
କେନ୍ଦ୍ରାପଡ଼ା,୨୭ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତା ଜ୍ୟୋସ୍ନାମୟୀ ପଣ୍ଡାଙ୍କ ଦ୍ୱାଦଶାହରେ ସ୍ଥାନୀୟ ଇଶାଣେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ କଂସାର ସରପଞ୍ଚ ସରୋଜିନୀ ନାୟକଙ୍କ ସଭାପତିତ୍ୱରେ ଏକ ସ୍ମୃତିସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ସ୍ୱର୍ଗତା ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ମନ୍ତ୍ରୀ ଶ୍ରୀ ନାୟକ କହିଲେ ସ୍ୱର୍ଗତା ପଣ୍ଡା କଂସାର ପଞ୍ଚାୟତର ସରପଞ୍ଚ ଥିବା ସମୟରେ ବହୁବିଧ ଉନ୍ନତି କରିଥିଲେ। ଜଣେ ଜନପ୍ରତିନିଧି ଭାବେ ସେ କେବଳ କଂସାର ପଞ୍ଚାୟତ ନୁହେଁ ସମଗ୍ର ଜିଲ୍ଲାରେ ବେଶ୍ ଲୋକପ୍ରିୟ ଥିଲେ । ଏହି ସଭାରେ କେନ୍ଦ୍ରାପଡା ଜିଲ୍ଲାପରିଷଦ ସଭାପତି ଲିଲିତା ଦାସ, ପୌରାଧ୍ୟକ୍ଷା ସରିତା ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ ଓ ପ୍ରଦୀପ୍ତ କୁମାର ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ରଶ୍ମୀ ରଞ୍ଜନ ରାଉତ, ବ୍ଲକ ଅଧ୍ୟକ୍ଷ ରଶ୍ମିତା ସେଠୀ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ବିଜେଡି ଯୁବନେତା ରାଜେଶ ପଣ୍ଡା, ରାଜନେତା ରବି ସାମଲ, ଅମ୍ବିକା ପ୍ରସାଦ ପରିଡା, ସୁରେନ୍ଦ୍ର ଜେନା, ସାମାଜସେବୀ ରଞ୍ଜିତ ସାହୁ, ଯୁବନେତା ରାଜେଶ ଦାସ, ସାମ୍ବାଦିକ ପରେଶ ଦାସ ଓ ସୋମନାଥ ସାହୁ, ମଧୁମତୀ ଅଗ୍ରୱାଲ, ଧିରେନ ସାହୁ, କାଉନ୍ସିଲର କାଳୀପ୍ରସାଦ ମିଶ୍ର, ହିରଣ୍ୟ ପଣ୍ଡା, ପ୍ରଶାନ୍ତ କୁମାର ସିଂ, ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ଜେନା, ବିଜେଡି ନଗର ସଭାପତି ଯଯାତି କେଶରୀ ମହାନ୍ତି, ଶ୍ରୀକାନ୍ତ ପଣ୍ଡା, ବିଜୟ ପତି, ଓସ୍ତପୁର ସରପଞ୍ଚ ପ୍ରଶନ୍ନ କୁମାର ରାଉତଙ୍କ ସମେତ ସ୍ୱର୍ଗତା ପଣ୍ଡାଙ୍କ ସ୍ୱାମୀ ରବିନ୍ଦ୍ର କୁମାର ପଣ୍ଡା, ଝିଅ ଜ୍ୱାଇଁ, ନାତିନାତୁଣୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତା ପଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
