ସ୍ୱାସ୍ଥ୍ୟ ବିଭାଗ ଆଇଇସି ସାମଗ୍ରୀକୁ ଉଦଘାଟନ କଲେ ଜିଲ୍ଲାପାଳ

blank
କେନ୍ଦ୍ରାପଡ଼ା,୩୧ା୧୨:ଜିଲ୍ଲାର ସ୍କୁଲ ମାନଙ୍କରେ କିଶୋର କିଶୋରୀଙ୍କ ପୁଷ୍ଟିକର ସ୍ୱାସ୍ଥ୍ୟ ସହିତ ଚକ୍ଷୁ ପରୀକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ରଘୁରାମ ଆର. ଆୟର ଖଡିଅଙ୍ଗସ୍ଥିତ ପୁରୁଣା ଡାକ୍ତରଖାନା ସମ୍ମିଳନୀ କକ୍ଷରେ ଆଇଇସି(ସୂଚନା ଶିକ୍ଷା ଯୋଗାଯୋଗ) ସମ୍ମିଳିତ ସାମଗ୍ରୀକୁ ଉଦଘାଟନ କରିଛନ୍ତି। ଶାରୀରିକ ଓ ମାନସିକ ଅଭିବୃଦ୍ଧି, ଭାବନାତ୍ମକ କୁଶଳତା ଓ ମାନିସିକ ସ୍ୱାସ୍ଥ୍ୟ, ଲିଙ୍ଗଗତ ସମାନତା, ପୋଷଣ ସ୍ୱାସ୍ଥ୍ୟ ଓ ପରିମଳ, ନାଗରିକତାର ମୂଲ୍ୟବୋଧ ଇତ୍ୟାଦି ଲେଖା ଥିବା ସଚେତନତା ବାର୍ତ୍ତର୍ା ଦ୍ୱାରା କିଶୋର କିଶୋରୀ ନିଶ୍ଚିତ ଭାବେ ଉପକୃତ ହେବେ ବୋଲି ବୈଠକରେ ମତପୋଷଣ କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମନୋରଞ୍ଜନ ରାଉତ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଅଧ୍ୟକ୍ଷ ଡା.ପ୍ରମୋଦ କୁମାର ପ୍ରହରାଜ,ଏଡିପିଏଚଓ (ପରିବାର କଲ୍ୟାଣ )ଡା. ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଗୌରାଙ୍ଗ ଚରଣ ଗିରିଙ୍କ ସମେତ ଏଓ, ଏଫଓ, ଡିପିଏମ, ଡିପିଏଚସିଓ, ଏଡିଇଓ ଏବଂ ସିଡିପିଓ ପ୍ରମୁଖ ଉପସ୍ଥିତ ଥିଲେ।

Next Post

ନୃତ୍ୟନାଟିକା ନିମାଇଁ ସନ୍ୟାସ ନୃତ୍ୟାଭିନୟ ବେଶ୍ ଉପଭୋଗ୍ୟ ଥିଲା

Thu Jan 1 , 2026
ରଙ୍ଗାରଙ୍ଗ ଗଡମେକର୍ ଶିଶିର ଉତ୍ସବ-୨୦୨୬ ପଟ୍ଟାମୁଣ୍ଡାଇ ୧/୧ -ଇଂରାଜୀ ନୂଆବର୍ଷ ମନୋରମ ଶୀତୁଆ ସକାଳ ବର୍ଣ୍ଣ୍ୟଢ ପରିବେଶ ମଧ୍ୟରେ ଓଡିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ ସାଂସ୍କୃତିକ ସଂଗଠନ (ଗଡ଼ମେକର)ର ଶାସ୍ତ୍ରୀୟ ତଥା ପାରମ୍ପରିକ ଓଡ଼ିଶୀ ପଂଚକଳା ଆସର ପକ୍ଷରୁ ୧୯ତମ ଶିଶିର ଉତ୍ସବ ସହିତ ୩୯ତମ ବାର୍ଷିକୋତ୍ସବ ଆୟୋଜିତ ହୋଇଯାଇଛିା ଶ୍ରୀରାମ ମନ୍ଦିର ସମ୍ମୁଖ ସୁସଜ୍ଜିତ ମଂଚରେ ଗଡ଼ମେକର ପ୍ରତିଷ୍ଠାତା ନିର୍ଦେଶକ ଗୀତି କବି ସୁଶାନ୍ତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading