ଅହଲ୍ୟା ବାଇ ହୋଲକରଙ୍କ ଜୟନ୍ତୀ ଅବସରରେ ସ୍ୱଚ୍ଛତା ଅଭିଯାନ

blank
ପଟ୍ଟାମୁଣ୍ଡାଇ ୨୭/୫ – ରାଣୀ ଅହଲ୍ୟା ବାଇ ହୋଲକରଙ୍କ ଜୟନ୍ତୀ ଅବସରରେ ପଟ୍ଟାମୁଣ୍ଡାଇ ନଗର ଭାଜପା ପକ୍ଷରୁ ମଙ୍ଗଳବାର ସ୍ୱତନ୍ତ୍ର ସ୍ୱଚ୍ଛତା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଗର ଭାଜପାର କର୍ମକର୍ତାମାନେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇ ଶ୍ରୀରାମ ମନ୍ଦିର ପରିସରରେ ଶ୍ରମଦାନ କରିଥିଲେ। ଏହି ଅବସରରେ ସେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରି ନିଜେ ସ୍ୱଚ୍ଛତା ରହିବା ସହ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଅନୁରୋଧ କରିଥିଲେ।ପୌର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ,ପୌରାଂଚଳ ସ୍ୱଛତା ଦାଇତ୍ଵ ତୁଲାଉଥିବା ପ୍ରଫୁଲ୍ଲ ଦାଶ ଯୋଗଦେଇ ଏହି ଅଭିଯାନକୁ ସଫଳ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ କି ବାତ୍ ସଂଯୋଜକ ରବୀନ୍ଦ୍ର ବିଶ୍ୱାଳ, ଜିଲ୍ଲା ଭାଜପା ସମ୍ପାଦକ ଚନ୍ଦନ ପାତ୍ର, ରାଜ୍ୟ ଭାଜପା ଯୁବମୋର୍ଚ୍ଚା ସହସଂଯୋଜକ ଅଭିଷେକ ଦାସ, ପୂର୍ବତନ ନଗର ସଭାପତି ପଦ୍ମନାଭ ପଣ୍ଡା, ଉପେନ୍ଦ୍ର ନାୟକ, ଆଇନଜିବୀ ପ୍ରମୋଦ ସାହୁ, କାଉନସିଲର ବିଦ୍ୟାଧର ସେଠୀ, ଯୁବମୋର୍ଚ୍ଚା ସଭାପତି ଅଶୋକ ସେଠୀ,, ପିତାମ୍ବର କର, ସମୀର ପାତ୍ର, ସୁଧାଂଶୁ ଜେନା, ପାରେଶ୍ୱର ପାତ୍ର, ଶତ୍ରୁଘନ ପାତ୍ର, ବିଘ୍ନେଶ୍ୱର ମଲିକ, ଅଶୋକ ବେହେରା, ମହିଳା ମୋର୍ଚ୍ଚା ସଭାପତି ରଶ୍ମିତା ସାହୁ ସମେତ ବହୁ କର୍ମକର୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Next Post

ଆସୁଛି ମୌସୁମୀ: ବୁଣା ଓ ତଳିପକା ପାଇଁ ଚାଷୀ ଖୋଜିଲାଣି ବିହନ , ମିଳୁନି ସରକାରୀ ବିହନ

Tue May 27 , 2025
  ପଟ୍ଟାମୁଣ୍ଡାଇ ୨୬/୫ – ଚଳିତ ବର୍ଷ ମୌସୁମୀ ଶୀଘ୍ର ଅଗ୍ରଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶା କରାଯାଇଛି। ଗତ ଶନିବାରଠାରୁ ପଟ୍ଟାମୁଣ୍ଡାଇ ଅଂଚଳରେ ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବା ପରେ ଚାଷୀ ତରତର ହୋଇ କ୍ଷେତକୁ ବାହାରିପଡ଼ିଛି । ୨୦୨୫ -୨୬ ଖରିଫ୍ ଚାଷ ପାଇଁ ନିଜ କ୍ଷେତରେ ଧାନ ବୁଣିବା ଓ ତଳି ପକାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ହଳ ବଳଦ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading