
ପଟ୍ଟାମୁଣ୍ଡାଇ ୧୮/୩ –ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଆୟୋଜିତ ଏକ ସପ୍ତା କାର୍ଯ୍ୟକ୍ରମରେ ଅଘଟଣ ଦେଖିବାକୁ ମିଳିଛି ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସ୍ତୁତ ପ୍ରସାଦ ହଣ୍ଡାରେ ସାପ ଦେଖିବାକୁ ମିଳିଥିଲା । ପ୍ରସାଦ ଡାଲମା ଖାଇଥିବା ଲୋକମାନେ ଭୟଭୀତ ହୋଇ ପଡ଼ିଥିବାବେଳେ ସାଧାରଣରେ ଆତଙ୍କ ଦେଖା ଦେଇଥିଲା ।ବିଷାକ୍ତ ସାପ ପଡ଼ିଥିବା ଡାଲମା ଖାଇଥିବା ଶତାଧିକ ଲୋକ ଭୟ ଭୀତ ହୋଇ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭିଡ଼ କରିଥିଲେ । ଡାକ୍ତର ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଇଥିବା ନେଇ ମେଡିକାଲ ଅଫିସର ଡାକ୍ତର ନିରାକାର ପରିଡା କହିଛନ୍ତି । ସେ କହିଛନ୍ତି ସେମାନଙ୍କୁ ଚିକିତ୍ସା ପରେ ଗୁରୁବାର ସକାଳୁ ଏକ ଟିମ ପୌରପରିଷଦ ୧୦ ନମ୍ବର ୱାର୍ଡ ଯାଇ ଘଟଣାର ତନଖି କରି ଫେରିଛନ୍ତି । ସମେସ୍ତେ ସୁସ୍ଥ ଥିବାର ସେ କହିଛନ୍ତି ।
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନର୍ଗତ ନୁଆଗାଁରେ ଭାଗବତ ସପ୍ତାଚାଲିଥିଲା । ଭାଗବତ ସପ୍ତାହ ଚାଲୁଥିବାରୁ ପ୍ରସାଦର ଆୟୋଜନ ହୋଇଥିଲା । ଏଥିନେଇ ବୁଧବାର ୪୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ମଧ୍ୟ ହୋଇଥିଲା । ପୂଜାବିଧି ପରେ ରାତ୍ରୀରେ ଲୋକଙ୍କୁ ପ୍ରସାଦ ପାରଶା ଯାଇଥିଲା । ମାତ୍ର ପ୍ରସାଦ ଦେବା ସମୟରେ ଡାଲମା ହଣ୍ଡାରୁ ଏକ ବିଶଧର ସାପ ପଡିଥିବାର ଦେଖିବାକୁ ମିଳିଥିଲା । ସେତେବେଳକୁ ଅନେକ ଶ୍ରଦ୍ଧାଳୁ ସାପପଡିଥିବା ଡାଲମା ପ୍ରସାଦ ଖାଇସାରିଥିଲେ । ଏସମ୍ପର୍କରେ କଥା ପ୍ରଚାର ହୋଇଯାଇଥିଲା । ପ୍ରସାଦ ପାଇଥିବା ଲୋକଙ୍କ ଭିତରେ ଭାଳେଣି ପଡିଯାଇଥିଲା । ସେଠାରେ ଭୟର ବାତାବରଣ ଖେଳି ଯାଇଥିଲା । ଭୟରେ ଲୋକେ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ପହଁଚିଥିଲେ ।
