
ପଟ୍ଟାମୁଣ୍ଡାଇ, ୧୯/୧- “ଶିକ୍ଷା ମଣିଷ ଜୀବନକୁ ଆଲୋକିତ ଓ ସଫଳ କରିଥାଏ । ଅଜ୍ଞାନତାକୁ ବିନାଶ କରି ଜ୍ଞାନର ଆଲୋକ ବିତରଣ କରି ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ ଭାବେ ଗଢି ତୋଳିବାରେ ସହାୟକ ହୋଇଥାଏ ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଦ୍ମଲୋଚନନୋଡାଲ ବିଦ୍ୟାପୀଠର ୨ଦିନିଆ ବାର୍ଷିକ ଉତ୍ସବର ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ
ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ପ୍ରକାଶ କରିଛନ୍ତି । ବିଧାୟକ ଶ୍ରୀସାହୁ କହିଲେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରସାର ପାଇଁ ଶିକ୍ଷାନୁଷ୍ଠାରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତାକୁ ପ୍ରାଧାନ୍ୟ ଦିଆଯିବାକୁ ପରାମର୍ଶ ଦେଇଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବନୋଜିନି ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉଦଯାପନୀ ଉତ୍ସବରେ ବିଶିଷ୍ଟ କବି,ସ୍ତମ୍ଭକାର ତଥା ପୂର୍ବ ତଟ ରେଳଥର ପ୍ରାକ୍ତନ ବରିଷ୍ଠ ଅଧିକାରୀ ନିରାକାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ “ ଶିକ୍ଷା ହିଁ ସାମର୍ଥ୍ୟ ଗଢିବାର ଚାବିକାଠି ହୋଇଥିବାରୁ ପ୍ରଗତିର ମାର୍ଗକୁ ଆଲୋକିତ କରିଥାଏ ବୋଲି ପ୍ରକାଶ କରିଥିଲେ । ଏଥିରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ ପ୍ରାକ୍ତନ ଇଂରାଜୀ ବିଭାଗ ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ପଟ୍ଟାମୁଣ୍ଡାଇତହସିଲଦର ପଞ୍ଚାନନ ନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପଂଚାନନ ଧଳ,ପ୍ରାକ୍ତନ ଯୁଗ୍ମ ଶାସନ ସଚିବ ଅଶୋକ କୁମାର ଦାସ,ଚନ୍ଦନ ନଗର ପଂଚାୟତ ସମିତି ସଭ୍ୟ ମାନସ ମଲ୍ଲିକ ଓ ସାମ୍ବାଦିକ ଭାସ୍କର ଚନ୍ଦ୍ର ରାଉତରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ ଚିତ୍ତରଞ୍ଜନବାରିକ ସ୍ୱାଗତଭାଷଣ ଓ ପ୍ରଜ୍ଞା ପାରମିତା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ଶୁଭଶ୍ରୀ ସ୍ୱାଇଁ ବାର୍ଷିକ
ବିବରଣୀ ପାଠ କରିଥିଲେ। ସହକାରୀ ଶିକ୍ଷକ ସଂଜୟ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ ।ଏଇ ଅବସରରେ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ବିଦ୍ୟାପୀଠ ର ମୁଖପତ୍ର ‘ଚନ୍ଦନ’ ଉନ୍ମୋଚନ କରିବା ସହିତ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏଥି ପୂର୍ବରୁ ପୂର୍ବାହ୍ନରେ କବି ସ୍ତମ୍ଭକାର ନିରାକାର ଦାସ ଙ୍କ ପୌରହିତ୍ୟରେ ଗାଳ୍ପିକା ଆୟୋଜିତ ଉଦଯାପନୀ ଉତ୍ସବର ପ୍ରଥମ ଅଧିବେଶନରେ ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ ମୁଖ୍ୟଅତିଥି, କବି ସଚିତ୍ର ବେହୁରା ମୁଖ୍ୟବକ୍ତା ଗାଳ୍ପିକା ଅବନ୍ତୀ ବେହେରା କବୟତ୍ରୀ ଚାରୁଲତା ଭୂୟାଁ, ନଳିନୀପ୍ରଭା ଦାସ ଓ ସରୋଜିନୀ ଦାଶ ଶିକ୍ଷାବିତ ସୁରେଶ ଜେନା, କବି ଅଶୋକ ପରିଡା ଓ ନିମାଇଁ ଚରଣ ସାମଲ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଚିତ୍ତରଞ୍ଜନ ବାରିକ ସ୍ୱାଗତ ଭାଷଣ ଓ ସହକାରୀ ଶିକ୍ଷୟତ୍ରୀ ବନୋଜିନି ସାହୁ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ପ୍ରଜ୍ଞାପରମିତା ସାହୁ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ଏକ କବିତା ପାଠ ଉତ୍ସବ ଆୟୋଜନ କରାଯାଇଥିଲା । ଏହି ଉତ୍ସବକୁ ଶରତ ସାହୁ, ଦୀପ୍ତି ଶଙ୍କର ରାଉଳ ଦୂର୍ଗା ପ୍ରସାଦ ପରିଡା, ଆଶିଷ କାର୍ଜି କନକଲତା ଷଢଙ୍ଗୀ, ପରିଚାଳନା କରିଥିବାବେଳେ ସୌମ୍ୟାଶ୍ରୀ କର, ଲୋହିତ ମହାନ୍ତି ଅବିନାଶ ନାଥ, ସମ୍ବେଦ ରାଉତରାୟ ସୁରେଶ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
