ଖଡିଅଂଟା ହାଇସ୍କୁଲରେ ଗୁରୁ ପୂଜନ ଓ ବନ୍ଧୁମିଳନ

ପଟାମୁଣ୍ଡାଇ ୧୨/୪-ମିଳି ଯାଇ ପାରେ ରାଜ୍ୟ ସିଂହାସନ ଆଉ ଫେରି ପାଇବନି ଛାତ୍ର ଜୀବନ। ଏଭଳି ଉକ୍ତି ଦେଇ ଖଡିଅଂଟା ହାଇସ୍କୁଲର୧୯ ବର୍ଷ ପୂର୍ବର ମାଟ୍ରିକ ବ୍ୟାଚ ଛାତ୍ରୀଛାତ୍ରମାନେ ନିଜ ବିଦ୍ୟାଳୟରେ ଏକାଠି ହୋଇ ଗୁରୁପୂଜନ ଉତ୍ସବ ପାଳନ ଅବସରରେ ପ୍ରକାଶ କରିଛନ୍ତି । ଏହି ଛାତ୍ରୀଛାତ୍ର ମାନେ ବିଦ୍ୟାଳୟରେ ପାଦ ଦେଉ ଦେଉ ଆଖିର ଅମାନିଆ ଲୁହକୁ ଆଉ ଅଟକାଇ ପାରିନଥିଲେ । ଯେଉଁ ଶ୍ରେଣୀ ଗୃହରେ ସେମାନେ ବସି ପାଠ ପଢୁଥିଲ ସେହିଭଳି ଅତୀତର ସ୍ୱୁ ସ୍ମୃତିକୁ ମନେ ପକାଇ ଗୁରୁମାନଙ୍କ ଆଗରେ ବସାଇ ତାଙ୍କ ପାଦପୂଜା କରିଥିଲେ ।

ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଂଟା ହାଇସ୍କୁଲର ୨୦୦୭ ମାଟ୍ରିକ ବ୍ୟାଚ ଛାତ୍ରୀଛାତ୍ରମାନେ ରବିବାରଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବ ଆୟୋଜନ କରିଥିଲେ । ଏହି ଗୁରୁପୂଜନ ଉତ୍ସବରେ ଛାତ୍ରୀଛାତ୍ର ମାନେ ଗୁରୁ ପୂର୍ବତନ ଶିକ୍ଷକ ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ସର୍ବେଶ୍ୱର ଜେନା, ଅଭୟ ଜେନା, ଗୋଲେଖ ଜେନା, ବିଦ୍ୟାଧର ମହାନ୍ତି, ପିତାମ୍ବର ପ୍ରଧାନ, ମଧୁସୁଦନ ଦାଶ, ରବିନ୍ଦ୍ର ଦାସ ପ୍ରମୁଖଙ୍କୁ ପାଦ ଧୋଇ ଦେଇ ସିନ୍ଦୁର ଚନ୍ଦନ ଲଗାଇବା ସହିତ ଉତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଆଶିଷ ଦାସ, ଶିକ୍ଷୟୀତ୍ରୀ ସଶ୍ମିତା ସାହୁ, ରିତେଶ ଦାସ ଓ ଖଡିଅଣ୍ଟା ସରପଂଚ ଜୀବନଙ୍କୃଷ୍ଣ ରାୟ ପ୍ରମୂଖ ଉପସ୍ଥିତ ଥିଲେ । ପୁରାତନ ଛାତ୍ରୀ ସ୍ୱାଗତିକା ଦାଶ ସ୍ୱାଗତ ଭାଷଣ ଓ ଶୁଚିସ୍ମିତା ସାହାଣୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୁରାତନ ଛାତ୍ର ପ୍ରଶାନ୍ତ ନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ସୁଚିତ୍ରା ସାହାଣୀ, ସ୍ୱାଗତିକା ଦା. ଉତ୍କଳିକା ନାୟକ, କଳ୍ପନା ମଲ୍ଲି. ସସ୍ମିତା ବାରିକ, ସୌମ୍ୟରଂଜନ ମହାନ୍ତି, ତପନ ମଲ୍ଲି. ଚିରନଜୀବୀ ସାମଲ, ସଂଗ୍ରାମ ପରିଡା. ସଞ୍ଜୟ ମଲ୍ଲିକ, ପ୍ରଶାନ୍ତ ନାୟ. ପ୍ରଶାନ୍ତ ରାଉତ,ସାନ୍ତନୁ ମଲ୍ଲି. ଜ୍ୟୋତିପ୍ରକାଶ ବଳ ସମେତ ୭୦ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରୀଛାତ୍ର ମାନେ ସ୍କୁଲ ଜୀବନର ସ୍ମୃତି ଚାରଣ କରିବା ସହିତ ସାମାଜିକ ପରିଚୟ ଓ ପ୍ରତିଷ୍ଠା ଦେଇଥିବା ଏହି ମହାନ ଶିକ୍ଷାନୁଷ୍ଠାନ ବିକାଶ ପାଇଁ ଉପସ୍ଥିତ ସମସ୍ତ ଛାତ୍ରୀଛାତ୍ର ଶପଥ ନେଇଥିଲେ । ଶେଷରେ ସସ୍ମିତା ସାହୁ ଧନ୍ୟବାଦ ଦେଇଥିଲେ ।
