ବେଲତଳ ଗ୍ରାମରେ ଚୋରୀ ଥାନାରେ ଏତଲା

blank
ପଟ୍ଟାମୁଣ୍ଡାଇ ତା ୫/୮- ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବେଲତଳ ବନ୍ଧପଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଥିବା ନେଇ ଥାନାରେ ଲିଖିତ ଏତଲା ଦିଆଯାଇଛି । ସ୍ଥାନୀୟ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ହୋଇଥିବା ଏତଲା ଅନୁଯାୟୀ ବେଲତଳ ବନ୍ଧପଡା ଗ୍ରାମର ସ୍ବର୍ଗତ ଗୋପୀନାଥ ଦାଶ ଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଚୋର ମାନେ ଘର ଝରକା ତାଡି ଘର ମଧ୍ୟରେ ପ୍ରବେଶ କରି ଘର ଲୋକମାନଙ୍କୁ ବାହାର ପଟୁ ବନ୍ଦ କରି ନଗଦ ଟଙ୍କା ସୁନା ସମେତ ବହୁ ମୂଲ୍ୟବାନ ସାମଗ୍ରୀ ମିଶାଇ ପ୍ରାୟ ୪ଲକ୍ଷ ଟଙ୍କା ଚୋରୀ କରି ନେଇଥିବା ଗୃହକର୍ତ୍ତା ଗୋପୀନାଥ ଦାଶଙ୍କ ପୁତ୍ର ଅଶୋକ ଦାଶ ଥାନାରେ ଲିଖିତ ଏତଲା ଦେଇଛନ୍ତି । ସେହିପରି ଶୁକଦେବ ଦାଶଙ୍କ ଘର ଝରକା ମଧ୍ୟ ତାଡି ଦେଇଛନ୍ତି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏହି ଚୋରୀ ମାମଲାର ତଦନ୍ତ ଆରମ୍ଭ କରିଛି ।

Leave a Reply

Next Post

ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ବିକ୍ଷୋଭ , ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ

Wed Aug 5 , 2026
ଚାପଟ୍ଟାମୁଣ୍ଡାଇ ୫/୮ -ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଦୀର୍ଘଦିନର ବିଭିନ୍ନ ସମସ୍ୟା ଓ ନ୍ୟାଯ୍ୟ ଦାବିର ସ୍ଥାୟୀ ସମାଧାନ ନିମନ୍ତେ ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ଏକ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଆନ୍ଦୋଳନରେ ବ୍ଲକ ଅଂଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସାମିଲ ହୋଇ ସରକାରଙ୍କ ନୀତି ବିରୋଧରେ ସ୍ଲୋଗାନବାଜି କରିଥିଲେ। ସଭା ଶେଷରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading