ଝିଅ ଆଗରେ ମା’କୁ ଟାଣି ନେଲା କୁମ୍ଭୀର

blank
କେନ୍ଦ୍ରାପଡା ୧୬/୬- କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ କୋଳଡିହ ପଞ୍ଚାୟତର ଓଁଳାଡିହା ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗାଁ ନିକଟ ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆ ଯୋରର ଜଣେ ମହିଳା ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି। ମହିଳା ଜଣଙ୍କ ଓଁଳାଡିହା ଗାଁର କାଜଲ ମହାନ୍ତି (୪୦) । ଏହି ଘଟଣା ତାଙ୍କ ଝିଅଙ୍କ ଆଗରେ ଘଟିଥିବା ସୂଚନା ମିଳିଛି। ଘରେ ପହଞ୍ଚି ଝିଅଟି ଘଟଣା ବିଷୟରେ ଜଣାଇବା ପରେ ଗାଁ ଲୋକେ ଏକାଠି ହୋଇ ପାନିଆଯୋର ଭିତରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ସ୍ଥାନୀୟ ପୋଲିସ ଓ ବନ ବିଭାଗକୁ ମଧ୍ୟ ଖବର ଦିଆଯାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଛି ଏବଂ ଲୋକେ ନଦୀ କୂଳରେ ଯିବାକୁ ଭୟ କରୁଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Next Post

ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ପକ୍ଷରୁ ଦୂର୍ଘଟଣାଗ୍ରସ୍ତଙ୍କୁ ୧ଲକ୍ଷ ୧୦ହଜାର ବୀମା ପ୍ରଦାନ

Tue Jun 17 , 2025
କେନ୍ଦ୍ରାପଡ଼ା,୧୭ା୬ : ଭାରତୀୟ ଡାକସେବା ପକ୍ଷରୁ ଖୋଲାଯାଇଥିବା ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ପକ୍ଷରୁ ଜନୈକ ଦୂର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଦୂର୍ଘଟଣା ବୀମା ରାଶି ବାବଦକୁ ଏକଲକ୍ଷ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ପୈାରାଞ୍ଚଳ ଅଧିନ ଚକଡାବାରଙ୍ଗ ଗ୍ରାମର ଅଧିବାସୀ ଭାବଗ୍ରାହୀ ପତି ଏହି ଅର୍ଥ କେନ୍ଦ୍ରାପଡା ମୁଖ୍ୟ ଡାକଘରସ୍ଥିତ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଶାଖାରୁ ଗ୍ରହଣ କରିଛନ୍ତି। କେନ୍ଦ୍ରାପଡା ଡାକ ମଣ୍ଡଳର ଅଧୀକ୍ଷକ ରଞ୍ଜନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading