ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଇଁ ପ୍ରସ୍ତୁତ ବୈଠକ

blank
କେନ୍ଦ୍ରାପଡ଼ା,୨୬ା୧୧: ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ନିମନ୍ତେ ବୁଧବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପ୍ରଶାସନ(କ୍ରୀଡା ବିଭାଗ) ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ଯୁବ ଉତ୍ସବ ଆସନ୍ତା ଡିସେମ୍ବରମାସ ୫ତାରିଖରେ ସ୍ଥାନୀୟ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ନିର୍ଦ୍ଦେଶନାମା ଅନୁଯାୟୀ ୧୫ ବର୍ଷରୁ ୨୯ ବର୍ଷ ବୟସର ଯୁବକ ଓଚ ଯୁବତୀମାନଙ୍କ ମଧ୍ୟରେ ବକ୍ରୁତା, କବିତା ଲିଖନ, ଚିତ୍ରାଙ୍କନ, ଲୋକ ସଙ୍ଗୀତ, ଲୋକନୃତ୍ୟ (ଦଳଗତ) ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉତ୍ସବ ପୂର୍ବରୁ ୨ ତାରିଖରେ ଏହି ପ୍ରତିଯୋଗିତା ମାନ ବ୍ଲକସ୍ତରରେ ଆୟୋଜିତ ହୋଇ ଶ୍ରେଷ୍ଠ ବିଜେତା ଜିଲ୍ଲାସ୍ତରରେ ଅଂଶଗ୍ରହଣ କରିବେ। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଦଳଗତ ପାଇଁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ଯଥାକ୍ରମେ ୧୦ ହଜାର, ୭ହଜାର ୫ଶହ ଏବଂ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ବକ୍ତୃତା, କବିତା ଲିଖନ ଏବଂ ଚିତ୍ରାଙ୍କନରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ୩ହଜାର, ୨ହଜାର ଏବଂ ଏକ ହଜାର ଟଙ୍କା ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି। ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକୃଷ୍ଣ ଜେନା, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ, ତୁଳସୀ ମହିଳା ମହାବିଦ୍ୟାଳୟର ଡିପିଓ ପଦ୍ମଜା ଶଥପଥୀ, କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଅଧ୍ୟାପକ ରଞ୍ଜିତ କୁମାର ଦାସ,ମାଇଁ ଭାରତର ଜିଲ୍ଲା ଯୁବ ଅଧିକାରୀ ଗୋଲୀ ତିରୁପତି ରେଡ୍ଡୀ, ଶିକ୍ଷା ବିଭାଗର ଜିଲ୍ଲା ବିଜ୍ଞାନ ପରିଦର୍ଶକ ପ୍ରକାଶ ଚନ୍ଦ୍ର ପରିଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ବ୍ଲକ ସ୍ତରୀୟ ପ୍ରତିଯୋଗୀତା ଆସନ୍ତା ୨ ତାରିଖ ଦିନ ଡେରାବିଶ ବ୍ଲକ ଏଚଏନଏସ କଲେଜ, ଚାନ୍ଦୋଳ, କେନ୍ଦ୍ରାପଡ଼ ବ୍ଲକ ପାଇଁ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ, ପଟ୍ଟାମୁଣ୍ଡାଇ କଲେଜ, ଏସ. ଜେ. କଲେଜ ରାଜନଗର, ମାର୍ଶାଘାଇ କଲେଜ, ଏଲ. ଏନ. କଲେଜ କୋରୁଆ, ଗରଦପୁର,ଏସଏସ୍ୱି କଲେଜ, ମହାକାଳପଡ଼ା, ଏସଏନ କଲେଜ ରାଜକନିକା ଏବଂ ଆଳି କଲେଜରେ ବ୍ଲକସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ଏବଂ ବ୍ୟକ୍ତିବିଶେଷ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

Next Post

ଜାତୀୟ ସ୍ତରୀୟ ଶରତ ମହୋତ୍ସବ ଓ ମୂର୍ଚ୍ଛନାର ୨୪ ତମ ବାର୍ଷିକ ଉତ୍ସବ

Wed Nov 26 , 2025
କେନ୍ଦ୍ରାପଡ଼ା,୨୬ା୧୧:ଓଡିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନାର ବାର୍ଷିକ ଉତ୍ସବ ଓ ଓଡ଼ିଶା କଲଚର୍ ଆର୍ଟ ଏକାଡେମୀ (ଓକା) ଅନୁଷ୍ଠାନର ଜାତୀୟ ସ୍ତରୀୟ ଶରତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ସଂସ୍କୃତି ନିର୍ଦ୍ଦେଶକ ଓ ଶ୍ରୀମନ୍ଦିର ପ୍ରଶାସକ ତଥା ଆର ଡି ସି ରଞ୍ଜନ କୁମାର ଦାସ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading