ଇଣ୍ଡିଆବୁକ ଅଫ ରେକର୍ଡସରେ ପ୍ରିୟାଂଶୁ , ଦଉଡିରେ ପଛୁଆ ଓଲଟି ସାଉଁଟିଲେ ପ୍ରଶଂସା

blank
କେନ୍ଦ୍ରାପଡ଼ା,୨୨ା୪:ଦଉଡିରେ ପଛୁଆ ଓଲଟି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ମନ୍ତ୍ରୀପଡା ଗ୍ରାମର ପ୍ରକାଶ ମଲ୍ଲିକ ଓ ହରପ୍ରିୟା ମଲ୍ଲିକଙ୍କ ସୁପୁତ୍ର ପ୍ରିୟାଂଶୁ। ସେ ୨ଟି ଦଉଡି ସାହାଯ୍ୟରେ ସର୍ବାଧିକ ୧୯୬୨ଥର ପଛୁଆ ଓଲଟି ଏହି ପ୍ରଶଂସା ସାଉଁଟିଛନ୍ତି। ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ମାତ୍ର ୨ବର୍ଷ ୧୦ମାସ ବୟସର ପ୍ରିୟାଂଶୁ ଏଭଳି ଜିମ୍ନାଷ୍ଟିକ ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଦେଢବର୍ଷ ବୟସରୁ ପ୍ରିୟାଂଶୁ ଜିମ୍ନାଷ୍ଟିକ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ତେଣୁ ତାଙ୍କ ବାପା ପ୍ରକାଶ ଘରେ ଦୁଇଟି ରଶି ସାହାଯ୍ୟରେ ଏକ ଜିମ୍ନାଷ୍ଟିକ ଇନଷ୍ଟ୍ରୁମେଣ୍ଟ ବନାଇଥିଲେ। ଏହା ସହାଯ୍ୟରେ ପୁଅ ପ୍ରିୟାଂଶୁ କଳାକୈାଶଳ ପ୍ରଦର୍ଶନ ଆରମ୍ଭ କରିଥିଲା। ପ୍ରତିଦିନ ଏହା କରିବା ପରେ ପ୍ରିୟାଂଶୁ ଅଭ୍ୟସ୍ତ ହୋଇଯାଇଥିଲେ। ଦିନକୁ ଦିନ ତାଙ୍କର ଏହି କଳା କୈାଶଳ ବୃଦ୍ଧି ପାଇବାରେ ଲାଗିଲା। ପ୍ରଥମରୁ ଥରେ ମାତ୍ର ପଛୁଆ ଓଲଟୁଥିବା ପ୍ରିୟାଂଶୁ ସମୟକ୍ରମେ ଏକଶହ, ଦୁଇଶହ, ତିନିଶହ ଏହିପରି ୧୯୬୨ଥର ଓଲଟିବା ଶିଖିଯାଇଥିଲେ। ଫଳରେ ପରିବାର ଲୋକେ ଏନେଇ ଇଣ୍ଡିଆ ବୁକ ଅଫ ରେକର୍ଡସର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିଥିଲେ। ଇଣ୍ଡିଆ ବୁକ ଅଫ ରେକର୍ଡସର କର୍ମକର୍ତ୍ତାମାନେ ପ୍ରଥମେ ବିଶ୍ୱାସ କରିନଥିଲେ ମଧ୍ୟ ନିଜ ଆଖିରେ ଦେଖିବା ପରେ ଚକିତ ହୋଇଯାଇଥିଲେ। ଏହାସହ ପ୍ରିୟାଂଶୁଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନିତ କରିଥିଲେ। ପ୍ରିୟାଂଶୁ ଜିମ୍ନାଷ୍ଟିକ ସହିତ ସୁନ୍ଦର ସ୍କେଟିଂ ଓ ରୋପିଙ୍ଗ କରିପାରନ୍ତି। ବିଶ୍ୱରେକର୍ଡ ପାଇଁ ସେ ଅଭ୍ୟାସ ଜାରି ରଖିଛନ୍ତି। ପ୍ରିୟାଂଶୁଙ୍କ ପିତା ପ୍ରକାଶ ଓଡିଶା ପୋଲିସରେ କାର୍ଯ୍ୟରତ ଥିବା ବେଳେ ମା ହରପ୍ରିୟା ଜଣେ ସୁଗୃହିଣୀ। ପ୍ରକାଶ ୨୦୨୩ରେ ସର୍ବଭାରତୀୟ ପୁଲିସ ଯୋଗ ପ୍ରତିଯୋଗିତାରେ ରୈାପ୍ୟ ପଦକ ହାସଲ କରିଥିଲେ।

Next Post

ନୂତନ ବ୍ରହ୍ମତାଳଧ୍ୱଜ ରଥ ପାଇଁ କାଠ ପହଞ୍ଚିଲା ରଥଖଳାରେ

Wed Apr 22 , 2026
କେନ୍ଦ୍ରାପଡ଼ା,୨୨ା୪:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ କାଠ ଆସି ପହଞ୍ଚିଛି ରଥଖଳାରେ। ଏହି ରଥ କାଠ ୩ଟି ଟ୍ରଲରରେ ଆସି ପହଞ୍ଚିଛି। ଶ୍ରୀବଳଦେବଜୀଉ ଦେବୋତ୍ତର ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ତଥା କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ନୂତନ ରଥ ନିର୍ମାଣ ପାଇଁ ପ୍ରାୟ ୩ହଜାର ଘନଫୁଟ କାଠର ଆବଶ୍ୟକତା ଥିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading