କେନ୍ଦ୍ରାପଡା ଜିଲ୍ଲାରେ ୧୭ ସ୍ଥାନରେ ବାଜିଲା ସାଇରନ୍‌

blank
କେନ୍ଦ୍ରାପଡ଼ା,୭ା୫:ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାପରେ ପାକିସ୍ତାନ ସହିତ ଲାଗି ରହିଥିବା ଯୁଦ୍ଧ ଉତ୍ତେଜନାକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଓଡ଼ିଶାରେ ସିଭିଲ ଡିଫେନସ ଭିତ୍ତିିଭୂମିକୁ ସୁଦୃଢ କରିବାକୁ କେନ୍ଦ୍ରାପଡା ଜିଲ୍ଲାର ୧୭ଟି ସ୍ଥାନରେ ବୁଧବାର ଅପରାହ୍ଣରେ ସାଇରନ ବାଜିଛି। ଯୁଦ୍ଧ ସମୟରେ ସାଧାରଣ ନାଗରିକ କିପରି ନିଜକୁ ସୁରକ୍ଷିତ ରଖି ପାରିବେ ସେଥିପାଇଁ ଜିଲ୍ଲାରେ ୧୭ଟି ସ୍ଥାନରେ ସୁରକ୍ଷା ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସଦର ମହକୁମା ସ୍ଥିତ ପୁରୁଣା ବସଷ୍ଟାଣ୍ଡ ଓ ୮ଟି ବ୍ଲକର ୧୬ଟି ସ୍ଥାନରେ ଅପରାହ୍ନ ୪ଟା ସମୟରେ ସାଇରନ ୫ ମିନିଟ ଧରି ବାଜି ଉଠିଥିଲା। ଏହି ସୁରକ୍ଷା ସତର୍କତା ସାଇରନ ବାଜି ଉଠିବା ସମୟରେ ସାଧାରଣ ଜନତା, ଛାତ୍ରଛାତ୍ରୀମାନଙ୍କୁ ବାହାରେ ବୁଲାବୁଲି ନକରି ନିକଟସ୍ଥ ଛାତ ଘରେ ଆଶ୍ରୟ ନେବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଥିଲା। ଆକାଶମାର୍ଗାରୁ ଆକ୍ରମଣ ହେଲେ ନିଜ ଧନ ଜୀବନକୁ ସୁରକ୍ଷା ଦେବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ମକଡ୍ରିଲରେ ସାମିଲ ହୋଇଥିଲେ ସ୍ୱେଚ୍ଛାସେବୀ, ଆପଦ ମିତ୍ର, ଏନସିସି, ଏନଏସଏସ ଓ ସିଭିଲ ଡିଫେନସର କମକର୍ତ୍ତା, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା ) କର୍ମଚାରୀମାନେ। ଏହି ସୁରକ୍ଷାମକଡ୍ରିଲ ମାଧ୍ୟମରେ ଆପଦକାଳୀନ ଜୀବନରକ୍ଷା, ମୂର୍ମୁଷ ଅବସ୍ଥାରେ ଥିବା ଜୀବନକୁ ବଞ୍ଚାଇବା, ଯୁଦ୍ଧ ଯୋଗୁଁ ଅଗ୍ନିକାଣ୍ଡ ଘଟିଲେ ତାର କିପରି ସଫଳ ମୁକାବିଲା କରାଯିବ ସେ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଯୁଦ୍ଧ ସମୟରେ ଭୟଭୀତ ନ ହୋଇ ଜୀବନ ରକ୍ଷାର ସମସ୍ତ କୌଶଳ ଶିକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା। କେନ୍ଦ୍ରାପଡ଼ା ସହରର ପୁରୁଣା ବସଷ୍ଟାଣ୍ଡ, ମହାକାଳପଡ଼ାର ଖରିନାସୀ ବାତ୍ୟା ଆଶ୍ରୟ ସ୍ଥଳ ଓ ବ୍ଲକ ଅଫିସ ତଥା ନିକଟସ୍ଥ ବଜାର ଅଞ୍ଚଳ, ରାଜକନିକାର କାଟଣା ଓ କୋଇଲିପୁର ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳ, ରାଜନଗରର ମହିଷାସୁର ଓ ପ୍ରସନ୍ନପୁର ବାତ୍ୟାଆଶ୍ରୟ ସ୍ଥଳ, ଆଳିର ବ୍ଲକ ଅଫିସ ଓ ପଦନିପାଳ ବାତ୍ୟା ଆଶ୍ରୟ ସ୍ଥଳ, ମାର୍ଶାଘାଇର ପୋଦନା ଓ ପରକୁଳା ବାତ୍ୟା ଆଶ୍ରୟସ୍ଥଳ, ପଟ୍ଟାମୁଣ୍ଡାଇର ବଡମୂଳବସନ୍ତ ହାଇସ୍କୁଲ ଓ ପୌରପରିଷଦ ପରିସର, ଡେରାବିଶ ବ୍ଲକ ଓ ଡେରାବିଶ ଅଗ୍ନିଶମ କାର୍ଯ୍ୟାଳୟ ଏବଂ ଗରଦପୁର ବ୍ଲକର କୋରୁଆ ଓ ଗରଦପୁର ଅଗ୍ନିଶମ କାର୍ଯ୍ୟାଳୟରେ ସୁରକ୍ଷା ମକଡ୍ରିଲ ଅନୁଷ୍ଠିତ ହୋଇଥିଲା। ଏହି ମକଡ୍ରିଲରେ ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଆମ୍ବୁଲାନ୍ସ, କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟ ଏନସିସି ଛାତ୍ରଛାତ୍ରୀ, ଆପଦମିତ୍ର, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମୀ, ସିଭିଲ ଡିଫେନ୍ସ କର୍ମକର୍ତ୍ତା ପ୍ରମୁଖ ସାମିଲ ହୋଇଥିଲେ। କେନ୍ଦ୍ରାପଡା଼ର ପୁରୁଣାବଷ୍ଟାଣ୍ଡରେ ଅନୁଷ୍ଠିତ ମକଡ୍ରିଲରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, କେନ୍ଦ୍ରାପଡ଼ା ପୌରପରିଷଦ ଅଧ୍ୟକ୍ଷା ସରିତା ସାହୁ, ଉପାଧ୍ୟକ୍ଷା ଆକବରୀ ଖାତୁନ, ନିର୍ବାହୀ ଅଧିକାରୀ, ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ ଓ ଦଳୀୟ କର୍ମକର୍ତ୍ତା, ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ଜନସାଧାରଣ ଉପସ୍ଥିତ ଥିଲେ। ଜିଲ୍ଲାରେ ଏହି ମକଡ୍ରିଲ ଏକ ସପ୍ତାହ ଧରି ଚାଲିବ। ଏହି ମକଡ୍ରିଲ କରିବା ଲାଗି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନ ସିଭିଲ ଡିଫେନସ ମହାନିର୍ଦେଶକ ରାଜ୍ୟ ସରକାରଙ୍କୁ ନିର୍ଦେଶନାମା ଜାରି କରିଥିଲେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Next Post

ରାତି ହେଉ ହେଉ ଡ୍ରୋନ ଆକ୍ରମଣ କଲା ପାକିସ୍ତାନ

Fri May 9 , 2025
ନୂଆଦିଲ୍ଲୀ,୯/୫- ରାତି ହେଉ ହେଉ ଭାରତର ୧୧ଟି ସ୍ଥାନରେ ପାକିସ୍ତାନ ଡ୍ରୋନ ଆକ୍ରମଣ କରିଛି । ଶୁକ୍ରବାରରେ ରାଜସ୍ତାନ, ପଞ୍ଜାବ ଓ ଜମ୍ମୁରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗୋଟିଏ ପରେ ଗୋଟିଏ ଡ୍ରୋନ ଧ୍ୱଂସ କରୁଛି ବାୟୁସେନା। ଜମ୍ମୁ ଓ କଶ୍ମୀରରେ ଡ୍ରୋନ ଆଟାକ୍ ହେବା ପରେ ଜମ୍ମୁରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଜାରି କରାଯାଇଛି। ଏହା ସହିତ ସାଇରନର ଶବ୍ଦ ଶୁଣାଯାଇଥିବା ବେଳେ ଅତି କମରେ ଦୁଇଟି ବିସ୍ଫୋରଣର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading