ପଟ୍ଟାମୁଣ୍ଡାଇ ନାବାଳିକା ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ , ରାଜ୍ୟ ମାନବିକ ଅଧିକାର କାଉନସିଲ ପକ୍ଷରୁ ଏସପିଙ୍କୁ ଦାବିପତ୍ର

blank
କେନ୍ଦ୍ରାପଡ଼ା,୬ା୩: କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ନାବାଳିକା +୨ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ରାଜ୍ୟ ମାନବିକ ଅଧିକାର କାଉନସିଲ ପକ୍ଷରୁ ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ଦାବିପତ୍ର ଗୁରୁବାର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ପଟ୍ଟାମୁଣ୍ଡାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଅଧ୍ୟୟନ ରତ ନାବାଳିକା ଛାତ୍ରୀ ଆତ୍ମହତ୍ୟା ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଆତ୍ମହତ୍ୟା କରିଥିବା ନାବାଳିକା ଛାତ୍ରୀର ମା’ ସ୍ଥାନୀୟ ଥାନାରେ ଯେଉଁ ଅଭିଯୋଗ କରିଛନ୍ତି ସେଥିରେ ତାଙ୍କ ଝିଅକୁ ଆତ୍ମହତ୍ୟା କରିବା ପାଇଁ ଜଣେ ଅଧ୍ୟାପକଙ୍କ ସମ୍ପର୍କରେ କିଛି ସୂଚନା ଦେଇଛନ୍ତି। ସଂପୃକ୍ତ ଛାତ୍ରୀର ଆତ୍ମହତ୍ୟା ପାଇଁ କାହାର ଭୂମିକା ରହିଛି କି ନାହିଁ ସେ ସମ୍ପର୍କରେ ତଦନ୍ତ କରାଯିବାକୁ ଦାବି କରାଯାଇଛି। ଏଥିସହିତ ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବିକରି ରାଜ୍ୟ ମାନବିକ ଅଧିକାର କାଉନସିଲର ଅଧ୍ୟକ୍ଷା ସଶ୍ମିତା ଦାସ ଓ ସଦସ୍ୟ ପ୍ରତାପ ପାଢି ପ୍ରମୁଖଙ୍କ ଠାରୁ ଆରକ୍ଷୀ ଅଧୀକ୍ଷକଙ୍କ ଅନୁପସ୍ଥିତିରେ ଡିଏସପି(ଡିଆଇବି) ଲକ୍ଷ୍ମୀନାରାୟଣ ତିୱାରୀ ଦାବିପତ୍ର ଗ୍ରହଣ କରିଛନ୍ତି।

Next Post

ପଂଚାୟତିରାଜ ଦିବସ ପରିବର୍ତନକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ପଟ୍ଟାମୁଣ୍ଡାଇ ବିଜେଡି

Thu Mar 6 , 2025
ପଟ୍ଟାମୁଣ୍ଡାଇ ୬/୩- ଓଡିଆ ଅସ୍ମିତା ଦ୍ୱାହି ଦେଇ ଶାସନକୁ ଆସିଥିବା ଭାଜପା ସରକାର ଓଡିଶାର ବରପୁତ୍ରଙ୍କୁ ଭୁଲି ଅଣସାମ୍ବିଧାନୀକ ମତେ ପଂଚାୟତିରାଜ ଦିବସ ପରିବର୍ତନକୁ ନେଇ ରାଜନୀତି ଜୋର ଧରିଛି । ଟଲମ୍ୟାନ ବିଜୁ ବାବୁଙ୍କ ପ୍ରତି ଅସମ୍ମାନକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇରେ ମଧ୍ୟ ପ୍ରତିବାଦ ଆରମ୍ଭ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ, ନଗର,ଯୁବ ଛାତ୍ର ବିଜେଡି ପକ୍ଷରୁ ଗୁରୁବାର ବିଜୁ ପଟ୍ଟାନାୟକ ଛକରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading