ବିକାଶ ମେଳାରେ ନୃତ୍ୟପ୍ରିୟା ଓ ଶ୍ରୀ ବଳଦେବଜୀୟୁ ଗ୍ରୁପର ଶାସ୍ତ୍ରୀୟ ନୃତ୍ୟ ପ୍ରର୍ଦଶନ

blank
କେନ୍ଦ୍ରାପଡା ୨୨/୬- ଇଛାପୁର ବିକାଶ ମେଳାରେ ନୃତ୍ୟପ୍ରିୟା ଡ୍ୟାନ୍ସ ଏକାଡେମୀ ଏବଂ ଶ୍ରୀ ବଳଦେବଜୀୟୁ ଏକାଡେମୀ ଅଫ ଡ୍ରାମା ଆଣ୍ଡ କଲଚର ଗ୍ରୁପ୍ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କର “ମୋହ ମୁଗଗର”, “ନମୋଦେବୀ”, “ସମ୍ବଲପୁରୀ” ନୃତ୍ୟ ଆଦି ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ଜିଲ୍ଲା ସଂସ୍କୃତିବିଭାଗ ତରଫରୁ ନୃତ୍ୟ ନିର୍ଦ୍ଦେଶିକା ନୃତ୍ୟଗୁରୁ ତପସ୍ୱନୀ ନାୟକ ପୁରସ୍କାର ହାସଲ କରିଥିଲେ । ଏହି ଶାସ୍ତ୍ରୀୟ ନୃତ୍ୟରେ ଅଭିରାମନାୟକ, ରାକ୍ଷୀ ତ୍ରିପାଠୀ, ପୁର୍ଣ୍ଣିମା ତ୍ରିପାଠୀ, ସରସ୍ୱତୀ ବାରିକ, ଦେବସ୍ମିତା ଦାସ, ସ୍ୱତା ନାୟକ, ରଜତ ଆଦି ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସଂସ୍କୃତି ବିଭାଗ ତରଫରୁ ରାଜ କିଶୋର ରାଉତ ଉପାୟନ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଏହି ନୃତ୍ୟ ଦଳ ସଂସ୍କୃତି ବିଭାଗ ଦ୍ୱାରା ଅନୁମୋଦିତ ହୋଇ ଭାରତର ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲାରେ ଶାସ୍ତ୍ରୀୟ ନୃତ୍ୟରେ ପ୍ରଶଂଶିତ ହୋଇ ନୃତ୍ୟ ପରିବେଷଣ କରୁଅଛନ୍ତି ।

Next Post

ଭିତର କନିକା ଓ ଗହୀର ମଥା ନରହିଲେ କେନ୍ଦ୍ରାପଡାର ଅଧିକାଂଶ ଅଞ୍ଚଳ ସମୁଦ୍ରରେ ଲୀନହେବ

Sun Jun 22 , 2025
ମେରାଇନ ଟର୍ଟଲ ପ୍ରୋଟେକ୍ସନ ଆଣ୍ଡ ମ୍ୟାନଗ୍ରୋ କନଭେସନ ସୋସାଇଟି କେନ୍ଦ୍ରାପଡା ୨୨/୬: ମେରାଇନ ଟର୍ଟଲ ପ୍ରୋଟେକ୍ସନ ଆଣ୍ଡ ମ୍ୟାନ ଗ୍ରୁପ କନଭେନସନ ସୋସାଇଟି ତରଫରୁ ସୋସାଇଟ୍ ସଭାପତି ସତ୍ୟପ୍ରକାଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡା ସହର ସନିକଟ ହୋଟେଲ ଚଣ୍ଡିଆ ପ୍ୟାଲେସଠାରେ ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପମାନ ଓ ଭିତର କନିକା ଗହୀର ମଥା ସମ୍ପର୍କରେ ଏକ ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading