କନିକା ବ୍ଲକ ଅଞ୍ଚଳରେ ସରକାରଙ୍କ ମଦଦୋକାନ ଖୋଲିବାକୁ ବିରୋଧ

blank
କେନ୍ଦ୍ରାପଡ଼ା,୨୪ା୧୨:କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକ ଅଞ୍ଚଳରେ ସରକାର ପନ୍ଦରଟି ନୂଆ ମଦ ଦୋକାନ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆଜି ଏହା ବିରୋଧରେ ଆପତ୍ତି ଅଭିଯୋଗ ଦାଖଲର ଶେଷ ତାରିଖ ଥିବା ବେଳେ ନିଶା ନିବାରଣ ଅଭିଯାନ ପକ୍ଷରୁ ପ୍ରତିବାଦ ଦରଖାସ୍ତ ଦାଖଲ କରାଯାଇଛି। ସଂଗଠନର ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ଭାଗୀରଥି ଜେନା, ଆଳି ବ୍ଲକ ସଭାପତି ଲକ୍ଷ୍ମୀଧର ଦୀକ୍ଷିତ, ସମ୍ପାଦକ ଗୋବିନ୍ଦ ନନ୍ଦ, ସହ ସମ୍ପାଦକ ସୋହାନା ବେଗମ୍‌, ଅମରେନ୍ଦ୍ର ଦାସ, ଧନେଶ୍ୱର ରାଉତ ପ୍ରମୁଖଙ୍କ ଦ୍ୱାରା ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଏହି ଅଭିଯୋଗପତ୍ରର ନକଲ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ଅବକାରୀ କମିଶନର ଓ ଅବକାରୀ ଅଧୀକ୍ଷକଙ୍କ ନିକଟକୁ ପଠାଯାଇଥିବା ବେଳେ ଏଥିରେ ସରକାରଙ୍କୁ ତାଙ୍କର ନିର୍ବାଚନ କାଳୀନ ପ୍ରତିଶ୍ରୁତିକୁ ସ୍ମରଣ କରାଇ ଦିଆଯାଇ ସରକାର ରାଜସ୍ୱ ବୃଦ୍ଧି ପାଇଁ ଆପଣାଉଥିବା ଏପରି ଜନବିରୋଧୀ କାର୍ଯ୍ୟକ୍ରମରୁ ବିରତ ରହିବାକୁ ଅନୁରୋଧ କରାଯାଇଛି। ଜିଲ୍ଲାପାଳଙ୍କ ସହ ଆଲୋଚନା କାଳରେ ଏହି ଘଟଣାକୁ ନେଇ ଆଳି କନିକା ଅଞ୍ଚଳରେ ଏବେ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷ ସମ୍ପର୍କରେ ସୂଚାଇ ଦିଆଯାଇଥିଲା।

Next Post

ରାଜ୍ୟସ୍ତରୀୟ ଯୁବଉତ୍ସବ ପାଇଁ କେନ୍ଦ୍ରାପଡାରୁ ୩୧ପ୍ରତିଯୋଗୀଙ୍କ ଭୁବନେଶ୍ୱର ଯାତ୍ରା

Wed Dec 24 , 2025
କେନ୍ଦ୍ରାପଡ଼ା,୨୪ା୧୨:ଜିଲ୍ଲାସ୍ତରୀଯୁବ ମହୋତ୍ସବରେ ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ଶ୍ରେଷ୍ଠ ପ୍ରତିଯୋଗୀମାନେ ରାଜ୍ୟସ୍ତରରେ ଆୟୋଜିତ ହେବାକୁ ଥିବା ଯୁବ ମହୋତ୍ସବରେ ଯୋଗଦେବା ପାଇଁ ମଙ୍ଗଳବାର ଭୁବନେଶ୍ୱର ଯାତ୍ରା କରିଛନ୍ତି। ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏଠାରୁ ୩୧ ଜଣ ପ୍ରତିଯୋଗୀ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ବସ ଯୋଗେ ଯାଇଛନ୍ତି। ଆଜି ସକାଳେ ଜିଲ୍ଲାପାଳ ରଘୁରାମ ଆର. ଆୟର ପ୍ରତିଯୋଗୀ ମାନଙ୍କୁ ଯାତ୍ରା ପୂର୍ବରୁ ଉତ୍ସାହିତ କରିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading