ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ

blank
ପଟ୍ଟାମୁଣ୍ଡାଇ ତା ୨୬/୩- ପଟ୍ଟାମୁଣ୍ଡାଇ ବ୍ଲକରେ କାର୍ଯ୍ୟକାରୀ ଏମ ଏନ ଆର ଇ ଜି ଏସ ଓ ଜାତୀୟ ଖାଦ୍ୟସୁରକ୍ଷା ଯୋଜନାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ପୌରହିତ୍ୟରେ ଆୟୋଜିତ ଆୟୋଜିତ ଜନ ଶୁଣାଣୀ ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏମ ଏନ ଆର ଇ ଜି ଏସ ଓ ଏନ ଏଫ ଏସ ଏ ର ସାମାଜିକ ସମୀକ୍ଷା ହେବା ଫଳରେ ଜନସାଧାରଣ ବିଭିନ୍ନ ଯୋଜନା ଓ କାର୍ଯ୍ୟକାରୀତା ସମ୍ପର୍କରେ ସଚେତନ ହୋଇ ପାରୁଛନ୍ତି ବୋଲି ମତପ୍ରକାଶ କରିଥିଲେ ।ବି ଡ଼ିଓ ଶୀତଲ ଅଗ୍ରୱାଲ ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ପଟ୍ଟାମୁଣ୍ଡାଇ ବ୍ଲକ ମନେରେଗା ଯୋଜନାରେ ସର୍ବାଧିକ ସଫଳତା ହାସଲ କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଶିବିରରେ
ଡି ଡବ୍ଲ୍ୟୁ ଓ ଅରବିନ୍ଦ ରାୟ, ଜିଲ୍ଲା ସାମାଜିକ ସମୀକ୍ଷା ୟୁନିଟର ସରୋଜ କୁମାର ଦାଶ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରୋଜାଲିନ ମହାଳିକ, ବ୍ଲକ ସହକାରୀ ଯନ୍ତ୍ରୀ ବିନୟ ମିଶ୍ର ଓ ପ୍ରସନ୍ନ ରାଉତ,ବ୍ଲକ ଏ ପି ଓ ପୁଣ୍ୟଶ୍ରୀ ସାହୁ,ବ୍ଲକ ସୋସିଆଲ ଅଡିଟର ନଳିନୀ କାନ୍ତ ସ୍ୱାଇଁ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ ବ୍ଲକ ସି ପି ପ୍ରିୟରଞ୍ଜନ ସ୍ୱାଇଁ, କ୍ୟାସିୟର ଦୁଷ୍ମନ୍ତ ପାତ୍ର ମନେରେଗା ସହକାରୀ ବନ୍ଦିତା ଭଦ୍ର,ପ୍ରିୟବନ୍ଦା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ ବିଲିକଣା ସରପଞ୍ଚ ଲଷ୍ମୀପ୍ରିୟା ଷଢଙ୍ଗୀ,ଦିହୁଡିପୁର ସରପଞ୍ଚ ନରେଶ ମଲିକ, ଶ୍ରୀରାମ ପୁର ସରପଞ୍ଚ ସସ୍ମିତା ସେଠୀ ଗଙ୍ଗାରାମପୁର ସମିତି ସଭ୍ୟ ବିଶ୍ୱରଞ୍ଜନ ଭୂୟାଁ, ସଂସାର ଫଳ ସମିତି ସଭ୍ୟ ପର୍ଶୁରାମ ବେହେରା ସାନଜରିଆ ସମିତି ସଭ୍ୟ ସୁବାଷ ବାରିକ ପ୍ରମୁଖ ବହୁ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ବ୍ଲକ ଏ ପି ଓ ପୁଣ୍ୟଶ୍ରୀ ସାହୁ ୨୦୨୬-୨୭ ଆର୍ଥିକବର୍ଷର ପ୍ରଥମ ପର୍ଯ୍ୟାୟର ତଥ୍ୟ ଉପସ୍ଥାପନ କରିଥିଲେ । ବ୍ଲକ ସୋସିଆଲ ଅଡିଟର ନଳିନୀକାନ୍ତ ସ୍ୱାଇଁ ସୋସିଆଲ ଅଡିଟଟିମର ତଥ୍ୟ ଉପସ୍ଥାପନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଓ ବିଡ଼ିଓ ସମସ୍ତ ପଂଚାୟତ କାଯ୍ୟନିର୍ବାହୀ ଅଧିକାରୀ ଏ ଡ଼ି ଇ ଓ,ଜି ଆର ଏସ ମାନଙ୍କୁ ସମସ୍ତ ତଥ୍ୟ ଦେବାକୁ ପରାମର୍ଶ ଦେଇଥିଲେ ।ଏହି ଶିବିରରେ ଗ୍ରାମ୍ୟ ସାଧନ କର୍ମୀ, ଜବକାର୍ଡଧାରୀ,ରାସନକାର୍ଡଧାରୀ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ,ପୂର୍ବତନ ଜନପ୍ରତିନିଧି, ସମାଜସେବୀ ଯୋଗ ଦେଇ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ ।

Next Post

କେନ୍ଦ୍ରାପଡା ବ୍ଲକରେ ପାନୀୟ ଜଳ ସମସ୍ୟା ନେଇ ମହିଳାଙ୍କ ପ୍ରତିବାଦ , ପ୍ରଶାସନିକ ଅଧିକାରୀଙ୍କୁ ଘେରାଉ କଲେ ମହିଳା

Thu Mar 26 , 2026
କେନ୍ଦ୍ରାପଡ଼ା,୨୬ା୩:ପାନୀୟଜଳ ସମସ୍ୟାକୁ ନେଇ କେନ୍ଦ୍ରାପଡ଼ା ବ୍ଲକରେ ଗୁରୁବାର ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। କେନ୍ଦ୍ରାପଡା ବ୍ଲକରେ ସାମାଜିକ ସମୀକ୍ଷା ବୈଠକ ଚାଲିଥିବା ବେଳେ ବିଡ଼ିଓ ଅଭିଷେକ ସ୍ୱାଇଁ ଓ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ମହିଳାମାନେ ପାନୀୟ ଜଳ ସମସ୍ୟା ନେଇ ଘେରାଉ କରି ପ୍ରତିବାଦ କରିଥିଲେ। ବ୍ଲକ୍‌ର ଉନ୍ନତିମୂଳକ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ ଗ୍ରାମାଞ୍ଚଳର ମୁଖ୍ୟ ସମସ୍ୟା ପ୍ରତି ପ୍ରଶାସନର ଆଗ୍ରହ ନଥିବା ସେମାନେ ଅଭିଯୋଗ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading