
କେନ୍ଦ୍ରାପଡ଼ା,୨୫ା୩: ଚଳିତ ମାସ ୨୦ ତାରିଖ ଦିନ ପୁରୀଠାରେ ଥିବା ଜଗନ୍ନାଥ ଧାମ କ୍ରିକେଟ୍ ଷ୍ଟାଡିୟମ୍ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ସହାୟତାରେ ହୋଇଥିବା ରାଜ୍ୟସ୍ତରୀୟ ଅସ୍ମିତା ଯୋଗାସନ ପ୍ରତିଯୋଗିତାରେ ଜୁନିୟର ବାଳିକା ବିଭାଗରେ ଟୁଇଙ୍କିଲ୍ ସ୍ୱାଇଁ ଆର୍ଟିଷ୍ଟିକ୍ ବ୍ୟକ୍ତିଗତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଟ୍ରାଡିଶନାଲ ଯୋଗାସନ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିଥିବା ସ୍ଥଳେ ସିନିୟର ବାଳିକା ବିଭାଗରେ ଡେରାବିଶ ବ୍ଲକର ଶୁଭଶ୍ରୀ ସରିତା ରାଉତ ଓ ସ୍ଥିତି ମଲ୍ଲିକ ରିଦିମିକ୍ ପେୟାର୍ ବିଭାଗରେ ପ୍ରଥମ ସ୍ଥାନ ଆର୍ଟିଷ୍ଟିକ୍ ପେୟାର ବିଭାଗରେ ଦ୍ୱିତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କଟାରୁ ଟ୍ରଫି ମେଡାଲ୍ ଓ ପ୍ରମାଣପତ୍ର ପ୍ରାପ୍ତ କରିଥିଲେ । ସମସ୍ତ କୃତୀ ପ୍ରତିଯୋଗୀମାନଙ୍କର ଏହି କୃତୀତ୍ୱ ପାଇଁ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।
