ସି.ଏମ୍ ଟ୍ରଫି ଖୋ ଖୋ ପ୍ରତିଯୋଗୀତା ଉଦ୍‌ଘାଟିତ

blank
କେନ୍ଦ୍ରାପଡା ୨୭/୪: ୧୪ବର୍ଷ କମ୍ ବାଳକ ଓ ବାଳିକା ବିଭାଗର ସିଏମ୍ ଟ୍ରଫି ପ୍ରଥମ ସଂସ୍କାରଣ ଖୋ ଖୋ ପ୍ରତିଯୋଗିତା ପଟ୍ଟାମୁଣ୍ଡାଇ ସ୍ଥିତ ହରିହରାନନ୍ଦ ଆଶ୍ରମ ସ୍କୁଲ ପଡିଆ ଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଅଛି । ଆଜି ଉଦଘାଟନ ଉତ୍ସବରେ ପଟ୍ଟାମୁଣ୍ଡାଇ ଆଦର୍ସ ଥାନାର ଅଧିକାରୀ ବନ୍ଦନା ପାତ୍ର ମୁଖ୍ୟ ଅତିଥି ରୁପର ଯୋଗ ଦେଇ ଶରୀରକୁ ନିରୋଗ, ସୁସ୍ଥ ଏବଂ କର୍ମକ୍ଷମ ରଖିବା ପାଇଁ କ୍ରୀଡ଼ା ବା ଖେଳକୁଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଏହି ପ୍ରତିଯୋଗୀତାରେ ଭାଗନେଇ କ୍ରୀଡ଼ାବିତ୍‌ମାନେ ଅଧିକ ବୁଦ୍ଧିମତା ଏବଂ ପ୍ରସ୍ତୁତି ସହ ଖେଳି ଲକ୍ଷ୍ୟ ପଥରେ ଆଗେଇବାର ଏକ ସଫଳ ମାଧ୍ୟମ ବୋଲି ମତ ପ୍ରକାଶ କରିଥିଲେ ।

blank

ଏହି ଉତ୍ସବରେ କ୍ରିଡା ସଂସଦର ସମ୍ପାଦକ ସୟଦ ଅକମଲ ଅଲ୍ଲୀ ସିଏମ ଟ୍ରଫିରେ ୧୦ଟି ବାଳକ ବିଭାଗର ଟିମ ଏବଂ ୬ଟି ବାଳିକା ବିଭାଗର ଟିମ ଯୋଗଦେଇଥିବା ସମସ୍ତ କ୍ରିଡାବିତ୍‌ଙ୍କୁ ଉତ୍ସହିତ କରିବା ସହ ଜିଲ୍ଲା ଟିମ ଚୟନ ନିମନ୍ତେ ସମସ୍ତେ ଏହି ପ୍ରତି ଯୋଗୀତାରେ ସଫଳ ପଦର୍ଶନ ନିମନ୍ତେ ଆହ୍ୱାନ ଦେଇଥିଲେ । ଜିଲ୍ଲା କ୍ରିଡା ସମ୍ପାଦକ ଜ୍ୟୋତିମୟ ଦାସ ସଭା ପରିଚାଳନା କରିବା ସହ ସମସ୍‌ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଯୁଧିଷ୍ଠିର ଲେଙ୍କା, ସରିଷ୍ଟ ସଭ୍ୟ ସସ୍ମିତା ପଣ୍ଡା, ଦେବେନ୍ଦ୍ର ସାହୁ, ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଖୋ ଖୋ ପ୍ରତିଯୋଗୀତାକୁ ଶାରୀରିକ ଶିକ୍ଷା ଶିକ୍ଷକ ଅରବୁନ୍ଦ ତରାଇ, ଜ୍ୟୋର୍ତିମୟୀ ଶତପଥି, ଅମ୍ବିକା ମହାନ୍ତି, ମାନସ ରଞ୍ଜନ ସାହୁ, ଶକ୍ତି ସ୍ୱରୁପ ସାହୁ, ମାମୁନି ଦାସ, ଅଶୋକ କୁମାର ସାହୁ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଏହି ପ୍ରତିଯୋଗୀତା ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଆଜିର ପ୍ରଥମ ମ୍ୟାାଚରେ ବାଳକ ବିଭାଗରେ ବଗଡା ଦଳ ଜେନିଥ ସ୍କୁଲକୁ ୧ ପଏଣ୍ଟ ବ୍ୟବଧାନରେ ପରାସ୍ତ କରିଛି । ଦ୍ୱିତୀୟ ମ୍ୟାଚରେ ଗରଦପୁରର ଜେ.ଏନ.ଭି.କୁ ୧ପଏଣ୍ଟ ବ୍ୟବଧାନରେ, ତୃତୀୟ ମ୍ୟାଚରେ କେନ୍ଦ୍ରାପଡା ବ୍ଲକର କେନ୍ଦ୍ରୀୟ ବିଦ୍ୟାଳୟ ୨ପଏଣ୍ଟ, ଚତୁର୍ଥ ମ୍ୟାଚରେ ରାଜକନିକା ୨୪ପଏଣ୍ଟ ବ୍ୟବାଧାନରେ କୋରୁଆକୁ ହରାଇ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି । ବାଳିକା ବିଭାଗରେ ବଗଡା ଦଳ କେନ୍ଦ୍ରୀୟ ବିଦ୍ୟାଳୟକୁ ୧୩ପଏଣ୍ଟ ଏବଂ ପଟ୍ଟାମୁଣ୍ଡାଇ ଦଳ ରାଜକନିକାକୁ ସଡନଡେଥ୍ ମାଧ୍ୟମରେ ପରାସ୍ତା କରି ସେମିଫାଇନାଲକୁ ଉର୍ତ୍ତନ ହୋଇଛି । ଆସନ୍ତା କାଲି ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Next Post

ମୁଖ୍ୟ ରାସ୍ତା ଉପରେ ବାଲିଗୋଡି ଗଦା , ସଙ୍କୁଚିତ ରାସ୍ତାରେ ଦୁର୍ଘଟଣାକୁ ଆମନ୍ତ୍ରଣ

Wed Apr 29 , 2026
କେନ୍ଦ୍ରାପଡ଼ା,୨୯ା୪:କେନ୍ଦ୍ରାପଡା ସହରର ମୁଖ୍ୟ ରାସ୍ତା ତିନିମୁହାଣି ଛକରୁ ଇଛାପୁର ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବାଲି, ଗୋଡି ପ୍ରଭୃତି ଗଦା କରାଯାଇ କେଉଁଠି ବେପାର କରାଯାଇଛି ତ ଆଉ କେଉଁଠି ଗୃହ ନିର୍ମାଣ କରାଯାଉଛି। ଫଳରେ ସହରର ମୁଖ୍ୟ ରାସ୍ତା ସଂକୁଚିତ ହେବା ସହ ଦୁର୍ଘଟଣାକୁ ଆମନ୍ତ୍ରଣ କରାଯାଉଛି। ପ୍ରବଳ ଖରାରେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ରାସ୍ତାରେ ଯାଉଥିବା ବେଳେ ଏଭଳି ଭାବରେ ରାସ୍ତା ଉପରେ ଗୋଡି ଓ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading