା ମୁକ୍ତ ମଠରେ କେନ୍ଦ୍ରାପଡା ଜିଲ୍ଲାର ସର୍ବ ପୁରାତନ ସାଂସ୍କତିକ ଅନୁଷ୍ଠାନ “ବାଗ ଦେବୀ କଳା ମନ୍ଦିର” ଅନୁକୂଲ୍ୟର ଜିଲ୍ଲା ସ୍ତରୀୟ ରଜପର୍ବ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଅନୁଷ୍ଠିନର ସ୍ଥ୍‌ାୟୀ ସଭାପତି ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ଅଧ୍ୟକ୍ଷତାରେ ୧୪ ଓ ୧୫ତାରିଖ ଦୁଇଦିନ ଧରି ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading