
ପଟ୍ଟାମୁଣ୍ଡାଇ ୨୬/୪ – ଗତ ୨୨ ତାରିଖରେ ଜାମ୍ମୁ କାଶ୍ମୀର ପେହେଲଗାମ ପର୍ଯ୍ୟଟନ ସ୍ଥଳୀରେ ଆତଙ୍କବାଦୀ ମାନେ ନିରୀହ ଭାରତୀୟ ହିନ୍ଦୁ ମାନଙ୍କୁ ବର୍ବୋରୋଚିତ ଭାବେ ହତ୍ୟା କରିବା ଘଟଣାକୁ ଦେଶ ବ୍ୟାପି ନିନ୍ଦା କରାଯିବା ସହିତ ସମ୍ପୃକ୍ତ ଆତଙ୍କବାଦୀଙ୍କ ବିରୋଧରେ କଡା ଶାସ୍ତି ବିଧାନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରାଯାଇଛି । ଶନିବାର ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ରାଷ୍ଟ୍ରବାଦୀ ବିଚାର ମଂଚ ପକ୍ଷରୁ କାଶ୍ମୀର ପେହେଲଗାମ ଠାରେ ଆତଙ୍କବାଦୀମାନେ ନିରୀହ ଭାରତୀୟ ହିନ୍ଦୁମାନଙ୍କୁ ବର୍ବୋରୋଚିତ ଭାବେ ହତ୍ୟା କରିବା ଘଟଣାର ପ୍ରତିବାଦ ଓ ଆତଙ୍କବାଦୀ ମାନଙ୍କୁ କଠୋର ଶାସ୍ତି ବିଧାନ ଦାବୀରେ ସ୍ଥାନୀୟ ହରପାର୍ବତୀ ମନ୍ଦିର ଠାରୁ ଏକ ମଶାଲ ଶୋଭାଯାତ୍ରା କରାଯାଇ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରାଯାଇଥିଲା । ବରିଷ୍ଠ ଭାଜପା ନେତା ଯୁବ ନେତା ଶଶିକାନ୍ତ ସ୍ୱାଇଁ, ମିଟୁ ମନୋଜ ନାୟକ, ଆଇନଜୀବୀ ପ୍ରମୋଦ ସାହୁ, ସଞ୍ଜୟ ସାହୁ କାଉନସିଲର ବିଦ୍ୟାଧର ସେଠୀ, ଚନ୍ଦନ ପାତ୍ର, ଯୋଗେଶ ବେହେରା, ଆଇନଜୀବୀ ଶିଶିର ମଲିକ ରାଜେନ୍ଦ୍ର ଗିରି,ପାରେଶ୍ୱର ପାତ୍ର, ରାଜକିଶୋର ସାହୁ, ନଗର ଭାଜପା ସଭାପତି ଅଶୋକ ସାହୁ ରବୀନ୍ଦ୍ର ବିଶ୍ୱାଳ, ଅଭିରାମ ସାମଲ, ବ୍ରଜ କିଶୋର ପଣ୍ଡା,ବାବନ ସାହୁ ପ୍ରମୁଖ ବହୁ ରାଷ୍ଟ୍ରବାଦୀ ବିଚାର ମଂଚ ସଦସ୍ୟମାନେ ସାମିଲ ହୋଇ ଏହି ମର୍ମନ୍ତୁଦ ଘଟଣାର ପ୍ରତିବାଦ କରିବା ସହିତ ନରସଂହାରରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ କଠୋର ଶାସ୍ତି ବିଧାନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରିଥିଲେ ।
