ସୈନିକ ସମାଜ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

blank
ପଟ୍ଟାମୁଣ୍ଡାଇ ତା ୧୨/୮-ଦୀର୍ଘ ୨୦ ବର୍ଷ ଧରି ଦେଶ ସୁରକ୍ଷା ଦାୟିତ୍ୱରେ ରହି ଦେଶ ସେବା ରେ ବଳିଷ୍ଠ ଯୋଗଦାନ ଦେଇ କେନ୍ଦ୍ରାପଡା ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ପଟ୍ଟାମୁଣ୍ଡାଇ ବ୍ଲକ୍ ବାଛରା ପଞ୍ଚାୟତ ମଣ୍ଡପଡ଼ା ଗ୍ରାମର ପ୍ରମୋଦ ପ୍ରଧାନଙ୍କ ସୁପୁତ୍ର ସମାଜ ପ୍ରଧାନ ସମ୍ପ୍ରତି ନିଜ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରି ଜନ୍ମମାଟିର ସେବା କରିବା ପାଇଁ ଆଗେଇ ଆସିଛନ୍ତି । ଦେଶ ସେବାରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ରାଜ୍ୟ ବିଜେପି ନେତ୍ରୀ ସୁଜାତା ବାରିକଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ପଞ୍ଚାନନ ବିଶ୍ୱାଳ ପାରେଶ୍ୱର ପାତ୍ର, ସଞ୍ଜୟସାହୁ ଅଭିରାମ ସାମଲ,ସମାଜସେବୀ ସନ୍ତୋଷ ସ୍ୱାଇଁ, ସତ୍ୟ ରଞ୍ଜନ ସ୍ୱାଇଁ, ରତିକାନ୍ତ ପ୍ରଧାନ,କୀର୍ତ୍ତି ଚନ୍ଦ୍ର ସାହୁ, ଋତୁରାଜ ପ୍ରଧାନ ପ୍ରମୁଖ ସୈନିକ ଶ୍ରୀ ପ୍ରଧାନଙ୍କୁ ତାଙ୍କ ବାସଭବନ ରେ ଭେଟି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘ ନିରାମୟ ଜୀବନ ସହ ଜନ୍ମ ମାଟିର ସେବା କରିବା ପାଇଁ ସାହସ ଓ ସାମର୍ଥ୍ୟ ପ୍ରଦାନ କରିବାକୁ କାମନା କରିଥିଲେ ।

Leave a Reply

Next Post

କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପୁରୁଣା ବସଷ୍ଟାଣ୍ଡ ଶାଖା ସ୍ଥାନାନ୍ତରିତ

Wed Aug 12 , 2026
କେନ୍ଦ୍ରାପଡ଼ା,୧୨ା୮:କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ପୁରୁଣା ବସଷ୍ଟାଣ୍ଡ ଶାଖା ବଳଗଣ୍ଡିସ୍ଥିତ ମହାଭୋଇ ପୋଖରୀ ସମ୍ମୁଖକୁ ସ୍ଥାନାନ୍ତର ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ବୁଧବାର ପୂର୍ବାହ୍ନରେ ଏହି ସ୍ଥାନାନ୍ତରିତ ଶାଖାକୁ ଫିତା କାଟି ଉଦଘାଟନ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉ ଏବଂ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading