୫.୫୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

blank
ପଟ୍ଟାମୁଣ୍ଡାଇ ୩୦/୬ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ବ୍ରାଉନ ସୁଗାର ରାକେଟ୍ ସକ୍ରିୟ ରହିଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏନେଇ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ରବିବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ଏକ ଟିମ ଆଦର୍ଶ ଥାନା ଅଧୀନ ପୋଖରିଆପଡା ହରପାର୍ବତୀ ମନ୍ଦିର ଛକ ଠାରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କଠାରୁ ୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛିି। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡିଛିା ଏହି ଘଟଣାରେ ସ୍ଥାନୀୟ ପୋଖରିଆପଡା ଗ୍ରାମର ଜଣେ ଯୁବକଙ୍କୁ ଗିରଫ ଯାଇଛି ବୋଲି ଅବକାରୀ ଅଧିକ୍ଷକ ବିପ୍ର ମଣ୍ଡଳ ସୂଚନା ଦେଇଛନ୍ତି। ଏହି ଚଢାଉରେ ଅବକାରୀ ଇନ୍ସପେକ୍ଟର ପଦ୍ମଲୋଚନ ନାୟକ,ସବ ଇନ୍ସପେକ୍ଟର ଧର୍ମପଦ ଦାସ, ଏଏସଆଇ ସୁନିଲ ମିଶ୍ର,ଛାୟାକାନ୍ତ ନାୟକ ପ୍ରମୁଖ ସାମିଲ ଥିଲେ। ଏନେଇ ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ କେସ ନଂ ୮୬/୨୫-୨୬ରେ ଏନଡିପିଏସ ମାମଲା ରୁଜୁ କାରାଯାଇ ଗିରଫ ଅଭିଯୁକ୍ତଙ୍କୁ କାରାଗାର ପଠାଯାଇଛି ।

Next Post

ଦୁର୍ଘଟଣାର ୩ ସପ୍ତାହ ପରେ ବି ଚେତା ଫେରୁନି! ଚା ମୃତ୍ୟୁ ସହ ସଂଘର୍ଷ କରୁଥିବା ଯୁବକକୁ ସହାୟତା ପାଇଁ ନିବେଦନ

Mon Jun 30 , 2025
ପଟ୍ଟାମୁଣ୍ଡାଇ ୩୦/ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅମୃତମଣୋହି ଗ୍ରାମର କାହ୍ନୁ ଚରଣ ସେଠୀ ଜଣେ ଅତ୍ୟନ୍ତ ଗରିବ ଲୋକ ଓ ଦାଦନ ଶ୍ରମିକ ଭାବରେ ସେ ରାଜ୍ୟ ବାହାରେ କାମ କରନ୍ତି । ରଜ ଉତ୍ସବ ପାଳିବା ପାଇଁ ଚଳିତ ମାସ ପ୍ରଥମ ସପ୍ତାହରେ ଗାଁକୁ ଆସିଥିଲେ। ମାତ୍ର ଗତ ୮ତାରିଖରେ ଆଳି ବ୍ଲକ୍ ଅନ୍ତର୍ଗତ ସିଙ୍ଗିରି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଥିଲେ। ବିଳମ୍ବିତ ରାତିରେ ଚେତାଶୂନ୍ୟ ଅବସ୍ଥାରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading