କାଠିଆପଡା ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

blank
କେନ୍ଦ୍ରାପଡ଼ା,୮ା୮:ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କାଠିଆପଡା ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରୁଷ୍ଣ ଜେନାଙ୍କୁ ଶୁକ୍ରବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟର ବାଲେଶ୍ୱର ଜିଲ୍ଲା ଠାରୁ ଆରମ୍ଭ କରି ନୟାଗଡ, ପୁରୀ, କଟକ ଓ କେନ୍ଦ୍ରାପଡା ପର୍ଯ୍ୟନ୍ତ ସବୁଠାରେ ପ୍ରଶାସନର ବିଫଳତା ଯୋଗୁଁ ମହିଳା ନ୍ୟାୟ ନପାଇ ଦେହରେ କିରୋସିନି ଓ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ଏବେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ କାଠିଆପଡା ଗ୍ରାମରେ ମଧ୍ୟ ଛାତ୍ରୀ ଜଣଙ୍କ ପୋଲିସ ଠାରୁ ନ୍ୟାୟ ନପାଇ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଛନ୍ତି। ଖୋଦ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟୀତ୍ୱରେ ଥିବା ବେଳେ ମିଛରେ ସରକାର ଯେତେବି କୁମ୍ଭୀର କାନ୍ଦଣା କାନ୍ଦିଲେ କଣ ହେବ ସବୁ ପଦାରେ ପଡି ଦାଣ୍ଡରେ ଗଡଗଡାଉଛି। ସଂପୃକ୍ତ ମୃତା ଛାତ୍ରୀ ଜଣଙ୍କ ୬ମାସ ପୂର୍ବରୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଜଣାଇଥିଲେ ମଧ୍ୟ ଥାନା ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଶେଷରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଓ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯିବାକୁ ରାଜ୍ୟପାଳଙ୍କ ନିକଟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦାବି କରିଛି। ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ସଭ୍ୟ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଜିଲ୍ଲା ସମ୍ପାଦକ ବିକାଶ ଚନ୍ଦ୍ର ବେଉରା, ସହ ସମ୍ପାଦକ ଆଦିକନ୍ଦ ରାଉଳ, ଅନ୍ୟତମ ସହସମ୍ପାଦକ ସୋହାନା ବେଗମ, ଅଖିଳ ଭାରତ ଯୁବ ସଙ୍ଘର ସମ୍ପାଦକ ଜ୍ଞାନରଞ୍ଜନ ବେଉରା, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ମଲିକ, ସଂଯୁକ୍ତା ରାଉତ, ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Next Post

ବଳଦେବସେନା ପକ୍ଷରୁ ରାକ୍ଷୀପୂର୍ଣ୍ଣିମାରେ ସେବାକାର୍ଯ୍ୟ

Sat Aug 9 , 2025
କେନ୍ଦ୍ରାପଡ଼ା,୯ା୮:ଆଜି ପବିତ୍ର ରକ୍ଷାବନ୍ଧନ ଓ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମୋତ୍ସଭ ପାଇଁ ତୁଳସୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି।ଏହି ଦିବସରେ ମହାପ୍ରଭୁଙ୍କ କୃପା ଭିକ୍ଷା କରିବା ପାଇଁ ଦୂର ଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି। ମହାପ୍ରଭୁ ହଲାୟୁଧ ଶ୍ରୀଶଙ୍କର୍ଷଣ ଆଜି ଲକ୍ଷେ ତୁଳସୀରେ ଅଭିଷେକ ହୋଇ ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଢ଼ା ମଧ୍ୟରେ ଦିନରୁ ରାତ୍ର ଯାଏଁ ନାନା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading