
ପଟ୍ଟାମୁଣ୍ଡାଇ ୨୧/୫ -କେନ୍ଦ୍ରାପଡ଼ାର ଜିଲା ପଟ୍ଟାମୁଣ୍ଡାଇ-ଗଣ୍ଡାକିଆକୁ ସଂଯୋଗ କରିଥିବା ଗୋବରୀ ନଦୀର ପୁନରୁଦ୍ଧାର ପାଇଁ ଜଳନିକାସ ବିଭାଗ ପକ୍ଷରୁ ୬ କୋଟି ଟଙ୍କା ବ୍ୟୟବରାଦ କାରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି । ମାତ୍ର ନଦୀ ପଠା ଜବରଦଖଲ ଯୋଗୁ ଖନନକାର୍ଯ୍ୟ ବାଧା ଉପୁଜିଥିଲା । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ତହସିଲ ପକ୍ଷରୁ ପୂର୍ବ ନୋଟିସ ଆଧାରରେ ଗୁରୁବାର ସକାଳୁ ମାପଚୁପ ଆରମ୍ଭ ହୋଇଛଥିଲା । ମାତ୍ର କେତେଜଣ ଜବରଦଖଲ କାରୀ ଏହି ମାପଚୁପକୁ ବିରୋଧ କରିବାରୁ ପ୍ରଶାସନ ପକ୍ଷରୁ ଏକ ପ୍ଲଟୁନ ପୋଲିସ ଫୋର୍ସ ମୃତୟନ କରାଯିବା ପରେ ନଦୀ ପଠା ଅଇନପଡାରୁ ଆମ୍ଭେର ପର୍ଯ୍ୟନ୍ତ ମାପଚୁପ କରାଯାଇ ସିମା ଚିହ୍ନଟ ରଖାଯାଇଛି । ଏହି ମାପ ସମୟରେ ଜଳନିକାସ ବିଭାଗ ଏସଡିଓ ଧିରେନ୍ଦ୍ର କୁମାର ଜେଠୀ, ସହକାରୀ ଯନ୍ତ୍ରୀ ସରୋଜ କାନ୍ତ ଦାସ, ଖଡିଅଂଟା ଆରଆଇ ବିଦୁର ନାୟକ, ଅଇନପଡା ଆରଆଇ ରବିନ୍ଦ୍ର ଆସ୍ଥା, ତହସିଲ ଅମିନ ଜଗବନ୍ଧୁ ମୁର୍ମ୍ମୁ, ଓ ପୋଲିସ ଫୋର୍ସ ଉପସ୍ଥିତ ଥିଲେ । ଆସନ୍ତା କାଲି ବାକିସ୍ଥାନ ମାପଚୁପ କରାଯିବ ।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ପୌରାଂଚଳ ଦେଇ ପ୍ରବାହିତ ଗୋବରୀ ନଦୀର ପୁନରୁଦ୍ଧାର ପାଇଁ ୬ କୋଟି ବଜେଟ୍ କରାଯାଇ ଟେଣ୍ଡର ହୋଇଛି । ଏହାକୁ କଟକର ବିଭୁତି ଭୁଷଣ ମହାପାତ୍ର ନାମକ ସଂସ୍ଥା ଟେଣ୍ଡର ପାଇଛି । ହେଲେ ଜବରଦଖଲ ଯେଗୁଁ ପୁନରୁଦ୍ଧାର କାର୍ଯ୍ୟରେ ବାଧକ ସଷ୍ଠି ହେଉଛି । ଯାହାକୁ ନେଇ ଜଳନିକାଶ ବିଭାଗ ପକ୍ଷରୁ ଗତ ଅପ୍ରେଲ ୯ ତାରିଖରେ ଚିଠି ନଂ–୭୪୧ରେ ଜବର ଦଖଲ ଉଛେଦ ପାଇଁ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଚିିଠି କରାଯାଇଥଲା ।
