କେନ୍ଦ୍ରାପଡାରେ ପହଁଞ୍ଚିଲା ଯାତ୍ରା ବିବାଦ ଟିକସ ଫାଙ୍କନ୍ତି ଯାତ୍ରାପାର୍ଟି ମାଲିକ: ଯାତ୍ରା କମିଟି

blank
କେନ୍ଦ୍ରାପଡ଼ା,୨୩ା୪: ବର୍ତ୍ତମାନ ସମୟରେ ଯାତ୍ରାପାଟି ମାଲିକ, କଳାକାରଙ୍କ ମଧ୍ୟରେ ବିବାଦ ଦେଖାଯାଇଛି । ଏହା ମଧ୍ୟ କେନ୍ଦ୍ରାପଡା ଜିଲ୍ଲାରେ ଦେଖାଯାଇଛି । ଏହି ପରିପ୍ରେକ୍ଷିରେ ଗରାପୁର ଡାକବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟର ସଭାପତି ମିହିର ସାମଲ କହିଛନ୍ତି ଆଜି ଯାତ୍ରା ପାର୍ଟିରେ ଯେଉଁ ଝଡ଼ ସୃଷ୍ଟି ହୋଇଛି ସେଥିପାଇଁ ଯାତ୍ରା ମାଲିକମାନେ ଅଧିକାଂଶରେ ଦାୟୀ । ଆହୁରି ସେମାନେ କହିଛନ୍ତି ଯେ ଯାତ୍ରା ପାର୍ଟି ମାଲିକ ଓ କଳାକାରମାନେ ବହୁ ଟଙ୍କା ରୋଜଗାର କରୁଥିବା ବେଳେ ସେମାନେ ସରକାରଙ୍କୁ ଟିକସ ଦିଅନ୍ତି ନାହିଁ। ଟିକସ ଫାଙ୍କି ସେମାନେ ବଡ଼ଲୋକ ହୋଇଥାନ୍ତି। ତେଣୁ ଯାତ୍ରା ପାର୍ଟି ମାଲିକ ଓ କଳାକାରଙ୍କ ଠାରୁ ଟିକସ ଆଦାୟ କରାଯାଉ ବୋଲି କେନ୍ଦ୍ରାପଡ଼ା ଜିଲା ଯାତ୍ରା କମିଟି ସଂଘ ପକ୍ଷରୁ ଏହି ସମ୍ମିଳନୀରେ ପ୍ରକାଶ କରାଯାଇଛି। ପିୟୁଷ ତ୍ରିପାଠୀ ହେଉ କି ନରି ପଣ୍ଡା ଘଟଣା ହେଉ ସବୁ କ୍ଷେତ୍ରରେ ମାଲିକମାନେ ହିଁ ଦାୟୀ। କାରଣ ସେମାନେ ଅଧିକ ଟଙ୍କା ଦେଇ କଳାକାରଙ୍କୁ କିଣୁଛନ୍ତି। ହେଲେ ଯାତ୍ରା ଆୟୋଜନ କରୁଥିବା ଯାତ୍ରା କମିଟି ହିଁ କ୍ଷତି ସହୁଛି। ଗୋଟିଏ ରାତି ଯାତ୍ରା କରିବା ପାଇଁ ୩ ଲକ୍ଷରୁ ସାଢେ ୩ ଲକ୍ଷ ଖର୍ଚ୍ଚ ହେଉଛି। ହେଲେ ପ୍ରଥମ ରାତିରେ ଆୟ କମ ହୋଇଥାଏ। ଏହାର କାରଣ ହେଉଛି ଯାତ୍ରା ବିଳମ୍ବରେ ପରିବେଷଣ କରାଯାଇଥାଏ। କିନ୍ତୁ ଯାତ୍ରା ପାର୍ଟି ମାଲିକ ଟଙ୍କାଟିଏ ଛାଡନ୍ତି ନାହିଁ। ଯାତ୍ରା କମିଟି ସବୁ କ୍ଷତି ସହିବାକୁ ପଡେ। ଏହାଦ୍ୱାରା ଯାତ୍ରା କମିଟି ଦେବାଳିଆ ହୋଇଯାଏ। ଏହା ଯାତ୍ରା ପାର୍ଟି ମାଲିକମାନେ ବୁଝିବା ଆବଶ୍ୟକ। ପଶ୍ଚିମ ଓଡ଼ିଶାରେ ଯେଉଁ ଯାତ୍ରା ହୁଏ ଯାତ୍ରା ପାର୍ଟି ମାଲିକ ମାନେ ପରସେଣ୍ଟ ନେଇଥାନ୍ତି। ଅର୍ଥାତେ ଟିକେଟ ବିକ୍ରିରୁ ଯାହା ରୋଜଗାର ହୁଏ ସେହି ଅନୁଯାୟୀ ଯାତ୍ରା ପାର୍ଟି ମାଲିକ ଅର୍ଥ ନେଇଥାନ୍ତା। କିନ୍ତୁ ଉପକୂଳ ଓଡ଼ିଶାର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ଯାତ୍ରା ପାର୍ଟି ମାଲିକ ଯାତ୍ରା ପରିବେଷଣ କରିବା ପାଇଁ କମିଟି ସହ ଚୁକ୍ତି କରିଥାନ୍ତି। ତେଣୁ ସାଧାରଣ ଲୋକମାନେ ଯାତ୍ରାଦେଖିବାକୁ ବଞ୍ଚିତ ହେବେ । ଯାତ୍ରା ଦେଖିବା ପାଇଁ ଦର୍ଶକ ଆସନ୍ତୁ କି ନାହିଁ ମାଲିକ ଚୁକ୍ତି ଅନୁଯାୟୀ ଟଙ୍କା ନେବେ। ଏହାଦ୍ୱାରା ଯାତ୍ରା କମିଟି ଦେବାଳିଆ ହୋଇଯାଉଛି। କେନ୍ଦ୍ରାପଡ଼ା ଜିଲାରେ ୧୯୬ଟି ଯାତ୍ରା କମିଟି ରହିଛି। ହେଲେ ସେଗୁଡିକ ଦେବାଳିଆ ହୋଇଗଲାଣି। ସେମାନଙ୍କ ମଧ୍ୟରୁ ଅନେକ ବଡ଼ ଯାତ୍ରା ପାର୍ଟି ଆଣିବା ପାଇଁ ସକ୍ଷମ ହେଉନାହାଁନ୍ତି। ଏହାକୁ ନେଇ ଗାଁ ଗାଁରେ ବିଶୃଙ୍ଖଳା ମଧ୍ୟ ହେଉଛି। କାରଣ ଗୋଟିଏ ଗାଁର ଯାତ୍ରା କମିଟି ଯଦି ବଡ଼ ପାର୍ଟି ଆଣୁଛି ଓ ଅନ୍ୟ ଗାଁର ଯାତ୍ରା କମିଟି ବଡ଼ ପାର୍ଟି ଆଣି ପାରୁନାହିଁ ତେବେ ସେ ଗାଁରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ତେଣୁ ଏଥିରେ ଭାରସାମ୍ୟ ଆଣିବା ପାଇଁ ହେଲେ ଯାତ୍ରା ପାର୍ଟି ମାଲିକ ମାନେ ପର୍ସେଣ୍ଟଣ୍ଟ ଅନୁଯାୟୀ ନିଜର ପ୍ରାପ୍ୟ ନିଅନ୍ତୁ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଂପାଦକ ବୈକୁଣ୍ଠ ପରିଡ଼ା ଓ ଉପଦେଷ୍ଟା ଜ୍ଞାନବଲ୍ଲଭ ମହାନ୍ତି ଉପସ୍ଥିତ ଥିଲେ।

Next Post

ସାହିତ୍ୟ ସଂସଦ ପକ୍ଷରୁ ବିଶ୍ୱ ପୁସ୍ତକ ଦିବସ ଓ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ଜୟନ୍ତୀ ପାଳିତ

Wed Apr 23 , 2025
କେନ୍ଦ୍ରାପଡ଼ା,୨୩ା୪: କେନ୍ଦ୍ରାପଡ଼ା ଜିଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ୱ ପୁସ୍ତକ ଦିବସ ଓ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ୮୭ ତମ ଜୟନ୍ତୀ ସମାରୋହ ସ୍ଥାନୀୟ ପବ୍ଲିକ ରିଡିଂ ରୁମରେ ପରିସରରେ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶିକ୍ଷାବିତ ଅଜୟ କୁମାର ସାମଲ, ମୁଖ୍ୟବକ୍ତା ଭାବେ କ୍ରାଷ୍ଟ କଲେଜର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading