ରକ୍ତ ଜନିତ ଭିନ୍ନକ୍ଷମତା ସମ୍ପର୍କିତ ସ୍ୱତନ୍ତ୍ର ପତ୍ରିକା ପାଠକାର୍ପିତ

blank
କେନ୍ଦ୍ରାପଡା ୨୦/୬- ବିଶ୍ୱ ସିକିଲ୍ ସେଲ୍ ଦିବସ ପାଳନ ଅବସରରେ ପୁନର୍ବାସ ପରିସରରେ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଭିନ୍ନକ୍ଷମତା ସମ୍ପର୍କିତ ଦ୍ୱିମାସିକ ଦ୍ୱିଭାଷିକ ପତ୍ରିକା ‘ପୁନର୍ବାସ ସମାଚାର’ର “ରକ୍ତ ଜନିତ ଭିନ୍ନକ୍ଷମତା’ ସମ୍ପର୍କିତ ସ୍ୱତନ୍ତ୍ର ସଂଖ୍ୟା ପାଠକାର୍ପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସକ୍ଷଳୟର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ ବ୍ଲଡ ବ୍ୟାଙ୍କ୍ ର ନିର୍ବାହୀ ଅଧିକାରୀ ଡାକ୍ତର ମାନସ କୁମାର ଜେନା, ଏଏନଏମ୍ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷା ଭାରତୀ ସ୍ୱାଇଁ, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶୁଭ ନାରାୟଣ ନାୟକ ପ୍ରମୁଖ ଯୋଗ ଦେଇ ରକ୍ତ ଜନିତ ଭିନ୍ନକ୍ଷମତାର ଗୁରୁତରତା ଓ ସଚେତନତା ସମ୍ପର୍କରେ ଅବଗତ କରାଇଥିଲେ । ଏଥିସହ ୧୯ ଜୁନରେ ପ୍ରତିବର୍ଷ ପାଳନ କରାଯାଉଥିବା ବିଶ୍ୱ ସିକିଲ ସେଲ୍ ଦିବସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସମ୍ପ୍ରତି ରକ୍ତହୀନ ରୋଗୀମାନଙ୍କ ସଂଖ୍ୟା ଅଧିକରୁ ଅଧିକ ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକଟ କରିଥିଲେ । ବ୍ଲଡ ବ୍ୟାଙ୍କରେ ସମ ପରିମାଣରେ ରକ୍ତ ନାହିଁ । ଏଣୁ ଏଥିପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି ଓ ବର୍ଷକୁ ଅତ୍ୟନ୍ତ ପ୍ରତ୍ୟେକ ସୁସ୍ଥବ୍ୟକ୍ତି ଦୁଇ ଥର ରକ୍ତ ଦାନ କରିବାକୁ ପରାମର୍ଶ ଦେଇ ଥିଲେ । ଲୋକାର୍ପିତ ପତ୍ରିକାଟି ଅତ୍ୟନ୍ତ ସମୟପଯୋଗୀ ଓ ତଥ୍ୟଭତ୍ତି ହୋଇଛି ବୋଲି ମତପ୍ରକାଶ କରିଥିଲେ । ସହସଂପକ୍ଷଦକ ବଂଶୀଧର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏଥିରେ ପ୍ରଶିକ୍ଷୀକା ଅନିତା ପାତ୍ର, ପ୍ରଣତୀ ଜେନା, ଅନନ୍ତ ପାତ୍ର, ଅନୁଜା ନାୟକ,ସୁଶ୍ରୀ ସଙ୍ଗୀତକ୍ଷ ବିଶ୍ୱାଳ, ସ୍ୱରସୁଧା ଦାସ, ନିବେଦିତା ମହାନ୍ତି,ପୂଜା ବେହେରା,ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠାନର ସଭ୍ୟ ସ୍ୱପ୍ନକ୍ଷଶୁ କୁମାର ଦାସ, ଥେରାପିଷ୍ଟ ରଚିତକ୍ଷ ଜେନା, ଗୁଞ୍ଜନ୍ ସ୍ମିତା ବେହେରା, ସଞ୍ଜୀବ କୁମାର ଜେନା ,ମିହିର ରଂଜନ ବାରିକ ଓ ଗାୟତ୍ରୀ ପୃଷ୍ଟି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସର୍ବଶେଷରେ ପତ୍ରିକା ସମ୍ପାଦନା ମଣ୍ଡଳୀର ସଦସ୍ୟ ପ୍ରାଧ୍ୟାପକ ଡ଼ ଯତ୍ରିନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

ଲକ୍ଷ୍ମୀନାରାୟଣପୁର ଶିଳ୍ପାଞ୍ଚଳ ରାସ୍ତା ବିପର୍ଯ୍ୟସ୍ତ , ପାନୀୟ ଜଳ ପାଇଁ ଲୋକେ ଛଟପଟ

Fri Jun 20 , 2025
କେନ୍ଦ୍ରାପଡ଼ା୨୦ା୬:ଡେରାବିଶ ବ୍ଲକ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ବଳଭଦ୍ରପୁରରେ ଥିବା ଶିଳ୍ପାଞ୍ଚଳ ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇପଡିଛି। ଏହି ଶିଳ୍ପାଞ୍ଚଳକୁ ଜାଳେଣି କାଠ ଓ କାଠ ପଟା ସଂଗ୍ରହ କରିବା ପାଇଁ କେନ୍ଦ୍ରାପଡ଼ା ଜିଲାର ୯ଟି ବ୍ଲକ, ଯାଜପୁର ଜିଲା ଓ କଟକ ଜିଲାରୁ ଲୋକେ ଆସିଥାନ୍ତି। ପ୍ରତିଦିନ ଶତାଧିକ ଲୋକ ଏହି ଶିଳ୍ପାଞ୍ଚଳକୁ ଆସିଥାନ୍ତି। ହେଲେ ଶିଳ୍ପାଞ୍ଚଳ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି। ଫଳରେ ଗାଡିମୋଟର ଚଳାଚଳ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading