ଉପକାରାଗାରରେ ସୁଦର୍ଶନ କ୍ରିୟା ଶିବିର ଅନ୍ତେବାସୀଙ୍କ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶ ପାଇଁ ପ୍ରଶାସନର ପ୍ରୟାସ

blank
କେନ୍ଦ୍ରାପଡ଼ା,୨୦ା୩:କେନ୍ଦ୍ରାପଡା ଉପକାରାଗାର ପରିସରରେ ଅନ୍ତେବାସୀମାନଙ୍କ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଏକ ସୁଦର୍ଶନ କ୍ରିୟା ଓ ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆର୍ଟ ଅଫ୍ ଲିଭିଂ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତେବାସୀମାନଙ୍କ ଜୀବନରେ ସକାରାତ୍ମକ ମନୋଭାବ, ଆତ୍ମନିୟନ୍ତ୍ରଣ ଓ ମନରେଶାନ୍ତି ଆଣିବା ଦିଗରେ ଏକ ସଫଳ ପଦକ୍ଷେପ ଭାବେ ପରିଗଣିତ ହୋଇଛି। ଯୋଗଗୁରୁ ଦୀପକ ମୁନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ଯୋଗ, ପ୍ରାଣାୟାମ ଓ ସୁଦର୍ଶନ କ୍ରିୟା ମାଧ୍ୟମରେ ଅନ୍ତେବାସୀମାନଙ୍କୁ ମନୋସଂଯମ, ଶାରୀରିକ ସୁସ୍ଥତା ଓ ଆତ୍ମବିକାଶର ବାର୍ତ୍ତା ପ୍ରଦାନ କରାଯାଇଥିଲା। କାରାଗାର ଭିତରେ ଏଭଳି ଗଠନମୂଳକ କାର୍ଯ୍ୟକ୍ରମ ଅନ୍ତେବାସୀମାନଙ୍କ ଚେତନାରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହେବ ବୋଲି ଆଶା କାରାଯାଏ। ଜିଲ୍ଲପାଳ ରଘୁରାମ ଆର. ଆୟରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ ଅଜୟ କୁମାର ରାଉତଙ୍କ ଦ୍ୱାରା ପଣ୍ଡିତ ଶ୍ରୀ ରବିଶଙ୍କରଙ୍କ ସୁଦର୍ଶନ କ୍ରିୟା, ଯୋଗ ଓ ପ୍ରାଣାୟାମ ଇତ୍ୟାଦି କରାଯାଇଥିଲା। ଏହି ଅବସରରେ ଜେଲ ଅଧୀକ୍ଷକ ସୁନୀଲ କୁମାର ପାତ୍ର , ସହକାରୀ ଅଧୀକ୍ଷକ ବିଭେନ୍ଦୁ ଭୁୟାଁ, ଉପ ସହକାରୀ ଅଧୀକ୍ଷକ ସୁକାନ୍ତ କୁମାର ରାଉତ, ଜମାଦାର ଆଜିଜୁଲ ମହମ୍ମଦ, କାରାରକ୍ଷୀ ଅରୁଣ କୁମାର ପ୍ରଧାନ, ବାଣୀପଦ ସ୍ୱାଇଁ ଓ ଲିପୁ ରାଉତ ପ୍ରମୁଖ କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସହଯୋଗ କରିଥିଲେ। ଏହା ପୂର୍ବରୁ ମଧ୍ୟ ଗତ ଡିସେମ୍ବର ମାସରେ ପାଞ୍ଚ ଦିନ ଧରି ସୁଦର୍ଶନ କ୍ରିୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନ୍ତେବାସୀମାନେ ସମାଜର ମୁଖ୍ୟ ସ୍ରୋତରେ ପୁନର୍ବାର ସାମିଲ ହୋଇ ସମ୍ମାନଜନକ ଜୀବନଯାପନ କିପରି କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ଏପରି ସଂସ୍କାରମୂଳକ ଓ ପ୍ରେରଣାଦାୟକ ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଜେଲ ଅଧୀକ୍ଷକ କହିଛନ୍ତି। ଅନ୍ତେବାସୀ ମାନଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ୱାସ, ସକାରାତ୍ମକ ଚିନ୍ତାଧାରା ଓ ସମାଜମୁଖୀ ଭାବନାର ବିକାଶ ଘଟାଇବାରେ ଏପରି କାର୍ଯ୍ୟକ୍ରମ ସଫଳ ସାବ୍ୟସ୍ତ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Next Post

ତୁଳସୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ୩୬ବେଶ କାର୍ଯ୍ୟକ୍ରମ

Fri Mar 20 , 2026
କେନ୍ଦ୍ରାପଡ଼ା,୨୦ା୩:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀ ବଳଦେବଜୀଉଙ୍କ ରଥଦାଣ୍ଡରେ ଶ୍ରୀଜଗନ୍ନାଥଙ୍କ ୩୬ବେଶ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି। ଗରାପୁର ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ବୈକୁଣ୍ଠନାଥ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭଉଦଘାଟନ କରିଥିଲେ। ବହ୍ମପୁରସ୍ଥିତ ଦିବ୍ୟାଙ୍ଗ ଅନୁଷ୍ଠାନର କର୍ମକର୍ତ୍ତା ଭବାନୀଶଙ୍କର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading