ମେଗା ପାନୀୟଜଳ ପ୍ରକଳ୍ପ ନେଇ ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ସ୍ୱତନ୍ତ୍ର ଅଧିବେଶନ

blank
ପଟ୍ଟାମୁଣ୍ଡାଇ ତା ୩୧/୧-ଆଗାମୀ ଗ୍ରୀଷ୍ମ ଋତୁରେ ପାନୀୟଜଳର ଜରୁରୀ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟର ସ୍ଥିତି ଅଗ୍ରଗତି ସମ୍ପର୍କ ରେ ସ୍ୱତନ୍ତ୍ର ସମୀକ୍ଷା ପାଇଁ ଆଜି ପଟାମୁଣ୍ଡାଇ ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ସ୍ୱତନ୍ତ୍ର ଅଧିବେଶନ ଆହ୍ୱାନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ଅଧୀନରେ ଥିବା ୩୧ ଗୋଟି ପଂଚାୟତରେ ପ୍ରାୟ ୧୬୫ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ରେ ଚାଲୁ ରହିଥିବା ମେଗା ପ୍ରକଳ୍ପ କାର୍ଯ୍ୟର ସବିଶେଷ ସ୍ଥିତି ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ୱିତ କରି” ହର ଘର ଜଳ ” ଯୋଜନାରେ ପ୍ରତିଟି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବୈଠକ ରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ତେବେ ଉଭୟ ବିଧାୟକ ଓ ପଂଚାୟତ ପ୍ରତିନିଧି ମାନେ ପ୍ରକଳ୍ପ କାର୍ଯ୍ୟରେ ପାଇପ ବିଛାଇବା ପାଇଁ ପଂଚାୟତର ବିଭିନ୍ନ ରାସ୍ତା ଖୋଳାଯାଉଥିବା ଓ ପାଇପ ବିଛାଯିବା ପରେ ରାସ୍ତା ମରାମତି ନକରି ଠିକାଦାର ସେଠାରୁ ଛୁ ମାରିବା ଯୋଗୁଁ ସାଧାରଣ ଲୋକ ଯାତାୟାତ କ୍ଷେତ୍ରରେ ନାହିଁ ନଥିବା ଦୁର୍ଦଶା ଭୋଗ କରୁଥିବା ଓ ଭୂପୃଷ୍ଠରୁ ୩ ଫୁଟ ଗଭୀରରେ ପାଇପ ବିଛାଯିବା ପାଇଁ ବ୍ୟୟ ଅଟକଳ ଥିବା ବେଳେ ଠିକାଦାର ମାତ୍ର ୧ଫୁଟ, ୧. ୫ ଫୁଟ ଗଭୀର ରେ ପାଇପ ବିଛାଇବା ନେଇ ଅଭିଯୋଗ କରାଯିବା ସହିତ ପଂଚାୟତ ପ୍ରତିନିଧିମାନେ ନିର୍ମାଣ ଦାୟିତ୍ୱରେ କମ୍ପାନୀ ଅଧିକାରୀଙ୍କ ଗର୍ଜି ଥିଲେ । ଯାହାଫଳରେ ବୈଠକ ଉତ୍ତେଜନାପୂର୍ଣ୍ଣ ହୋଇପଡିଥିଲା । ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରି ସରକାରୀ ନିୟମ ଅନୁଯାୟୀ ପାଇପ ବିଛାଇବା ପରେ ତୁରନ୍ତ ରାସ୍ତା ମରାମତି କରିବା ଓ ଆକଳନ ଅନୁଯାୟୀ ୩ ଫୁଟ ଗଭୀରରେ ପାଇପ ବିଛାଇବା ପାଇଁ ଉଭୟ କେନ୍ଦ୍ରାପଡ଼ା ଓ ରାଜନଗର ବିଧାୟକ ଓ ପଟ୍ଟାମୁଣ୍ଡାଇ ବ୍ଳକ ଅଧକ୍ଷ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର କର୍ମକର୍ତ୍ତାଙ୍କୁ କଡା ନିର୍ଦେଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ମେଗା ପ୍ରକଳ୍ପ ଅଧୀନରେ ଥିବା ୨୦ ଟି ପଂଚାୟତର ଜନସାଧାରଣ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ପାଇପ ଯୋଗେ ପାନୀୟଜଳ ପାଇ ପାରିବେ ବୋଲି ଲଷ୍ମୀ କନଷ୍ଟ୍ରସନ ର ପ୍ରୋଜେକ୍ଟ ମ୍ୟାନେଜର ପ୍ରକାଶ କରିବା ସହ ରାଜନଗର ମେଗା ପ୍ରକଳ୍ପ ଅଧୀନରେ ଥିବା ୯ଗୋଟି ପଂଚାୟତକୁ ପାନୀୟ ଜଳ ଯୋଗାଇବା ପାଇଁ ଆଉ କିଛି ଦିନ ଅଧିକ ସମୟ ଲାଗିବ ବୋଲି ବୈଠକରେ ସୂଚନା ଦେଇଥିଲେ । ଏଲ ଆଣ୍ଡ ଟି ଅଧୀନରେ ଥିବା ୩ ଟି ପଂଚାୟତକୁ ୧ ମାସ ମଧ୍ୟରେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ପ୍ରକଳ୍ପ ମ୍ୟାନେଜର ଆଦିଲ ଖାଁ ପ୍ରକାଶ କରିଥିଲେ । ଏହି ବୈଠକରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଳ ଅଗ୍ରୱାଲ, ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ଗ୍ରାମ୍ୟଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀଯନ୍ତ୍ରୀ ବସନ୍ତ ନାୟକ,ସହନିର୍ବାହୀଯନ୍ତ୍ରୀ ସହକାରୀ ଯନ୍ତ୍ରୀ ଅଶୋକ ସାହୁ ଓ ବ୍ଲକ ସହକାରୀ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର ସରପଞ୍ଚ ସର୍ବଶ୍ରୀ ପ୍ରିୟବ୍ରତ ଓଝା ନରେଶ ମଲିକ,ସନ୍ତୋଷ ସେଠୀ, ଦେବବ୍ରତ ନାୟକ,ଲଷ୍ମୀପ୍ରିୟା ଷଢଙ୍ଗୀ ରଂଜିତା ସାହୁ,ନିରୁପମା ଦାସ,ଦୀପ୍ତିମୟୀ ପରିଡା ସନ୍ତୋଷୀନୀ ଜେନା,ସ୍ମୃତିରେଖା ସ୍ୱାଇଁ, ଅନ୍ନପୂର୍ଣ୍ଣା ସେଠୀ, ରମେଶ ମଲ୍ଲିକ, ନିରୁପମା ନାଥ,ଅନିଲ ଲେଙ୍କା, ସଂଗ୍ରାମ ବାରିକ ପଦ୍ମିନୀ ବେହେରା, ସସ୍ମିତା ସେଠୀ, ଅନନ୍ୟା ସେଠୀ, ଦମୟନ୍ତୀ ସାମନ୍ତରାୟ ଶତ୍ରୁଘ୍ନ ମଲିକ ସମିତି ସଭ୍ୟ ମାନସ ମଲିକ ଶଶାଙ୍କ ଶେଖର ବିଶ୍ୱାଳ, ରୋଜାଲିନ ବେହେରା ସୁରେଶ ଜେନା ସୁବାଷ ବାରିକ ସୁମିତ୍ରା ସାହୁ ସ୍ମୃତିମୟୀ ମଲିକ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ, ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।

Next Post

କେନ୍ଦ୍ରାପଡା ମହାବିଦ୍ୟାଳୟ ଦ୍ୱାରା ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ ଶିବିର

Sat Jan 31 , 2026
କେନ୍ଦ୍ରାପଡ଼ା,୩୧ା୧:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ଓ ପରିଚାଳନା ବିଭାଗ ପକ୍ଷରୁ ବଡମୋହନପୁର ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପଡା ଗ୍ରାମର ମନ୍ଦିର ପ୍ରାଙ୍ଗଣରେ ସୁଭନ୍ଦ୍ରା ଯୋଜନା ହିତାଧିକାରୀଙ୍କ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ସୁଭନ୍ଦ୍ରା ଯୋଜନା ଲାଭାନ୍ୱିତ ମହିଳାମାନଙ୍କୁ ଅର୍ଥର ଆୟବ୍ୟୟ ଓ ସଞ୍ଚୟ ସମ୍ବନ୍ଧୀୟ ସୂଚନା ଦେବା ସହ ଇଣ୍ଟରନେଟ୍ ମାଧ୍ୟମରେ ହେଉଥିବା ଠକେଇ ପ୍ରତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading