ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ “ଏକ ପେଡ ମା’ କେ ନାମ ୨.୦” କାର୍ଯ୍ୟକ୍ରମ

blank
କେନ୍ଦ୍ରାପଡା ୪/୭: କେନ୍ଦ୍ରାପଡା ବାରିମୂଳ ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଗୁରୁବାର ଦିନ “ଏକ ପେଡ ମାଆ କେ ନାମ ୨.୦” କାର୍ଯ୍ୟକ୍ରମରେ ସମୁହ ବୃକ୍ଷ ରୋପଣ କାର୍ଯ୍ୟକ୍ର କରାଯାଇଥିଲା । ଏହି କାର୍ଯକ୍ରମରେ ବିଦ୍ୟାଳୟର ପ୍ରୟ ୨୫୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଛାତ୍ରଛାତ୍ରୀମାନେ ନିଜ ଇଚ୍ଛାରେ ଗୋଟିଏ ଗୋଟିଏ ଗଛ ଆଣି ସେମାନଙ୍କର ମାଁଙ୍କ ନାମରେ ସମର୍ପିତ କରି ସ୍କୁଲ ପରିସରରେ ଲଗାଇଥିଲେ । ସ୍କୁଲର ପ୍ରଧାନ ଆଚାର୍ଯ୍ୟ ଶଶି କୌଶଲ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭାଗନେଇଥିବା ପିଲାମାନଙ୍କୁ ଧନ୍ୟବାଦ ଦେବା ସହିତ କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ ବୁଝାଇ କହିଥିଲେ ଯେ ଗୋଟିଏ ଗଛ ମାଁଙ୍କ ନାମରେ ଅର୍ଥ ଯେପରି ଆମକୁ ଜନ୍ମ ଦେଇଥିବା ମାଆ ସେହିପରି ପୃଥିବୀ ହେଉଛି ଆମର ମାଁ, ଏହାର ସୁରକ୍ଷା ଆମର ଦାୟିତ୍ୱ । ତେଣୁ ପରିବେଷ ସୁରକ୍ଷା ପାଇଁ ଗଛ ଲଗାଇବା ନିହାତି ଆବଶ୍ୟକ । ଆହୁରି ସେ କହିଥିଲେ ଯେ ଏହି ଅଭିଯାନ ମାଧ୍ୟମରେ ପିଲାମାନେ ପ୍ରକୃତି ପ୍ରତି ଭଲପାଇବା ସହିତ ଗଛ ଲଗାଇବା ଓ ସୁରକ୍ଷିତ ରଖିବା, ସ୍କୁଲ ପରିବେଶକୁ ସଫା ରଖିବା ଇତ୍ୟାଦି । ଏଥି ସହିତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ, କର୍ମାଚାରୀ, ଛାତ୍ରଛାତ ୍ରିମାନଙ୍କୁ ପରିବେଷ ସୁରକ୍ଷା ପାଇଁ ସମସ୍ତେ ନିଜେ ନିଜ ଘର ଚାରିପଟେ ସଫାରଖିବା ସହିତ ନିହାତି ଭାବରେ ଗୋଟିଏ ଗଛ ଲାଗାଇବା ପାଇଁ ଶପଥ ନେବାକୁ ପରାମର୍ଶ ଶ୍ରୀ କୌଶଲ ଦେଇଥିଲେ । ସମସ୍ତେ ଏକାଠି ହୋଇ ନିହାତିଭାବରେ ଗୋଟିଏ ଲେଖାଏ ଗଛ ଲଗାଇବାକୁ ଶପଥ ନେଇଥିଲେ । ଏହି କାର୍ଯକ୍ରମରେ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟତ୍ରୀମାନେ ପରିଚାଳନା କରିବା ସହିତ ସମସ୍ତେ ଗୋଟିଏ ଲେଖାଏ ଗଛଲଗାଇଥିଲେ ।

Next Post

ମହ୍ଲାର ଅର୍କେଷ୍ଟ୍ରାର ମେଘ ମହ୍ଲାର କାର୍ଯ୍ୟକ୍ରମ

Fri Jul 4 , 2025
କେନ୍ଦ୍ରାପଡ଼ା, ୪/୭- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମହ୍ଲାର ଅର୍କେଷ୍ଟ୍ରା ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ବର୍ଷା ସଙ୍ଗୀତ, ନୃତ୍ୟ ଏବଂ କବିତା ମେଘ ମହ୍ଲାର ଆସର ଅନୁଷ୍ଠିତ ହୋଇଥିଲା । ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ଅଧ୍ୟକ୍ଷତା କରିଥିରେ । ଅନୁଷ୍ଠିତ ଏହି ସାରସ୍ୱତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଉପେନ୍ଦ୍ର କୁମାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading