- କାଠିଆପଡାରେ ପୋଲିସ ଛାଉଣୀ
- ପଡୋଶୀ ଘର ସିସିଟିଭି ଯାଂଚ କରୁଛି ପୋଲିସ
- ଘଟଣାଟି ଅପରାଧିକ ମାମଲାପରି ଲାଗୁଛି – ଏସପି

ପଟ୍ଟାମୁଣ୍ଡାଇ ୯/୮ -କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ କାଠିଆପଡା ଗ୍ରାମର କଲେଜ ଛାତ୍ରୀ ସଂଗୀତାଙ୍କ ରହସ୍ୟଜନକ ଭାବେ ପୋଡି ହୋଇ ମରିବା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ରହସ୍ୟ ଉନ୍ମୋଚନ ପାଇଁ ଜିଲା ପୋଲିସର ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି। ପୋଲିସ ପକ୍ଷରୁ ୩ଟି ଟିମ୍ ତଦନ୍ତ ଜାରି ରଖିଥିବାବେଳେ ଏସପି ସିଦ୍ଧାର୍ଥ କଟାରିଆ ନିଜେ ମାମଲାର ପ୍ରତ୍ୟକ୍ଷ ତତ୍ୱାବଧାନ କରୁଛନ୍ତି । ଶନିବାର ପୂର୍ବାହ୍ନରେ ପୋଲିସ ମୃତ ସଂଗିତାଙ୍କ ପଡୋଶୀ ଘର ସିସିଟିଭି ଯାଂଚ କରିଛନ୍ତି । ଅପରାହ୍ନରେ ମୃତ ସଂଗିତାଙ୍କ ବାପା ଓ ଭାଇ ଅନ୍ୟ ଏକ ଏତଲା ଗ୍ରାମାଂଚଳ ଥାନାରେ ଦେଇଛନ୍ତି । ଶନିବାର ଗଣମାଧ୍ୟମଙ୍କୁ ଏସପି କଟାରିଆ ସୁଚନା ଦେଇ କହିଛନ୍ତି ଯେ କିଛି ତଥ୍ୟ ହସ୍ତଗତ ହୋଇଛି । ଅମପାଖରେ ଗୋଟିଏ ୟାଙ୍ଗଲ ଅଛି ତାକୁ ସିଜ୍ କରିବୁ । ଘଟଣାଟି ଅପରାଧିକ ମାମଲାପରି ଲାଗୁଛି । କ୍ରାଇମ କିପରି ରିକ୍ରିଏଟ ହୋଇଛି ସେଥିପାଇଁ ସିସିଟିଭି ଯାଂଚକରି ସିଜ କରିବୁ । ପିଏମ ରିପୋଟ ଆସିଲେ ସବୁ ଜଣାପଡିବ ।
ପଟ୍ଟାମୁଣ୍ଡାଇ ଛାତ୍ରୀ ସଂଗିତା ଘରେ ପୋଡିହୋଇ ମୃତ୍ୟୁ ବରଣ କରିବା ଘଟଣାରେ ତାଙ୍କ ବାପା ଶଶିକାନ୍ତ ଜଣେ ଯୁବକର ଅଶୀଳ ଭିଡିଓ ପଠାଇ ବ୍ଲାକ ମେଲ କରିବା ଓ ସ୍ଥାନୀୟ ପୋଲିସ ଏତଲା ନରଖି ଚୁପ ବସିଯିବା ଏହି ଦୁଃଖଦ ଘଟଣା ପାଇଁ ଦାୟୀ କôରଥିଲେ। ଏଥିନେଇ ବିରୋଧି ଓ ଶାଶକ ଦଳ ପକ୍ଷରୁ ଭିନ୍ନ ଭିନ୍ନ ମତପ୍ରକାଶ ପାଇଥିଲା । ହେଲେ ଦିନ ଗଡ଼ିବା ସହିତ ପ୍ରଥମରୁ ରହସ୍ୟାବୃତ ଥିବା ଘଟଣାଟି ଯୋଜନାବଦ୍ଧ ହତ୍ୟାକାଣ୍ଡ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା। ପୋଲିସ ଏଯାଏ କୌଣସି ନିର୍ଯ୍ୟାସରେ ପହଁଚି ନଥିଲେ ହେଁ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତକୁ ଜୋରଦାର କରିଛି। ମୃତ ସଂଗିତାଙ୍କ ମୋବାଇ ଜବତ ପରେ ପୋଲିସ ସଂଗିତାଙ୍କ ପୁରୁଷ ବନ୍ଧୁକୁ ଚେନ୍ନାଇରୁ ଉଠାଇ ଆଣି ଅଟକ ରଖିଛିି। ଅନ୍ୟପକ୍ଷରେ ଶୁକ୍ରବାର ଖୋଦ୍ ଜିଲା ଏସପି କଟାରିଆଙ୍କ ସହିତ ସାଇଂଟିଫିକ୍ ଟିମ, ଭୁବନେଶ୍ୱର ଏଫଏମଟି ଅଧିକାରୀ ଓ ଅନ୍ୟ ବଡ ପୋଲିସ ଅଧିକାରୀଙ୍କ ସହିତ ମୃତାଛାତ୍ରୀଙ୍କ ଘରେ ପହଂଚି ପାଖାପାଖି ୨ରୁ ୩ ଘଂଟା ତଦନ୍ତ କରିଥିଲା । ଛାତ୍ରୀଟି ସିଡ଼ି ଉପରେ ବସିବା ଅବସ୍ଥା ଠୁଁ ଆରମ୍ଭ କରି ନିଆଁରେ ପୋଡ଼ି ହୋଇ ମୃତ୍ୟୁ ବରଣ କରିବା ଜାଗା , ଗ୍ରୀଲ୍ରେ ବନ୍ଧା ହୋଇଥିବା ସ୍ଥାନ, ସମସ୍ତ ଘର ରୋଷେଇ ଘର ତନଖି ଓ ଯାଂଚ କରିଥିଲେ । ପରେ ପରିବାର ଲୋକ, ଗାଁ ଲୋକଙ୍କୁ ବୟାନ ନେଇଥିଲେ । ଭିତରପଟରୁ ବନ୍ଦ ଥିବା କବାଟ ଖୋଲିବା ନେଇ ଦେଖାଦେଇଥିବା ସନ୍ଦେହ ଦୂର ପାଇଁ ପୋଲିସ ଚେଷ୍ଟା କରିଥିଲେ ମଧ୍ୟ ପୋଲିସର ସନ୍ଦେହ ବଢିଥିଲା। ପରେ ମୃତା ଛାତ୍ରୀଙ୍କ ପରିବାରଙ୍କୁ ଅନ୍ୟ ଏକ ଏତଲା ଦେବାକୁ କୁହାଯାଇଥିଲା । ଏନେଇ ଶଶିକାନ୍ତ ବଡପଡା ପୂର୍ବତନ ସରପଂଚଙ୍କ ପରାମର୍ଶ ଲୋଡିଥିଲେ । ମାତ୍ର ଶନିବାର ଶଶିକାନ୍ତ ଓ ତାଙ୍କ ପୁଅ ପିଡି ସାଗର ଗ୍ର।।ମାଂଚଳ ଥାନାକୁ ଅପରାହ୍ନ ୪ଟାରେ ଏତଲା ଦେବାକୁ ଯାଇଥିଲେ । ସେମାନେ ରାତ୍ରୀ ୯ ରେ ଏତଲା ଦେଇ ଫେରିବା ପରେ ପୋଲିସ ୨୮୪/୨୫ରେ ମାମଲା ରୁଜୁ କରିଛି ।
ଶନିବାର ଏସପିଙ୍କ ସହ ଡିଏସପି ର୍ୟାଙ୍କ ଅଧିକାରୀ ମାନେ ଘରର ବିଭିନ୍ନ ୟାଙ୍ଗଲରୁ ଯାଂଚ କରିବା ସହିତ ପାଖ ପଡୋଶି ଘର ସିସିଟିଭି ଯାଂଚ ଚଳାଇଛି । ଯାହାକୁନେଇ ଗ୍ରାମବାସୀଙ୍କ ମନରେ ଅସାନ୍ତିର ବାତବରଣ ଖେଳିଯାଇଛି । ଶୁକ୍ରବାର ଠାରୁ କାଠିଆପଡା ଗ୍ରାମରେ ପୋଲିସ ଛାଉଣି କରାଯାଇଥିବା ବେଳେ ପୋଲିସ ଗାଡି ପଇନ୍ତରା ମାରୁଛି । ସଂଗିତା ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ସମସ୍ତ ଦିଗକୁ ଛାନଭିନ୍ କରି ତଦନ୍ତ ପ୍ରକ୍ରିୟା ଜାରି ରହିଛି ।
