୪କଳା ଶ୍ରମ କୋଡ୍ ବାତିଲ ଦାବିରେ ବିକ୍ଷୋଭ

blank
କେନ୍ଦ୍ରାପଡ଼ା,୨୬ା୧୧:କେନ୍ଦ୍ରାପଡା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇ.ଏନ.ଟି.ୟୁ.ସି., ଏ.ଆଇ.ଟି.ୟୁ.ସି., ହିନ୍ଦ୍ ମଜଦୁର ସଭା, ସି.ଆଇ.ଟି.ୟୁ.,ଏ.ଆଇ.ସି.ସି.ଟି.ୟୁ., ୟୁ.ଟି.ୟୁ.ସି. ଓ ଜିଲ୍ଲା କୃଷକ ମଞ୍ଚ ପକ୍ଷରୁ ଗତ ୨୧ତାରିଖରେ କେନ୍ଦ୍ର ସରକାର ଲାଗୁ କରିଥିବା ୪ଟି ଶ୍ରମ କୋଡ୍ ବିରୋଧରେ ମିଳିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ ଏହି ଶ୍ରମ କୋଡକୁ ବାତିଲ କରାଯିବା ପାଇଁ ଏକ ସ୍ମାରକପତ୍ର ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ପ୍ରଦାନ କରାଯାଇଥିଲା। ପୂର୍ବରୁ ଥିବା ଶ୍ରମ ଆଇନ, ଠିକା ଶ୍ରମିକ ଆଇନ, ଫ୍ୟାକ୍ଟ୍ରୀ ଆଇନ, ୟୁନିଅନ ପଞ୍ଜିକରଣ ଆଇନ ପ୍ରଭୃତି ୨୯ଟି ଆଇନକୁ ସଂପୂର୍ଣ୍ଣ ଉଠାଇ ଦେଇ ଭାରତୀୟ ଶ୍ରମ ସମ୍ମିଳନୀ (ଆଇ.ଏଲ.ସି.) ର ବିନା ପରାମର୍ଶରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନମାନଙ୍କ ସହ ଆଲୋଚନା କରାନଯାଇ କେନ୍ଦ୍ରର ମୋଦି ସରକାର ୪ଟି ଶ୍ରମିକ ବିରୋଧି ଶ୍ରମ କୋଡ ଲାଗୁକରିଛନ୍ତି। ଏହି ଶ୍ରମ କେରାଡ କେବଳ ମାଲିକମାନଙ୍କ ମୁନାଫାକୁ ବହୁ ଗୁଣିତ କରିବ। ୟୁନିଅନ ପଞ୍ଜିକରଣ ଏବେ ୭ଜଣଙ୍କୁ ନେଇ ହେଉଥିବା ବେଳେ କୋଡ ଅନୁସାରେ ମୋଟ କାରାଖାନାର ଶ୍ରମିକମାନଙ୍କ ସଂଖ୍ୟାର ୧୦ଭାଗ କିମ୍ବା ସର୍ବନିମ୍ନ ଏକଶହ ଜଣ ଶ୍ରମିକ ଆବେଦନ କରିବେ। ଯାହା ମାଲିକ ପକ୍ଷକୁ ସୁହାଇବ। ଯେଉଁ ଶିଳ୍ପାଞ୍ଚଳରେ ସର୍ବନିମ୍ନ ୩ଶହ ଶ୍ରମିକ କାମ କରୁଥିବେ ସେହି କ୍ଷେତ୍ରରେ ସରକାର ହସ୍ତକ୍ଷେପ କରିପାରିବାର ବ୍ୟବସ୍ଥା ନୂତନ ନିୟମରେ ରହିଛି। ଅର୍ଥାତ ସେଥିରୁ କମ ଶ୍ରମିକ କାମକରୁଥିବା ଶିଳ୍ପରେ ମାଲିକ ତାରର ମନଇଛା ଶ୍ରମିକଙ୍କୁ ଚାକିରୀରୁ ବହିଷ୍କାର କରିପାରିବ। ଖଣୀ, ବିଦ୍ୟୁତ, ବନ୍ଦର ପ୍ରଭୃତି କ୍ଷେତ୍ରରେ ସ୍ଥାୟୀ ନିଯୁକ୍ତି ନରହି ଫିଲ୍ଡ ୱାର୍କର ପଦବୀ ହେବ। ସର୍ବନିମ୍ନ ମଜୁରୀ କ୍ଷେତ୍ରରେ ରାଜ୍ୟ ସରକାର ଯେପରି ୯୧ଟି କ୍ଷେତ୍ରରେ ଘୋଷଣା କରିଛନ୍ତି, ତାହାକୁ ଉଠାଇ ଦେଇ ସର୍ବନିମ୍ନ ମଜୁରୀ ଦିନକୁ ୧୦ଘଣ୍ଟାରୁ ୧୨ଘଣ୍ଟା ଖଟି ମାସିକ ୧୫ହଜାର ଟଙ୍କା କରାଯାଇଛି। ସମ୍ବାଦପତ୍ର କର୍ମଚାରୀ ଓ ଅନ୍ୟାନ୍ୟ କ୍ଷେତ୍ରରେ ଶ୍ରମିକ, କର୍ମଚାରୀ ନାମ ବା ପଦବୀ ସମ୍ପୂର୍ଣ୍ଣ ବିଲୋପ କରାଯାଇଛି ନୂତନ କୋଡରେ। ବର୍ତ୍ତମାନ ସର୍ବନିମ୍ନ ମଜୁରୀ ୨୬ହଜାର ଟଙ୍କାକୁ ଅଣଦେଖା କରି ଦିଆଯାଇଛି। ଶ୍ରମ ବିବାଦ କ୍ଷେତ୍ରରେ ଶ୍ରମିକ,ମାଲିକ ଓ ଶ୍ରମ ଅଫିସରଙ୍କୁ ନେଇ ଯେଉଁ ତ୍ରପାକ୍ଷୀକ କମିଟି ଜରିଆରେ ଦ୍ୱନ୍ଦ ସମାଧାନ କରାଯାଉଥିଲା ତାହାକୁ ଉଠାଇ ଦିଆଯାଇଛି। ମାଲିକମାନଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ଦେଶର ଶ୍ରମିକ ଶ୍ରେଣୀ ପ୍ରତି ବିଶ୍ୱାସ ଘାତକତା କରିଛି। ଏହି କଳା ଶ୍ରମ କୋଡ ବାତିଲ ନହେଲା ପର୍ଯ୍ୟନ୍ତ ଶ୍ରମିକ ଆନ୍ଦୋଳନ ଯୋରଦାର ହେବ। ଆଜିର ଆନ୍ଦୋଳନରେ ଆଇଏନଟିୟୁସି ନେତା ମୁକ୍ତାର ଖାଁ, ଫକୀର ଚରଣ ଖଟୁଆ, ପ୍ରକାଶ ମହାନ୍ତି, ରଶ୍ମୀରଞ୍ଜନ ଚୈାଧୁରୀ, ଉମେଶ ପାଢୀ, ରଞ୍ଜନ ରାଉତ, ତ୍ରିଲୋଚନ ଦାସ, ସିଟୁର ଜଗତଜୀବନ ଦାଶ, ମାଧବ ଦାସ, ଅଜିତ କୁମାର ପରିଡା, ଅଶୋକ ନାଥ, ନିରାକାର ସାହୁ, ତପନ ମଲିକ, ପରମେଶ୍ୱର ସୁତାର, ସୁଷମା ପଣ୍ଡା, ଗୋପବନ୍ଧୁ ବେହେରା, ସ୍ନହଲତା ଗାହଣ, ନିର୍ମଳା ସିଂହ, ରାଜେଶ ଖିଲାର, ମଥୁରୀ ମଲିକ, ରବିନ୍ଦ୍ର ମହାକୁଡ, ସତ୍ୟଭାମା ସାହୁ, ଧିବର ବେହେରା, ଅଦୈତ ମଳିକ, କିଶୋର ସାହୁ, ଏ୩ଲିନା ସାମନ୍ତରାୟ, ହୀରାମଣୀ ରାଉତ, ପବିତ୍ର ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

Next Post

ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଇଁ ପ୍ରସ୍ତୁତ ବୈଠକ

Wed Nov 26 , 2025
କେନ୍ଦ୍ରାପଡ଼ା,୨୬ା୧୧: ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ନିମନ୍ତେ ବୁଧବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପ୍ରଶାସନ(କ୍ରୀଡା ବିଭାଗ) ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ଯୁବ ଉତ୍ସବ ଆସନ୍ତା ଡିସେମ୍ବରମାସ ୫ତାରିଖରେ ସ୍ଥାନୀୟ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ନିର୍ଦ୍ଦେଶନାମା ଅନୁଯାୟୀ ୧୫ ବର୍ଷରୁ ୨୯ ବର୍ଷ ବୟସର ଯୁବକ ଓଚ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading