ବଡ଼ଭାଇ ମୃତ୍ୟୁ ଖବରରେ ମ୍ରିୟମାଣ ସାନଭାଇର ମୃତ୍ୟୁ

blank
କେନ୍ଦ୍ରାପଡ଼ା ୨୨/୩ -ବଡଭାଇଙ୍କ ମୃତ୍ୟୁର ମାତ୍ର କେତେ ଘଣ୍ଟା ପରେ ସାନଭାଇଙ୍କ ମୃତ୍ୟୁ ଘଟଣା ଅଞ୍ଚଳବାସୀଙ୍କୁ ଶୋକାଭିଭୁତ କରିଦେଇଛି। ଏଭଳି ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ବ୍ଲକ ତଥା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଚଉଦକୁଲାଟ ଗ୍ରାମରେ ଘଟିଛି  ।  ଚଉଦକୁଲାଟ ଗ୍ରାମର ଅବସରପ୍ରାପ୍ତ ବନ ଅଧିକାରୀ ରମେଶ ମହାନ୍ତି(୭୯) ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ବେଳେ ଗତ ଶୁକ୍ରବାର ଭୁବନେଶ୍ୱର ବାସଭଭନରେ ତାଙ୍କର ପରଲୋକ ହୋଇଥିଲା । ସେ ଜଣେ ମିଷ୍ଠଭାଷୀ ପରୋପକାରୀ ବ୍ୟକ୍ତି ଭାବେ ସାଧାରଣରେ ପରିଚିତ ଥିଲେ । ତାଙ୍କର ମୃତ୍ୟୁ ଖବର ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଥିଲା । ଏହି ଖବର ପାଇ ତାଙ୍କ ସାନଭାଇ ନିମାଇଁ ଚରଣ ମହାନ୍ତି(୭୮)ଙ୍କୁ ବହୁତ କଷ୍ଟ ଦେଇଥିଲା ।  ବଡ଼ ଭାଇଙ୍କ ମୃତ୍ୟୁର ଦୁଃଖରେ ମ୍ରିୟମାଣ ସାନ ଭାଇ ନିମାଇଁ ଶନିବାର ସକାଳେ ତାଙ୍କ ଘରେ ବସି ଥିବାବେଳେ ହଟାତ ଟଳିପଡିଥିଲେ । ତାଙ୍କର ହୃଦ୍‌ଘାତ ହୋଇଥିବା ଭାବି ପରିବାର ଲୋକେ ଚିକିତ୍ସା ପାଇଁ  ଡାକ୍ତରଖାନା ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ନିମାଇଁ କେନ୍ଦ୍ରାପଡା ଜିଲାପାଳ କାର୍ଯ୍ୟାଳୟର ପ୍ରାକ୍ତନ କର୍ମଚାରୀ ଭାବେ ସରକାରୀ ଚାକିରୀରୁ ଅବସର ନେଇଥିଲେ।  ଶୁକ୍ରବାର ବଡଭାଇ ଉମେଶଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠା କନ୍ୟା ପ୍ରିତିନନ୍ଦା ମୁଖାଗ୍ନି ଦେଇଥିଲେ। ସେହିପରି ଶନିବାର ନିମାଇଁଙ୍କ ଶବକୁ ଗ୍ରାମ ପରିକ୍ରମା କରିବା ପରେ ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏକମାତ୍ର ପୁଅ ଜ୍ୟୋତିରଞ୍ଜନ ମୁଖାଗ୍ନି ଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Next Post

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ପରିଷଦ ବୈଠକ

Sun Mar 22 , 2026
ପଞ୍ଚାୟତ ନିର୍ବାଚନ, ଶିଳ୍ପ ପ୍ରତିଷ୍ଠା, ମହାକାଳପଡା କନ୍ଧା ଚାଷୀଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ସି.ପି.ଆଇ.ର ଆନ୍ଦୋଳନ ଡାକରା କେନ୍ଦ୍ରାପଡ଼ା,୨୨ା୩:ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପରିବର୍ଦ୍ଧିତ ଜିଲ୍ଲା ପରିଷଦ ବୈଠକ ଗୋପସ୍ଥିତ ନିର୍ମାଲ୍ୟ ପ୍ୟାଲେସ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସି.ପି.ଆଇ. ସହସମ୍ପାଦକ ସାଥି ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ପାର୍ଟିର ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ସାଥି ସୋମନାଥ ପାତ୍ର, କଟକ ବଡ ଡାକ୍ତରଖାନାରେ ପ୍ରାଣହରାଇଥିବା ୧୪ଜଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading