ଦୋଳବେଦିରେ ଲାଗିଲା ବ୍ରହ୍ମତାଳଧ୍ୱଜ , ମଙ୍ଗଳବାର ଭକ୍ତ ଦେଖିବେ ରଘୁନାଥ ବେଶ

blank
କେନ୍ଦ୍ରାପଡ଼ା,୭ା୭:ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ବ୍ରହ୍ମତାଳଧ୍ୱଜ ରଥ ଚନ୍ଦନପୋଖରୀ ନିକଟରେ ଅଟକି ଥିବା ବେଳେ ସୋମବାର ମୁଖ୍ୟ ଦେଉଳ ନିକଟ ଦୋଳବେଦି ପାଖରେ ଲାଗିଛି। ।ମଙ୍ଗଳବାର ପୂର୍ବାହ୍ନରେ ରଥ ଉପରେ ମହାପ୍ରଭୁଙ୍କ ରଘୁନାଥ ବେଶ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।

ରଥାରୁଢ ଠାକୁରମାନଙ୍କ ଦର୍ଶନ କରିବା ପାଇଁ ସୋମବାର ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ରଥଦାଣ୍ଡରେ ହୋଇଥିଲା। ସୋମବାର ସକାଳୁ ଝିପି ଝିପି ମେଘ ଲାଗି ରହିଥିଲା। ଏହା ସତ୍ବେ ଭକ୍ତ ଓ ଭଗବାନଙ୍କ ମିଳନ ପାଇଁ ରଥଦାଣ୍ଡ ପ୍ରସ୍ତୁତ ଥିଲା। ଫଳରେ ହଜାର ହଜାର ଭକ୍ତ ରଥାରୁଢ ଠାକୁରଙ୍କୁ ଦର୍ଶନ କରିଥିଲେ। ଚନ୍ଦନପୋଖରୀ ନିକଟରୁ ରଥକୁ ସଳଖ କରିବା ପାଇଁ ଚେନ୍ ପୁଲିର ସାହାଯ୍ୟ ନିଯାଇଥିଲା। ମଧ୍ୟାହ୍ଣ ପ୍ରାୟ ସାଢେ ୧୨ଟା ବେଳେ ଡାହୁକ ରଥ ଚଳାଇବା ଆରମ୍ଭ କରିଥିଲେ। ହଜାର ହଜାର ଭକ୍ତ ଭାବାବେଗ ସହ ବ୍ରହ୍ମତାଳଧ୍ୱଜ ରଥ ଟାଣିବା ଆରମ୍ଭ କରିଥିଲେ। ରଥ ପ୍ରଥମେ ସଠିକ ଭାବେ ଗଡ଼ିଥିଲା। କିନ୍ତୁ ଶ୍ୟାମାକାଳୀ ମଣ୍ଡପ ପାଖରେ ରଥ ଚକ ମରାମତିର ଆବଶ୍ୟକତା ପଡିଥିଲା। ତେଣୁ ରଥଟଣା ବନ୍ଦ ରହିଥିଲା। ରଥ ଚକ ମରାମତି କରାଯିବା ପରେ ପୁଣି ରଥ ଟଣା ଆରମ୍ଭ ହୋଇଥିଲା। ଶ୍ୟାମାକାଳୀ ମଣ୍ଡପ ନିକଟରେ ରଥ ଟଣା ହେବା ବେଳେ କମାରଖଣ୍ଡି ଛକ ନିକଟରେ କୈବ ର୍ ସମାଜ ପକ୍ଷରୁ ଚୁଡ଼ାଖଷା ଭୋଗ କରାଯାଇଥିଲା। ଏହାପରେ ପୁଣି ରଥଟଣା ହୋଇଥିଲା। ଦେବୋ ର କାର୍ଯ୍ୟାଳୟ ନିକଟରେ ରଥ ରଖାଯାଇ ଦେବୋର କାର୍ଯ୍ୟାଳୟ ପକ୍ଷରୁ ଠାକୁରଙ୍କ ପଙ୍କକ୍ତି ଭୋଗ କରାଯାଇଥିଲା। ବଡ଼ପଣ୍ଡା ସଞ୍ଜୟ କୁମାର ପତ୍ରୀ ଏହି ପୂଜା କରିଥିଲେ। ଏହାପରେ ରଥ ପାଖାପାଖି ୪ଟା ବେଳେ ମୁଖ୍ୟ ଦେଉଳ ତଥା ସିଦ୍ଧବଳଜେବଜୀଉଙ୍କ ମନ୍ଦିର ନିକଟ ଦୋଳବେଦୀ ପାଖରେ ଲାଗିଥିଲା। ଅପରାହ୍ଣ ୪ଟାରୁ ରାତିରେ ପହୁଡ଼ ପଡିବା ପର୍ଯ୍ୟନ୍ତ ଭକ୍ତମାନେ ରଥାରୁଢ ଚତୁର୍ଦ୍ଧା ମୂର୍ତିଙ୍କ ଦର୍ଶନ କରିଥିଲେ। ପ୍ରତିଦିନ ମନ୍ଦିରରେ ଯେଉଁ ସବୁ ନୀତି ଯେପରି ମଙ୍ଗଳା ଆଳତୀ, ନୀତି ସ୍ନାନ ବଲ୍ଲଭ, ମଧ୍ୟାହ୍ଣ ଧୂପ, ଦ୍ୱିପହର ଧୂପ କରାଯାଏ ସେ ସବୁ ନୀତି ସୋମବାର ରଥରେ କରାଯାଇଥିଲା। ରାତି ୧୦ଟା ପରେ ସନ୍ଧ୍ୟା ଧୂପ, ଆଳତୀ, ରାତ୍ର ଧୂପ ଓ ପରେ ବଡ଼ସିଂହାର ଧୂପ କରାଯାଇ ପହଡ଼ ପଡିଥିଲା। ତୁଳସୀକ୍ଷେତ୍ରର ରଥଯାତ୍ରା ପରମ୍ପରା ଅନୁଯାୟୀ ମଙ୍ଗଳବାର ଶ୍ରୀଜୀଉମାନଙ୍କର ରଘୁନାଥ ବେଶ ଅନୁଷ୍ଠିତ ହେବ। ଏହି ବେଶକୁ ଭକ୍ତମାନେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଦେଖିବାର ସୁଯୋଗ ପାଇବେ। ଠାକୁରମାନଙ୍କୁ ସ୍ୱତନ୍ତ୍ର ରୁପା ଅଳଙ୍କାରରେ ସଜ୍ଜିତ କରାଯିବ। ୫ଟା ପରେ ରଘୁନାଥ ବେଶ ଓଲାଗି ହେବ। ଏହାପରେ ଲକ୍ଷ୍ମୀନାରାୟଣ ଭେଟ ହେବ। ଏହାପରେ ଅଧରପଣା ନୀତି ଅନୁଷ୍ଠିତ ହେବ। ପରେ ରଥ ନିର୍ମାଣ କରିଥିବା ବିଶ୍ୱକର୍ମାମାନଙ୍କୁ ରଥ ଉପରେ ସିରିପା ପିନ୍ଧାଯିବ। ଏହାପରେ ତିନିଠାକୁରଙ୍କ ସହ ଶ୍ରୀ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ନିଳାଦ୍ରୀ ବିଜେ କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଦସ୍ୟ ଧୀରେନ୍ ସାହୁ କହିଛନ୍ତି।

Next Post

ଯୁବ ସ୍ୱାଭିମାନ ଗ୍ରୁପ୍ ପକ୍ଷରୁ ଅସହାୟ ପରିବାରକୁ ସହାୟତା

Mon Jul 7 , 2025
କେନ୍ଦ୍ରାପଡା ୭/୭ – କେନ୍ଦ୍ରାପଡ଼ା ଜିଲ୍ଲାରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୁବ ସ୍ୱାଭିମାନ ପକ୍ଷରୁ ଶ୍ୟାମସୁ୍ନ୍‌ଦରପୁର ଗ୍ରାମପଞ୍ଚାୟତ, ପୁରୁଷୋତ୍ତମପୁର ଗ୍ରାମର ସ୍ୱର୍ଗତଃ କାର୍ତ୍ତିକ ସେଠୀ (୩୯) ଙ୍କ ଅସହାୟ ପରିବାରକୁ ନଗଦ ୨୦ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ଖବର ମୁତାବକ ଗତ ଜୁନ ୮ ତାରିଖ ରବିବାର ଦିନ ପୋଖରୀ ରେ ବୁଡ଼ି କାର୍ତ୍ତିକ ଙ୍କ ମୃତ୍ୟୁ ଘଟିଥିଲା। ପରିବାର ରେ ଅସହାୟ ସ୍ତ୍ରୀ ଏବଂ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading