
କେନ୍ଦ୍ରାପଡା,୨୩ା୮: ଆଜି କେନ୍ଦ୍ରାପଡା ସହର ସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରୁବିନା ପ୍ରଧାନ ପଞ୍ଚସଖା ଶିିକ୍ଷା ସେତୁ ସଂଗଠନର ସଭାପତି ପ୍ରାଧ୍ୟାପକ ଅଜୟ କୁମାର ସାମଲଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରୁବିନା ପ୍ରଧାନ ବିଦ୍ୟାଳୟରେ ସୁରକ୍ଷା କର୍ମୀ ଓ ବିଦ୍ୟାଳୟର ରକ୍ଷଣା ବେକ୍ଷଣ ତଥା ସଫେଇ କର୍ମୀଙ୍କ ନିଯୁକ୍ତି ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆଦେଶ ନାମା ପତ୍ରକୁ ଉପସ୍ଥାପନ କରି ଅବଗତ କରିଥିଲେ । ବିଦ୍ୟାଳୟ ପାଇଁ ପଞ୍ଚମୁଖୀ ହନୁମାନ ମହିଳା ସ୍ୱୟଂସହାୟକ ଗୃପକୁ ଚୟନ କରାଯାଇ ତାଙ୍କ ଦ୍ୱାରା ରାତ୍ର ଜଗୁଆଳ ଓ ସଫେଇ କର୍ମଚାରୀ ଦୁଇଜଣ କାମ କରିବା ପାଇଁ ଦାୟିତ୍ତ୍ୱ ଦେବାକୁ ସ୍ଥିର କରାଯାଇ ଆଦେଶ ସଂପର୍କରେ ଆଲୋଚନା କରାଗଲା । ବିଦ୍ୟାଳୟର ଖାଲି ଥିବା ଶିକ୍ଷକ ପଦବୀ ପୁରଣ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟିବା ପାଇଁ ଆଲୋଚନା କରାଯାଇଥିଲା । ଏହି ପୁରାତନ ବିଦ୍ୟାଳୟର ପଶ୍ଚିମ ପାଶ୍ୱର୍ରେ ତିନିଗୋଟି ପୁରୁଣା ଆଜବେଷ୍ଟ ସ୍ଥଗିତ ଥିବା ଶ୍ରେଣୀ ଗୃହର ଆବଶ୍ୟକୀୟ ନବୀକରଣ କାର୍ଯ୍ୟ ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରି କେନ୍ଦ୍ରାପଡା ପୂର୍ତ୍ତ ବିଭାଗ ଡିଭିଜନଙ୍କ-୧କୁ ତୁରନ୍ତ ସମ୍ପାଦନ ନିମନ୍ତେ ଅନୁରୋଧ କରାଯାଇ ପତ୍ର ଦେବାକୁ ସ୍ଥିର କରାଯାଇଅଛି । ଉକ୍ତ ବୈଠକରେ ପୁରାତନ ଛାତ୍ର ଅଦ୍ୱେତ କୁମାର ଦାସ, ପୂର୍ବତନନଗରପାଳ ଧିରେନ ସାହୁ, ବ୍ରଜସୁନ୍ଦର ଦାସ, ସୁନୀଳ ମହାଳିକ, ପୌରସଭ୍ୟ ପ୍ରଦୀପ୍ତ ଜେନା, ପୈାର ସଭ୍ୟ ଉମେଶ ଚନ୍ଦ୍ର ନାୟକ, କ୍ଷୀରୋଦ ସାହୁ ଏବଂ ସହକାରୀ ଶିକ୍ଷକ ତପନ କୁମାର ଦାସ ଏବଂ ମହିଳା ଏସ୍.ଏଚ.ଜି ଗୃପର ମାନିନୀ ସ୍ୱାଇଁ ଓ ନିିରୋଦ ନଳିନୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।
