ଜନଚେତନା ବହୁମୁଖୀ ସମବାୟ ସମିତିର ପରିଚାଳନା କମିଟି ବୈଠକ , କ୍ଷୁଦ୍ର ବ୍ୟବସାୟୀ ସଭ୍ୟସଭ୍ୟାଙ୍କ ଆର୍ଥୀକ ଅଭିବୃଦ୍ଧିକୁ ଅଗ୍ରାଧିକାର ଦେବ

blank
କେନ୍ଦ୍ରାପଡ଼ା,୧୧/୭: କ୍ଷୁଦ୍ର ବ୍ୟବସାୟୀ ସଭ୍ୟସଭ୍ୟାଙ୍କ ଆର୍ଥୀକ ଅଭିବୃଦ୍ଧି ପାଇଁ ଅଗ୍ରାଧିକାର ଭିତ୍ତିରେ ସହଜ ଋଣ ମଂଜୁର କରାଯିବ । କେନ୍ଦ୍ରାପଡ଼ା ଜନଚେତନା ବହୁମୁଖୀ ସମବାୟ ସମିତିର ପରିଚାଳନା କମିଟି ବୈଠକରେ ଆଜି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମିତିର ସଭାପତି ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାନେତ୍ରୀ ରୋଜାଲିନୀ ଦାସ, କ୍ଷିରୋଦ ପ୍ରାସଦ ସିଂହ, ସରୋଜକାନ୍ତ ସାହୁ, ଗଣେଶ୍ୱର ସାହୁ, ବିଜୟ କୁମାର ଲେଙ୍କା, ଗୋପାଳ ଚନ୍ଦ୍ର ମହାଳିକ, ହେମନ୍ତ କୁମାର ଜେନା, ହିରଣ୍ୟ କୁମାର ପଣ୍ଡା, ଲକ୍ଷ୍ମୀକାନ୍ତ ନାୟକ, ପବିତ୍ର ମୋହନ ସାହୁ, ପ୍ରଦୀପ କୁମାର ତ୍ରିପାଠୀ, ସୁଶ୍ରୀ ଭାନୁପ୍ରିୟା ଖଟୁଆ, ଝରଣା ଦାସ ପ୍ରମୁଖ ନିର୍ଦ୍ଦେଶକମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ ସମିତିର ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟରେ ସମିତିର ଗତ ପରିଚାଳନା କମିଟି ବୈଠକର ବିବରଣୀ ଦୃଢୀକରଣ ସହିତ ତିନି ମାସର ବ୍ୟୟ ପ୍ରସ୍ତାବ,ଋଣ ଆବେଦନ ପ୍ରସ୍ତାବ,ଜାତୀୟ ସ୍ତରରେ ସହବନ୍ଧନ ପ୍ରସ୍ତାବ,ଶୀର୍ଷ ସମବାୟ ସଂସ୍ଥାରେ ଅଂଶଧନ ବୃଦ୍ଧି ଆଦି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା ।

Next Post

ପଂଚାୟତ ଉନ୍ନତିକରଣ କର୍ମଶାଳା ଉଦଯାପିତ , ମଧ୍ୟହ୍ନ ଭୋଜନରେ ଅବହେଳା ନେଇ ଅସନ୍ତୋଷ

Fri Jul 11 , 2025
ପଟ୍ଟାମୁଣ୍ଡାଇ ୧୧/୭– ଆଗାମୀ ଦୁଇ ହଜାର ତିରିଶି ସୁଦ୍ଧା ଦୀର୍ଘ ସ୍ଥାୟୀ ଯୋଜନା ମାଧ୍ୟମରେ ଆଗାମୀ ପିଢ଼ିକୁ ସମସ୍ତ ସୁରକ୍ଷା ପ୍ରଦାନ ଲକ୍ଷରେ ପଟ୍ଟାମୁଣ୍ଡାଇ ବ୍ଲକ୍ ସମ୍ମିଳନୀ କକ୍ଷରେ ତାଲିମ ଶିବିର ଦୁଇଦିନ ଧରି ଅନୁଷ୍ଠିତ ହୋଇ ଶୁକ୍ରବାର ଉଦଯାପିତ ହୋଇଯାଇଛି । ପଂଚାୟତର ଆଗ ଧାଡ଼ିର ଯୋଦ୍ଧା ଯଥା- ଆଶା, ଅଙ୍ଗନବାଡି କର୍ମୀ,ଶିକ୍ଷକ,ସରପଂଚ, ଜିଆରଏସ,ଏମବିକେ ,ପିଇଓ, ଗ୍ରାମସେବକ ଭଳି ପଂଚାୟତର ଯୋଦ୍ଧା ମାନଙ୍କ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading